ଯାଜପୁର: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୩ ମୃତ

Published: Nov 21, 2022, 11:20 am IST

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିଲା, ​​ଯେତେବେଳେ କିଛି ଲୋକ ପ୍ଲାଟଫର୍ମରେ ଏକ ଯାତ୍ରୀବାହୀ ଟ୍ରେନକୁ ଅପେକ୍ଷା କରିଥିଲେ। ଛତ୍ରପୁର ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଟି ଲାଇନଚ୍ୟୁତ ହେବା ଯୋଗୁଁ ଏଏହାର ଆଠଟି କୋଚ୍ ପ୍ଲାଟଫର୍ମ ଏବଂ ୱେଟିଂ ହଲ୍ ଉପରେ ଚଢିଯାଇଥିଲା। ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାରେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଷ୍ଟେସନ ବିଲଡିଂ ନଷ୍ଟ ହୋଇଯାଇଛି। ରେଳ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ତେବେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଟ୍ରେନ୍ ସେବା ଆଂଶିକ ପ୍ରଭାବିତ ହୋଇଛି। ଦୁର୍ଘଟଣା ଯୋଗୁଁ ଉଭୟ ଲାଇନକୁ ଅବରୋଧ କରାଯାଇଛି। ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ଏବଂ ଏକ ମେଡିକାଲ୍ ଟିମ୍ କୁ ପୂର୍ବତଟ ରେଳବାଇ ପଠାଇଛି। ଏହି ଘଟଣାରେ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।

Related posts