ଜାଣି ନିଅନ୍ତୁ ଆଜିର କାର୍ଯ୍ୟକ୍ରମ ସୂଚନା, କେଉଁଠାରେ କଣ ହେବ

Published: Nov 24, 2022, 7:37 am IST

ଭୁବନେଶ୍ବର: ଆଜି କେଉଁଠାରେ କଣ ହେବ, କେତେବେଳେ ହେବ ସେ ନେଇ ଆସନ୍ତୁ ଜାଣିବା ବିଭିନ୍ନ ଘଟଣା ସମୁହ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ହାପିଏଷ୍ଟ ମାଇଣ୍ଡ ଟେକନୋଲୋଜି:- ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭୁବନେଶ୍ବରର ଫରଚ୍ୟୁନ ଟାୱାରରେ ଥିବା ହାପିଏଷ୍ଟ ମାଇଣ୍ଡ ଟେକନୋଲୋଜି ଡେଭଲପମେଣ୍ଟ ସେଣ୍ଟରର ଦିନ 11ଟା 30 ରେ ଉଦଘାଟନ କରିବେ।

ଓଡିଶା ରାଜ୍ୟ ଦିବସ:- ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟାନ ପାଳନ କରିବ ଓଡିଶା ଦିବସ। ଏହା ଅପରାହ୍ନ 2ଟା 30 ମିନଟରୁ 4ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡିଶୀ, ଡାଲଖାଇ, ବଜାସାଲ ପରିବେଷଣ ହେବ। ମୁଖ୍ୟଅତିଥୀ ହେବେ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ।

ଓଡିଶୀ ନୃତ୍ୟ ଉତ୍ସବ:- ଭୁବନେଶ୍ବରର ଭଂଜ କଳା ମଣ୍ଡପରେ ଆଜି ସଂଧ୍ୟା ସାତଟାରେ ନୃତ୍ୟାୟନ ଟ୍ରଷ୍ଟ ତରଫରୁ ଓଡିଶୀ ନୃତ୍ୟ ଉତ୍ସବ ପରିବେଷଣ କରାଯିବ।

ଦିଲ୍ଲୀପ ତିର୍କିଙ୍କ ଉପରେ ପ୍ରଦର୍ଶନୀ:- ପ୍ରଖ୍ୟାତ ହକି ଖେଳାଳୀ ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କିଙ୍କ ଉପରେ ପର୍ଯ୍ୟବେସିତ ଏକ ପ୍ରଦର୍ଶନୀର ଉଦଘାଟିତ ହେବ। ଏହା ଭୁବନେଶ୍ବରର ଜୟଦେବ ଭବନରେ ଆଜି ଦିନ 11ଟା 30 ରେ ଉଦଘାଟନ କରାଯିବ।

Related posts