ଭୁବନେଶ୍ବର: ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ସମୀର ରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ ୪୦ଜଣଙ୍କୁ ସାମିଲ କରାଯାଇଛି।
ତେବେ ଏହି ତାଲିକାରୁ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଦ ପଡିଛନ୍ତି।