କୋଭିଡ କଟକଣା ନେଇ ରାଜ୍ୟ ସରକାର ନେଲେ ବଡ ନିଷ୍ପତି, ଆଜିଠାରୁ ହେବ ଲାଗୁ

Published: Nov 20, 2022, 7:41 am IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରାମଣ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜିଠୁ ଆଉ କୋଭିଡ କଟକଣା ଲାଗୁ ହେବ ନାହିଁ। ମାସ୍କ ନ ପିନ୍ଧିଲେ ଯେଉଁ ଜରିମାନା ଆଦୟ ହେଉଥିଲା ତାହା ଆଉ ହେବ ନାହିଁ। ଦୀର୍ଘ ଦୁଇ ବର୍ଷ ଧରି ରାଜ୍ୟରେ କୋଭିଡ ଆଇନ ଲାଗୁ କରାଯାଇଥିଲା।

ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ କରୋନା ସଂକ୍ରାମଣ ହ୍ରାସ ପାଇଥିବାରୁ କୋଭିଡ କଟକଣା ହଟାଇବା ପାଇଁ ବିଚାର ଚାଲିଥିଲା। ଏ ନେଇ ଆଜି ସରକାର ରାଜ୍ୟରୁ ସମସ୍ତ କୋଭିଡ କଟକଣାକୁ ହଟାଇ ଦେଇଛନ୍ତି। ତେବେ ଲୋକମାନେ ସ୍ବଇଚ୍ଛାରେ କରୋନାରୁ ଦୂରେଇ ରହିବା ପାଇଁ ବିଭିନ୍ନ ନିୟମ ପାଳନ କରିପାରିବେ।

Related posts