Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ୫-ଟି ସଚିବଙ୍କ ବାଣପୁର ଗସ୍ତ, ଆଶା ଆଶଙ୍କାରେ ଅଞ୍ଚଳବାସୀ, ଜିଲ୍ଲାପାଳଙ୍କୁ କଲେ ଗୁହାରୀ
ଆଜିର ଖବର

ସରିଲା ୫-ଟି ସଚିବଙ୍କ ବାଣପୁର ଗସ୍ତ, ଆଶା ଆଶଙ୍କାରେ ଅଞ୍ଚଳବାସୀ, ଜିଲ୍ଲାପାଳଙ୍କୁ କଲେ ଗୁହାରୀ

November 22, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବହୁ ପ୍ରତିକ୍ଷିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଶେଷ ହୋଇଛି। ଏହାକୁ ନେଇ ବାଣପୁରବାସୀ ବହୁତ ଖୁସି। ମା’ ଭଗବତୀ ମନ୍ଦିରର ବିକାଶ ହେବ। ମନ୍ଦିର ନୂଆ ରୂପରେଖ ପାଇବ। ଦେଶରେ ଖ୍ୟାତି ବଢିବ, ଯାହାକି ପ୍ରତ୍ୟେକ ବାଣପୁରିଆଙ୍କ ପାଇଁ ଗର୍ବର ବିଷୟ ହେବ। କିନ୍ତୁ ଏ ମଧ୍ୟରେ କିଛିଟା ଅତି ସମ୍ବେଦନଶୀଳ ପ୍ରସଙ୍ଗ ଅଛି, ଯାହାକୁ ଏଡାଇ ଦିଆଯାଇ ନପାରେ।

ସବୁଠାରୁ ବଡ଼ ପ୍ରସଙ୍ଗ ହେଲା ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାସ୍ତା ପ୍ରଶସ୍ତିକରଣ। ଏଠାରେ ନାନା ମୁନିଙ୍କ ନାନା ମତ ପ୍ରକାଶ ପାଇଛି। ପ୍ରଥମତଃ ବାଣପୁରରେ ବସ ଷ୍ଟାଣ୍ଡ ନିର୍ମାଣ ଆଜିର ପ୍ରକଳ୍ପ ନୁହଁ। ଏହା ବହୁ ବର୍ଷ ପୁରୁଣା ପ୍ରକଳ୍ପ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

ତେବେ ବସ ଷ୍ଟାଣ୍ଡ ନିର୍ମାଣ ସ୍ଥାନକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ। ରାଜନୈତିକ ଦଳର ନେତାମାନେ ଗୋଟିଏ ସ୍ଥାନ କହୁଥିବା ବେଳେ ସରକାରୀ ଅଧିକାରୀ ମାନେ ଆଉ ଏକ ସ୍ଥାନ କହୁଛନ୍ତି। ୫- ଟି ସଚିବଙ୍କ ଗସ୍ତ ପରେ ଏହି ବସ ଷ୍ଟାଣ୍ଡ ପ୍ରକଳ୍ପକୁ ନେଇ ଦ୍ଵନ୍ଦ୍ଵ ଅଧିକ ବଢିଯାଇଛି। ଉଭୟ ସ୍ଥାନୀୟ ନେତା ଓ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କାରଣ ଏତେ ବର୍ଷ ହେଲା ବସ ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ହୋଇପାରୁନଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ନିମନ୍ତେ ତରବରିଆ ଭାବେ ଜିଲ୍ଲାପାଳଙ୍କ ସମ୍ମୁଖରେ ମନଇଚ୍ଛା ସ୍ଥାନର ପ୍ରସ୍ତାବ ଦିଆଯାଉଛି।

ସାଧାରଣତଃ ବସ ଷ୍ଟାଣ୍ଡଟି ସହର ମଧ୍ୟବର୍ତ୍ତୀ ଭାଗରେ ରହିଥାଏ, ଯାହାଦ୍ୱାରା ସମସ୍ତ ଯାତ୍ରୀଙ୍କୁ ସମାନ ଦୂର ପଡ଼ିବ। ନଚେତ ପୁରୀ ମାଳତୀପାଟପୁର ଏବଂ ନୟାଗଡ଼ର ନୂଆ ବସଷ୍ଟାଣ୍ଡ ପରି ଦଶା ଭୋଗିବାକୁ ପଡିବ। କାରଣ ଠିକ ସ୍ଥାନରେ ବସ ଷ୍ଟାଣ୍ଡ ହୋଇନପାରିଲେ, ଯାତ୍ରୀଙ୍କ ପାଇଁ ଏହା ଅଦରକାରୀ ହୋଇ ରହିବ। ତେଣୁ ବିଚାର ବିମର୍ଶ କରି ଉଚିତ ସ୍ଥାନ ନିରୂପଣ କଲେ ସ୍ଥାନୀୟ ଲୋକେ ଉପକୃତ ହେବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପ ଜନତାଙ୍କ ପାଇଁ କାମରେ ଆସିବ।

