Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା
ଆଜିର ଖବର

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

November 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ।

ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟର ବ୍ୟବହାର ଆରମ୍ଭ ହୋଇଛି।

ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-ଅପ ର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କୁର ବି. ପଟେଲ୍।

ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟର ପ୍ରଚଳନ ଆରମ୍ଭ କରାଯାଇଛି।

ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍‌ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି ଦାସ ଏହି ଅବସରରେ କହିଛନ୍ତି। ଆଗାମୀ ଦିନରେ ସୋଆର ସବୁ କ୍ୟାମ୍ପସ୍‌ରେ ଇ-ସ୍କୁଟର ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି।

ସୋଆର ପୂର୍ବତନ ଛାତ୍ର ଶ୍ରୀ ପଟେଲ୍ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିବା ବେଳେ କହିଛନ୍ତି ଯେ ଏହି ଇ-ସ୍କୁଟରକୁ ଭଡ଼ାରେ ନେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ କିଲୋମିଟର ପ୍ରତି ୭୦ ପଇସା ଏବଂ ମିନିଟ୍ ପ୍ରତି ୪୦ ପଇସା ଦେବାକୁ ପଡିବ। କ୍ୟାମ୍ପସ୍‌ର ଡିମାଣ୍ଡ ଅନୁସାରେ ଇ-ସ୍କୁଟରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ କ୍ୟାମ୍ପସ୍‌ରେ ବୁଲିବା ଖୁବ୍ ସହଜ ହେବ। ବିଭିନ୍ନ କ୍ୟାମ୍ପସ୍‌ରେ ଏହାର ରି-ଚାର୍ଜିଂ ସୁବିଧା ମଧ୍ୟ ରହିଛି।

ଏହି ଅବସରରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇ-ସ୍କୁଟର ସୋଆ କ୍ୟାମ୍ପସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026
Latest News

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.