Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ସବଡିଭଜନ ପାଇଁ ସୃଷ୍ଟି ହେଲା ଅତିରିକ୍ତ ଜିଲ୍ଲାପାଳ ପଦବୀ, ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ 2020 ବ୍ୟାଚର ଆଇଏଏସ ଅଫିସର ଶ୍ରୀ ଚଭନ କୁନାଲ ମୋତିରାମ ଙ୍କୁ ନିଯୁକ୍ତି ଦେଇଛନ୍ତି।

ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜିନ ଭାବେ କାର୍ଯ୍ୟ କରୁଛି। ପଦ୍ମପୁର ର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ, ବ୍ୟବସ୍ଥାକୁ ଅଧିକ ମଜଭୂତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। ଶ୍ରୀ ମୋତିରାମ ଵର୍ତମାନ ବାଲେଶ୍ଵରର ଉପଜିଲ୍ଲାପାଳ ଅଛନ୍ତି।

Categories
ରାଜ୍ୟ ଖବର

ପ୍ରତିଶୃତି ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର: ପଦ୍ମପୁର ଦେଇ ବରଗଡ ଏବଂ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନର ମଞ୍ଜୁର ସମ୍ବନ୍ଧରେ କିଛି ଦିନ ତଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି କେନ୍ଦ୍ରକୁ ଲେଖିଥିଲେ। ତଥ୍ୟ ଉପରେ ଆଧାରିତ ସ୍ଥିତିକୁ ଟୁକୁନି ସାହୁଙ୍କୁ ଚିଠି ଦ୍ୱାରା 21.11.2022 ତାରିଖରେ ଅବଗତ କରାଇଥିବାର ଜଣାଇଛନ୍ତି।

ବରଗଡ – ପଦ୍ମପୁର – ନୁଆପଡାକୁ ସଂଯୋଗ କରିବା ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି। ଏଠାରେ ଦର୍ଶାଯାଇପାରେ ଯେ, ORIDL ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ।

ଭାରତ ସରକାର 31.12.2021 ତାରିଖ ଦିନ ORIDL କୁ ରେଳ ମନ୍ତ୍ରଣାଳୟର ଚିଠି (ନଂ 2019 / ଜେଭି ସେଲ୍ / ଓଡିଶା / ବରଗଡ ରୋଡ଼-ନୂଆପଡା ରୋଡ) ଦ୍ବାରା ଇନ୍-ପ୍ରିନସିପଲ ଅନୁମୋଦନ (ଆଇପିଏ) ଦେଇଛନ୍ତି। ଆଜି ସୁଦ୍ଧା ଏହି ପ୍ରକଳ୍ପର ଡିପିଆର (DPR) ମଞ୍ଜୁରୀ ଓଡିଶା ସରକାରଙ୍କ ପାଖରେ ବିଚାରାଧୀନ ଥିବାର ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ଚଳିତ ବର୍ଷ 10,012 କୋଟି ଟଙ୍କା ଆବଣ୍ଟନ କରିଛନ୍ତି। 57 ଟି ରେଳ ଷ୍ଟେସନ ମଧ୍ୟ ଓଡ଼ିଶାରେ ପୁନନିର୍ମାଣ କରାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବହୁଗୁଡିଏ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି କରାଯାଇପାରିବ। ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, ଆଇନ ଶୃଙ୍ଖଳା ବିଷୟ ଗୁଡିକରେ ସହଯୋଗ କରିବାକୁ ରେଳ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।

ଏହିଭଳି ଏକ ଅମୃତକାଳ ସମୟରେ ଓଡିଶା ରାଜ୍ୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରରେ ଦେଇଥିବା ପ୍ରତିଶୃତିକୁ ହାଡବିନ୍ଧା କଟାକ୍ଷ କଲେ ନବୀନ

ବରଗଡ: ଆଜି ଦିନିକିଆ ପଦ୍ମପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏଏସଏଚ ଗ୍ରୁପଙ୍କୁ ସହାୟତା ପ୍ରଦାନ କରିଥିଲେ। ତେବେ ସେ ଏକ ଜନସଭାକୁ ଉଦବୋଧନ ଦେଇ ପଦ୍ମପୁର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶୃତିକୁ ହାଡବିନ୍ଧା କଟାକ୍ଷ କରିଥିଲେ।

ସେହି ସଭାରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ହେଲା..

