Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା
ଆଜିର ଖବର

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

November 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ।

ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟର ବ୍ୟବହାର ଆରମ୍ଭ ହୋଇଛି।

ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-ଅପ ର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କୁର ବି. ପଟେଲ୍।

ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟର ପ୍ରଚଳନ ଆରମ୍ଭ କରାଯାଇଛି।

ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍‌ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି ଦାସ ଏହି ଅବସରରେ କହିଛନ୍ତି। ଆଗାମୀ ଦିନରେ ସୋଆର ସବୁ କ୍ୟାମ୍ପସ୍‌ରେ ଇ-ସ୍କୁଟର ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି।

ସୋଆର ପୂର୍ବତନ ଛାତ୍ର ଶ୍ରୀ ପଟେଲ୍ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିବା ବେଳେ କହିଛନ୍ତି ଯେ ଏହି ଇ-ସ୍କୁଟରକୁ ଭଡ଼ାରେ ନେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ କିଲୋମିଟର ପ୍ରତି ୭୦ ପଇସା ଏବଂ ମିନିଟ୍ ପ୍ରତି ୪୦ ପଇସା ଦେବାକୁ ପଡିବ। କ୍ୟାମ୍ପସ୍‌ର ଡିମାଣ୍ଡ ଅନୁସାରେ ଇ-ସ୍କୁଟରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ କ୍ୟାମ୍ପସ୍‌ରେ ବୁଲିବା ଖୁବ୍ ସହଜ ହେବ। ବିଭିନ୍ନ କ୍ୟାମ୍ପସ୍‌ରେ ଏହାର ରି-ଚାର୍ଜିଂ ସୁବିଧା ମଧ୍ୟ ରହିଛି।

ଏହି ଅବସରରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇ-ସ୍କୁଟର ସୋଆ କ୍ୟାମ୍ପସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆରମ୍ଭ ହେଲା ଗୋଟିପୁଅ ନୃତ୍ୟ ଉତ୍ସବ, ସାମିଲ ହୋଇଛନ୍ତି ୨୦ଟି ନୃତ୍ୟ ଦଳ

August 30, 2025

ସୋଆ କୃଷିବିଜ୍ଞାନ କଲେଜର ଛାତ୍ରୀ ଚାଷୀଙ୍କୁ ଦେଲେ ଜୈବିକ ଚାଷ ତାଲିମ

August 30, 2025

ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କଶ୍ମୀରର ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ

August 30, 2025

ସଂସଦ ଭବନରେ ସ୍ଥାନିତ ହେବ ପୁରୀ ରଥର ତିନିଟି ଚକା, ଲୋକସଭା ବାଚସ୍ପତିଙ୍କ ସମ୍ମତି

August 30, 2025
Latest News

ଭୁବନେଶ୍ବରରେ ଆରମ୍ଭ ହେଲା ଗୋଟିପୁଅ ନୃତ୍ୟ ଉତ୍ସବ, ସାମିଲ ହୋଇଛନ୍ତି ୨୦ଟି ନୃତ୍ୟ ଦଳ

August 30, 2025

ସୋଆ କୃଷିବିଜ୍ଞାନ କଲେଜର ଛାତ୍ରୀ ଚାଷୀଙ୍କୁ ଦେଲେ ଜୈବିକ ଚାଷ ତାଲିମ

August 30, 2025

ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କଶ୍ମୀରର ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ

August 30, 2025

ସଂସଦ ଭବନରେ ସ୍ଥାନିତ ହେବ ପୁରୀ ରଥର ତିନିଟି ଚକା, ଲୋକସଭା ବାଚସ୍ପତିଙ୍କ ସମ୍ମତି

August 30, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.