ଦ୍ଵିତୀୟ କଥା ହେଲା ରାସ୍ତାର ପ୍ରଶସ୍ତିକରଣକୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ଯାହା ଖବର ରହିଛି, ଭଗବତୀ ମନ୍ଦିରକୁ ଯିବା ପାଇଁ କେବଳ ଦୋଳ ବେଦୀଠାରୁ ରାସ୍ତାକୁ ପ୍ରଶସ୍ତିକରଣ (୧୦ ମିଟର) କରାଯିବ। କିନ୍ତୁ ଏହାପୂର୍ବରୁ ଅନେକ ସ୍ଥାନ ସଂକୀର୍ଣ୍ଣ ରହିଛି। ଯାହା ବସ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ଦକ୍ଷପ୍ରଜାପତି ମନ୍ଦିର ଠାରୁ ମଧ୍ୟ ଦୋଳବେଦୀ ପର୍ଯ୍ୟନ୍ତ ଗମନାଗମନର ସମସ୍ୟା ଦେଖାଯାଉଛି। ତେଣୁ ଭବିଷ୍ୟତକୁ ଲକ୍ଷ୍ୟ କରି ସହରର ଆରମ୍ଭରୁ ଯଦି ରାସ୍ତାର ପ୍ରଶସ୍ତିକରଣ କରାଯାଏ, ତେବେ ଏହା ସଫଳ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। କାରଣ ପର୍ଯ୍ୟଟକ ଆସିଲେ ବାଇପାସ ଠାରୁ ସୁରୁଖୁରୁରେ ଭଗବତୀ ମନ୍ଦିର ଯାଏଁ ଅବାଧରେ ବସ ଯୋଗେ ଯାଇପାରିବେ।

ସେହିପରି ଭାବେ ମନ୍ଦିର ଉନ୍ନୟନ ପାଇଁ ଯଦି କିଛି ଦୋକାନୀ ବିସ୍ଥାପିତ ହେବେ ତେବେ ସେମାନଙ୍କ ବିସ୍ଥାପନ ବ୍ୟବସ୍ଥା କରିବା ସହ ସେମନାଙ୍କ ଜୀବିକା ପ୍ରତି ଦୃଷ୍ଟି ଦେବା କଥା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ବାଣପୁରରେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣି ମାଷ୍ଟର ପ୍ଲାନ ପ୍ରସ୍ତୁତ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ଜିଲ୍ଲାପାଳ ଏ ନେଇ ଏନଏସି ର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ସେବାୟତ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ବ୍ୟବସାୟୀ ସଂଘ ସହ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତ କଲେ ତାହା ଦୀର୍ଘସ୍ଥାୟୀ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା କରିଛନ୍ତି। ତେବେ ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ନିଶ୍ଚିତ ଭାବେ ଭବିଷ୍ୟତରେ ମାଷ୍ଟରପ୍ଲାନକୁ ନେଇ ବାଣପୁରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଘଟଣାକୁ ଏଡାଇଦିଆଯାଇନପାରେ।

ଖୋର୍ଦ୍ଧା ଜିଲ୍ଲାପାଳ ଆଇଏଏସ ସୁଦର୍ଶନ ଚକ୍ରବର୍ତ୍ତୀ ଜଣେ ଦକ୍ଷ ଯୁବ ପ୍ରଶାସକ ହୋଇଥିବା ବେଳେ ସେ ମାଷ୍ଟର ପ୍ଲାନ ପ୍ରସ୍ତୁତି ପୂର୍ବରୁ ଉକ୍ତ ବିଷୟଗୁଡିକୁ ନିଶ୍ଚିତ ଧ୍ୟାନ ଦେବେ ବୋଲି ବାଣପୁରବାସୀ ଆଶା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Latest News

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.