Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବତା-ରାକ୍ଷସଙ୍କ ପାଇଁ ବ୍ରହ୍ମାଙ୍କ ପରୀକ୍ଷା: ‘କହୁଣି ନ ଭାଙ୍ଗି କେମିତି ଖାଇବ ଖାଦ୍ୟ’ରେ ଜିତିଲା କିଏ?
ଆଜିର ଖବର

ଦେବତା-ରାକ୍ଷସଙ୍କ ପାଇଁ ବ୍ରହ୍ମାଙ୍କ ପରୀକ୍ଷା: ‘କହୁଣି ନ ଭାଙ୍ଗି କେମିତି ଖାଇବ ଖାଦ୍ୟ’ରେ ଜିତିଲା କିଏ?

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଯେ ଧନର ଓ ଶକ୍ତିର ଉପଯୋଗ ଦାନରେ କରେ, ସେ ହେଉଛି ଦେବତା। ଦଦାତୀତି ଦେବଃ! ଯେ ନିଜର ଧନ ଓ ଶକ୍ତିର ଉପଯୋଗ କେବଳ ନିଜ ପ୍ରାଣ ପୋଷଣ କରିବାରେ ଲଗାଏ, ସେ ହେଉଛି ଅସୁର ଅସୁନ୍ ପ୍ରାଣାନ୍ ରକ୍ଷତୀତ୍ୟସୁରଃ। ଧନର ସୁରକ୍ଷାରେ ଯେଉଁମାନେ ଲାଗିଥାନ୍ତି, ସେ ହେଉଛି ରାକ୍ଷସ ରକ୍ଷତୀତି ରକ୍ଷଃ। ଅସୁର ଓ ରାକ୍ଷସମାନେ ଜ୍ୟେଷ୍ଠ ଓ ଦେବତାମାନେ କନିଷ୍ଠ। କିନ୍ତୁ ସର୍ବଗୁଣ ବିଶେଷତ୍ଵ ଥିବାରୁ ଦେବତାମାନେ ବନ୍ଦନୀୟ ଓ ଶ୍ରେଷ୍ଠ ବୋଲି ସ୍ଵୀକାର କରାଯାଏ। ଏ ସନ୍ଦର୍ଭରେ ଏକ ମହତ୍ତ୍ଵପୂର୍ଣ୍ଣ କଥା ପ୍ରାପ୍ତ ହୁଏ।

ଥରେ ଅସୁର ଓ ସମସ୍ତ ଦୈତ୍ୟମାନେ ପ୍ରଜାପତି ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ପିତାମହ! ଆମେ ସମସ୍ତେ ଦୈତ୍ୟମାନେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଟୁ। ଦେବତାମାନେ କନିଷ୍ଠ ହେଲେ ମଧ୍ୟ ଆପଣ ସର୍ବଦା ଦେବତାମାନଙ୍କୁ ଅଧିକ ସ୍ନେହ କରନ୍ତି। ଏପରି ପକ୍ଷପାତ କାହିଁକି?”

ଏକଥା ଶୁଣି ବ୍ରହ୍ମାଜୀ ଟିକିଏ ମୁରୁକି ହସିଦେଲେ। କହିଲେ, “ଦତିପୁତ୍ରଗଣ! ତୁମେ ଓ ଦେବତାମାନେ ମୋର ପୌତ୍ରଙ୍କର ପୁତ୍ର ଅଟ। ତେଣୁ ମୁଁ ଉଭୟଙ୍କୁ ସ୍ନେହ କରେ। ତଥାପି ତାଙ୍କର ବୁଦ୍ଧି ଓ ଉଦାର ଭାବନା ମୋତେ ଆକୃଷ୍ଠ କରେ। କାରଣ ମୁଁ ହେଉଛି ସମଷ୍ଟି ବୁଦ୍ଧିର ଅଧିଷ୍ଠାତା ଓ ସୃଷ୍ଠିକର୍ତ୍ତା।

ଅସୁରଙ୍କର ଦେବତାମାନଙ୍କ ପ୍ରତି ଆହୁରି ଅଧିକ ଈର୍ଷା ଜାତ ହେଲା। କହିଲେ, “ବ୍ରହ୍ମନ୍! ପରୀକ୍ଷା ନକରି ଆପଣ କେଉଁ ଆଧାରରେ ଏପରି ମାନି ନେଲେ। ଯେଉଁ ଗୁଣ ଦେବତାମାନଙ୍କର ଅଛି ଆମର ମଧ୍ୟ ଅଛି।

