Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୧ ଲୋକସଭା ଆସନରେ ବିଜେଡ଼ି ୧୨ଟିରେ, ବିଜେପି ୮ଟିରେ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା
ଆଜିର ଖବର

୨୧ ଲୋକସଭା ଆସନରେ ବିଜେଡ଼ି ୧୨ଟିରେ, ବିଜେପି ୮ଟିରେ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା

May 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
bjd win 12 seat and bjd 8 seat in loksabha poll
bjd win 12 seat and bjd 8 seat in loksabha poll

ସାଧାରଣ ନିର୍ବାଚନର ଫଳାଫଳ ଆସିଯାଇଛି। ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ବିଜେଡ଼ି ୧୨ଟି ବାଜିମାତ୍‌ କରିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବିଜେପି ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନକୁ ହାତେଇଥିବାବେଳେ କେବଳ କୋରାପୁଟ କଂଗ୍ରେସ ଭାଗରେ ପଡିଛି। ବାକି ଅନ୍ୟାନ୍ୟ ୧୨ଟି ଲୋକସଭା ଆସନ ତଥା ଆସ୍କା, ବ୍ରହ୍ମପୁର, ନବରଙ୍ଗପୁର, କନ୍ଧମାଳ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, ପୁରୀ ଆଦି ବିଜେଡ଼ି ଖାତାକୁ ଯାଇଛି। ତେବେ ଚଳିତଥର ଚର୍ଚ୍ଚାରେ ରହିଥିବା ଆସନଗୁଡ଼ିକ ମଧ୍ୟରେ ଭୁବନେଶ୍ବର, ପୁରୀ, କଟକ ଓ କେନ୍ଦ୍ରାପଡ଼ା ରହିଥିଲା। ଏହି ଆସନଗୁଡ଼ିକରେ ବିଜେପି ଓ ବିଜେଡ଼ିର ହେଭିଓ୍ବେଟ୍‌ ନେତାମାନଙ୍କର ସମ୍ମାନ ବାଜି ଲାଗିଥିଲା। ଭୁବନେଶ୍ବରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡ଼ି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩, ୮୩୯ ଭୋଟ୍‌ରେ ହରାଇଛନ୍ତି। ରାଜଧାନୀରେ ଏହି ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ମଧ୍ୟରେ ଲଢେଇକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ସେହିପରି କଟକରେ ବିଜେଡ଼ି ତରଫରୁ ଭର୍ତ୍ତୃହରି ମହତାବଙ୍କ ସହ ବିଜେପିର ପ୍ରାର୍ଥୀ ହୋଇଥିଲେ ଡିଜି ପ୍ରକାଶ ମିଶ୍ର। ଏଠାରେ ବିଜେଡ଼ି ପ୍ରାର୍ଥୀ ବାଜିମାତ କରିଛନ୍ତି। ସେହିପରି ପୁରୀରେ ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ବିପକ୍ଷରେ ରହିଥିଲେ ବିଜେପିର ଚର୍ଚ୍ଚିତ ଚେହେରା ସମ୍ବିତ ପାତ୍ର। ଏଠାରେ ତାଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ବୈଜୟନ୍ତଙ୍କ ଦୁର୍ଗ କେନ୍ଦ୍ରାପଡ଼ାରେ ବିଜେଡ଼ି ପ୍ରାର୍ଥୀ ଅନୁଭବ ବାଜିମାତ୍‌ କରିନେଇଛନ୍ତି। ସେହିପରି ଚଳିତ ଥର ନୂଆ କରି ପାଦ ଥାପିଥିବା ତଥା ରାଜନୀତିର ଚର୍ଚ୍ଚିତ ନୂଆ ଚେହେରା ରୂପେ ଉଭା ହୋଇଛନ୍ତି ପ୍ରମିଳା ବିଷୋୟୀ। ଆସ୍କା ଲୋକସଭା ଆସନରୁ ପ୍ରଥମଥର ପାଇଁ ପ୍ରମିଳା ବିଷୋୟୀ ନିର୍ବାଚନ ଲଢି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨ଲକ୍ଷ ୪ ହଜାର ୭୦୭ ଭୋଟ୍‌ରେ ହରାଇଛନ୍ତି। ପାଖାପାଖି ସମସ୍ତ ଆସନର ଭୋଟ୍‌ ଗଣତି ପ୍ରକ୍ରିୟା ସରିଯାଇଥିବାବେଳେ ସେଗୁଡ଼ିକ ମଧ୍ୟରୁ  କେତେଗୁଡ଼ିକଏ ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ଔପଚାରିକ ଭାବେ ଘୋଷଣା ହେବାକୁ ବାକି ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Latest News

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.