ଜୟ ପ୍ରଭୁ ନୃସିଂହନାଥ
ପ୍ରିୟ ଭାଇ ଓ ଭଉଣୀମାନେ
ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ।

ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି। ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ।

ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି। ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ।

ଗତ ଥର ମୁଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ କିଛି ଘୋଷଣା କରିଥିଲି। ସେଥିରୁ ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି। ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି ସବଷ୍ଟେସନ ପାଇଁ ଜମି ଚିହ୍ନଟ ହୋଇସାରିଛି। ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ। ବାକି ସବୁ କାମ ସମୟ ଭିତରେ କରାଯିବ।

ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀ ରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ. ଏବଂ ଆପଣମାନଙ୍କୁ ଚାଉଳ ସଂଗ୍ରହ, ଫସଲବୀମା, ରେଲୱେ  କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ। ପ୍ରଭୁ ନୃସିଂହନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ।

ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି। ଗତ ଉପନିର୍ବାଚନ ସମୟରେ ଆପଣମାନେ ମୋତେ ଭେଟିଥିଲେ। ପ୍ରତି ପଞ୍ଚାୟତ, ପ୍ରତି ଏନଏଏସି ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ ପ୍ରସ୍ତାବ ଦେଇଥିଲେ । ମୁଁ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ମଂଜୁର କରାଯାଇଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଞ୍ଜୁର କରାଯିବା, ଓଡିଶା ଇତିହାସରେ ପ୍ରଥମ। ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ।

ଜୟ ଜଗନ୍ନାଥ

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ପଦମପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜନସଭାକୁ ଦେବେ ଉଦବୋଧନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଗସ୍ତ କରିବେ। ନିକଟରେ ପଦମପୁର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେତେବେଳେ ସେ ନିର୍ବାଚନ ରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହାର ପୁରଣ ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଦିନ ୧୧ଟାରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚବେ। ସେଠାରୁ ସେ ହେଲିକ୍ୟାପ୍ଟର ଯୋଗେ ଯାଇ ୧୧ଟା ୨୫ରେ ଝାରବନ୍ଧ ବ୍ଲକ ଶକ୍ତି ଛକ ହେଲିପ୍ୟାଡ୍‌ରେ ପହଞ୍ଚବେ। ସେଠାରୁ ସେ ସଭାସ୍ଥଳକୁ ଯିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଝାରବନ୍ଧରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାଇକମାଳ ବ୍ଲକ ଗସ୍ତ କରିବେ। ୧୨ଟା ୩୦ ମିନିଟ୍‌ରେ ପାଇକମାଳ ଏମ୍‌ଇ ସ୍କୁଲ ପଡିଆରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚବେ ସେଠାକାର କାର୍ଯ୍ୟକ୍ରମରେ ଯୋଗଦେବେ। ପାଇକମାଳରେ ମିଶନ ଶକ୍ତି ମହିଳାମାନଙ୍କୁ ଚେକ୍‌ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ପାଇକମାଳରେ ୧ଟା ୧୦ମିନିଟ୍‌ରେ କାର୍ଯ୍ୟକ୍ରମ ଶେଷ ହେବ।

୧ଟା ୪୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଆର. ଏଲ. କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ପହଞ୍ଚି ସେଠାରୁ ପଦ୍ମପୁର ପିଡବ୍ଲ୍ୟୁଡି ଆଇବିକୁ ଯିବେ। ଅପରାହ୍ନ ୩ଟା ୪୫ ମିନିଟ୍‌ରେ ସେ ପଦ୍ମପୁର ହାଇସ୍କୁଲ ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