ବ୍ରହ୍ମା କହିଲେ, “ଠିକ ଅଛି, ସମୟ ଆସିଲେ ପରୀକ୍ଷା କରିବା।

କିଛି ଦିନ ପରେ ବ୍ରହ୍ମା ଉଭୟଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ। ଉଭୟ ନିଜ ନିଜ ସମାଜକୁ ଧରି ବ୍ରହ୍ମାଙ୍କ ଘରେ ଉପସ୍ଥିତ ହେଲେ। ଶତ୍ରୁମାନଙ୍କୁ ନିଜ ସମକ୍ଷରେ ଦେଖି ଅସୁରମାନେ ଆହୁରି ବିଗିଡି ଗଲେ। ସେମାନେ ବ୍ରହ୍ମାଙ୍କୁ ସଫା ସଫା କହିଦେଲେ ଯେ, ଆମେ ଗୋଟିଏ ପଂକ୍ତିରେ ଭୋଜନ କରିପାରିବୁ ନାହିଁ। ବ୍ରହ୍ମାଜୀ ତାଙ୍କ ରୁଚି ଅନୁସାରେ ଜ୍ୟେଷ୍ଠ କ୍ରମକୁ ମାନି ନେଇ ପ୍ରଥମେ ଅସୁରମାନଙ୍କୁ ବସାଇଲେ। ଦେବତାମାନେ ସେଠାରୁ ଟିକିଏ ଦୂରରେ ପୃଥକ କକ୍ଷରେ ପ୍ରତୀକ୍ଷା କଲେ। ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଦୈତ୍ୟମାନେ ବସିଗଲେ। ସାମ୍ନାରୁ ବ୍ରହ୍ମଲୋକର ଦିବ୍ୟ, ସୁସ୍ଵାଦୁ ବ୍ୟଞ୍ଜନ ପରଷା ଗଲା। ବିଚରା ଅସୁରମାନେ ଚଳୁ କରି ଭୋଜନ କରିବାକୁ ଉଦ୍ୟତ ହେବାରୁ ବ୍ରହ୍ମା କହିଲେ, “ପ୍ରପୌତ୍ରଗଣ! ଖାଇବା ପାଇଁ ଗୋଟିଏ ସର୍ତ୍ତ ଅଛି। ଭୋଜନ ଅବଶ୍ୟ କର, କିନ୍ତୁ କାହାର କହୁଣି ଭାଙ୍ଗିବା ନାହିଁ। ଦୈତ୍ୟମାନେ ଚମକି ପଡିଲେ! କହୁଣି ନଭାଙ୍ଗି କେମିତି ମୁଖ ପାଖରେ ଖାଦ୍ୟ ପହଞ୍ଚିବ? ସେମାନେ ସିଧା ହାତରେ ଉପରକୁ ଟେକି ଖାଇବାରୁ କାହାର ମୁଣ୍ଡରେ  ତ କାହାର ମୁଖରେ ଖାଦ୍ୟ ପଡିଲା। ସେମାନେ ଯତ୍ କିଞ୍ଚିତ ଖାଦ୍ୟ ଖାଇ ଭୋକିଲା ରହିଗଲେ।

ତାପରେ ଦେବତାମାନେ ସର୍ତ୍ତ ଶୁଣି କିଛି ସମୟ ବିଚାର କଲେ। ଆଖି ଠରା ଠରି ହୋଇ ଦୁଇ ଧାଡିରେ ସମାନ୍ତରାଳ ଭାବରେ ବସିଗଲେ। ହାତକୁ ନଭାଙ୍ଗି ସିଧା ଭାବରେ ପରସ୍ପରକୁ କ୍ଷୀରୀ ଖୁଆଇବାକୁ ଲାଗିଲେ। ସମସ୍ୟାକୁ ସମାଧାନ କରି ସେମାନେ ଭୋଜନ କରି ତୃପ୍ତ ହେଲେ। ସହଯୋଗ ଓ ସହକାର ସମସ୍ତଙ୍କୁ ତୃପ୍ତ ଓ ସମୁଲ୍ଲସିତ କରିଦେଲା। ବ୍ରହ୍ମାଙ୍କର ପରୀକ୍ଷା ସଂପୂର୍ଣ୍ଣ ହୋଇ ସାରିଥିଲା। ଦୈତ୍ୟମାନେ ଚୁପ ରହିଲେ। ଏହି ଦୈବୀଗୁଣ ମାନବ ଠାରେ ମଧ୍ୟ ଆସିବା ଦରକାର।

ଉପେନ୍ଦ୍ର ବଳିୟାରସିଂହ, (ଭଗବତ ଚିନ୍ତକ)

ଯୋଗାଯୋଗ ନଂ- ୯୩୩ ୭୨୫ ୮୩୯୮, ଠିକଣା- ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଉପେନ୍ଦ୍ର ବଳିୟାରସିଂହ ଦେବତା-ରାକ୍ଷସ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.