ଗେହଲଟ-ପାଇଲଟ ବିବାଦ ମାମଲା: କଠୋର ନିଷ୍ପତ୍ତି ନେବାକୁ କହିଲେ ଜୟରାମ ରମେଶ

Published: Nov 27, 2022, 6:01 pm IST

ନୂଆଦିଲ୍ଲୀ: କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ‘ବିଶ୍ଵାସଘାତକ’ ବୋଲି କହିବା ପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ କହିଛନ୍ତି ଯେ, ରାଜସ୍ଥାନରେ ସଂଗଠନ ସର୍ବଶ୍ରେଷ୍ଠ ଅଟେ ଏବଂ ଏହାକୁ ମଜବୁତ କରିବା ପାଇଁ ଆବଶ୍ୟକ ହେଲେ ‘କଠୋର ନିଷ୍ପତ୍ତି’ ନେବାକୁ ଦଳ ପଛଘୁଞ୍ଚା ଦେବ ନାହିଁ।

କଂଗ୍ରେସର ମିଡିଆ ବିଭାଗର ଦାୟିତ୍ୱରେ ଥିବା ରମେଶ କହିଛନ୍ତି ଯେ, “କିନ୍ତୁ ମୁଁ ଏହି ସମାଧାନ ପାଇଁ କୌଣସି ସମୟ ସୀମା ଠିକ କରିପାରିବି ନାହିଁ। ଏହି ସମାଧାନର ସମୟ ସୀମା କେବଳ କଂଗ୍ରେସ ନେତୃତ୍ୱ ସ୍ଥିର କରିବ।” ସେ କହିଛନ୍ତି ଯେ, କଂଗ୍ରେସ ଉଭୟ ଗେହଲୋଟ୍ ଏବଂ ପାଇଲଟ୍ ଙ୍କୁ ଆବଶ୍ୟକ କରେ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଗେହଲୋଟ୍ ପାଇଲଟଙ୍କୁ ‘ବିଶ୍ଵାସଘାତକ’ ବୋଲି କହିଥିଲେ। ସେ କହିଥିଲେ ଯେ, ୨୦୨୦ ମସିହାରେ ପାଇଲଟ କଂଗ୍ରେସ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଗେହଲୋଟ୍ ଗୋଷ୍ଠୀ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରିବ ନାହିଁ। ଏହି ସାକ୍ଷାତକାରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଛି ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ରମେଶ କହିଛନ୍ତି

Related posts