ପଦ୍ମପୁରରେ ମଧ୍ୟ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅପରାହ୍ନ ୪ଟା ୩୦ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ଏହି ଗସ୍ତ ସମୟରେ ନବୀନ ତିନୋଟି ଜନସଭାକୁ ଉଦବୋଧନ ଦେବା ସହିତ ପଦମପୁର ଜିଲ୍ଲା ଘୋଷଣା କରିବାର ମଧ୍ୟ ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୁମର ପଦ୍ମପୁର ଥିବା ବେଳେ ଆମର ଧାମନଗର ମଡେଲ ଅଛି, ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଯୋଗଦେବାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ମନ୍ତବ୍ୟ ଦେଇଛନ୍ତି। ତାହା ହେଲା ତମର ପଦ୍ମପୁର ମଡେଲ ଥିବା ବେଳେ ଆମର ଧାମନଗର ମଡେଲ ରହିଛି। ଆଜି ସମ୍ବାଦିକମାନେ ୨୦୨୪ ନିର୍ବାଚନରେ ବିଜେଡିର ମନ୍ତବ୍ୟ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଉଭୟ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନରେ ବିଜେପିକୁ ବେଶ କିଛି ଶିକ୍ଷା ମିଳିଛି। ଏହି ଦୁଇ ଉପନିର୍ବାଚନର ଶିକ୍ଷାକୁ ପାଥେୟ କରି ଆମେ ଆସନ୍ତା ନିର୍ବାଚନ ମଇଦାନକୁ ଓହ୍ଲାଇବୁ। ଏହା ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ବେଶ୍ ସାହାଯ୍ୟ କରିବ । ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାର ପ୍ରମୁଖ ପ୍ରସଙ୍ଗ କରିବ ଦଳ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Categories
ବିଶେଷ ଖବର

ପ୍ରଦୀପ ପୁରୋହିତଙ୍କ ମୁହଁରୁ ବାରି ହେଉଛି ହାରିବାର ଭୟ: ବିଜେଡ଼ି

ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ। ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ।

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପୁର ଉପ-ନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍‍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ-ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି।

ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ଏଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଶ୍ରୀ ପୁରୋହିତଙ୍କ ବିବୃତ୍ତିରୁ ତାଙ୍କର ହାରିଯିବାର ଭୟ ତାଙ୍କ ମୁହଁରୁ ବାରିହୋଇ ପଡୁଛି। ତେଣୁ ନିରାଶାରେ ସେ ନିଜ ପ୍ରତି ସହାନୁଭୂତି ହାସଲ କରିବା ସହିତ ବିଜେଡିକୁ ବଦନାମ ପାଇଁ କିଛି ଲୋକଙ୍କ ହାତରେ ବିଜେଡି ପତାକା ଧରାଇ ନିଜ ଉପରେ ଆକ୍ରମଣର ନାଟକ କରିପାରନ୍ତି।
ପଦ୍ମପୁରର ଲୋକମାନେ ପ୍ରଦୀପ ପୁରୋହିତଙ୍କର ଅସଲ ଚେହେରାକୁ ଜାଣିଛନ୍ତି ଏବଂ ତାଙ୍କୁ ଓ ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପ-ନିର୍ବାଚନ: ବିଜେପି ମଧ୍ୟ ଜାରି କଲା ଷ୍ଟାର ପ୍ରଚାରକ ତାଲିକା

ପଦ୍ମପୁର: ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଏହି ଉପ-ନିର୍ବାଚନରେ ପ୍ରଚାର କରିବା ପାଇଁ ବିଜେପି ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ସେମାନେ ହେଲେ……

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଷେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱୀରୀ, ବୀଜୟପାଲ ସିଂ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ଗରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗ ଦେବ, ଚୁନିଲାଲ ସାହୁ, ସୁରମା ପାଢୀ, ନାଉରୀ ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ରହିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ନିତ୍ୟାନନ୍ଦ ବଣ୍ଡା, ଭବାନୀଶଙ୍କର ଭୋଇ, ମୁକେଶ ମହାଲିଙ୍ଗ୍, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଂଜନ କୁମାର ପଟେଲ, ବିଭୁପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପ-ନିର୍ବାଚନ: ଘୋଷଣା ହେଲା ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ସମୀର ରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳି‌କେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ,  ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ ୪୦ଜଣଙ୍କୁ ସାମିଲ କରାଯାଇଛି।

ତେବେ ଏହି ତାଲିକାରୁ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଦ ପଡିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି।

ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି। ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ। ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଫସଲ ବୀମା ଟଙ୍କା ପାଇନାହାନ୍ତି। ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାର ଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରଖିଛି।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇ ଅଛି।

ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ।

ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ଶ୍ରୀ ସୁଷାନ୍ତ ସିଂ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇ ଓଡିଶାରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।