Categories
ଜାତୀୟ ଖବର ବିଶେଷ ଖବର

ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା,୨ ବର୍ଷ ବାଚ୍ଛନ୍ଦ; ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ନକଲି ରୋକିବା ପାଇଁ ଆସାମ ସରକାର ଖୁବଶୀଘ୍ର କଠୋର ଆଇନ ପ୍ରଣୟନ ହେବ। ସୋମବାର ରାଜ୍ୟ ସରକାର ବିଧାନସଭାରେ ଏକ ବିଲ ଆଗତ କରିଛନ୍ତି, ଯେଉଁଥିରେ ପରୀକ୍ଷାରେ କପି ଅଭିଯୋଗରେ ଦୋଷୀସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜରିମାନା ହେବ।

ଏହି ଆଇନର ନାମ ହେଉଛି ଆସାମ ସାର୍ବଜନୀନ ପରୀକ୍ଷା (ନିଯୁକ୍ତିରେ ଅନ୍ୟାୟ ପଦ୍ଧତିକୁ ରୋକିବା ପାଇଁ ଅର୍ଥ) ବିଲ, ୨୦୨୪। ଏହା ଅଧୀନରେ କେବଳ ପରୀକ୍ଷାର୍ଥୀ ନୁହଁନ୍ତି ବରଂ ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇପାରିବ। ଯଦି ଏହି ବିଲ ଆଇନରେ ପରିଣତ ହୁଏ ତେବେ ଆସାମ ଦେଶର ପ୍ରଥମ ରାଜ୍ୟ ହେବ।
ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରାର୍ଥୀ ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷାରେ ବସିପାରିବେ ନାହିଁ।

ଆସାମ ସରକାର କହିଛନ୍ତି ଯେ ଏହି ବିଲରେ ଦୋଷୀକୁ ୫ରୁ ୧୦ ବର୍ଷ ଏବଂ ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପ୍ରସ୍ତାବ ଦିଆଯାଇଛି। ନକଲି ପ୍ରାର୍ଥୀଙ୍କ ପାଇଁ ଦଣ୍ଡ କମ୍ କଠୋର – ୩ ବର୍ଷ ଜେଲ ଏବଂ ୧ ଲକ୍ଷ ଟଙ୍କା ଜରିମାନା। କିନ୍ତୁ ଜରିମାନା ପୈଠ ନକଲେ ତାଙ୍କୁ ଆଉ ଦୁଇବର୍ଷ ଜେଲରେ ରହିବାକୁ ପଡ଼ିବ।

ଏହାବ୍ୟତୀତ ଏହି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ବ୍ୟକ୍ତି ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷାରେ ବସିପାରିବେ ନାହିଁ। ଦୋଷୀ ସାବ୍ୟସ୍ତ ହୋଇଥିବା ସଂସ୍ଥାକୁ ସବୁଦିନ ପାଇଁ ନିଷିଦ୍ଧ କରାଯାଇପାରେ। ପରୀକ୍ଷାରେ କପି ସମ୍ପର୍କିତ ସମସ୍ତ ଅଭିଯୋଗର ତଦନ୍ତ ଡେପୁଟି ସୁପରିଟେଣ୍ଡେଣ୍ଟ କିମ୍ବା ତା’ଠାରୁ ଅଧିକ ପାହ୍ୟାର ପୁଲିସ ଅଧିକାରୀମାନେ କରିବେ। ପେପର ଲିକ୍ ମାମଲାର ଶୁଣାଣି ପାଇଁ ଅଲଗା ଅଲଗା ଅଦାଲତ ଗଠନ କରାଯିବ।

ପରୀକ୍ଷା ତ୍ରୁଟିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା

ପ୍ରସ୍ତାବିତ ବିଲରେ ପରୀକ୍ଷା ପରିଚାଳନା କରୁଥିବା ଲୋକଙ୍କ ଦ୍ୱାରା କ’ଣ ଭୁଲ ହୋଇପାରେ ତାହା କୁହାଯାଇଛି। ଏଥିରେ ପ୍ରଶ୍ନପତ୍ର ଲିକ୍ କରିବା, ପ୍ରଶ୍ନପତ୍ର କ୍ରୟ, ବିକ୍ରୟ କିମ୍ବା ଛାପିବା, କୌଣସି ଭୁଲ ସମାଧାନ କରିବା, ପରୀକ୍ଷାର୍ଥୀଙ୍କୁ କୌଣସି ଭୁଲ ଉପାୟରେ ସାହାଯ୍ୟ କରିବା, ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ଦୁନିଆରେ ପରୀକ୍ଷା କରାଇବା କିମ୍ବା ନିର୍ଦ୍ଧାରିତ ପ୍ରିଣ୍ଟିଂ ପ୍ରେସ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଖାଲି ଉତ୍ତରଖାତା ଛାପିବା ଆଦି ରହିଛି।

ଏଭଳି ଅପରାଧୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ଏବଂ ଜରିମାନା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଦେବତା-ରାକ୍ଷସଙ୍କ ପାଇଁ ବ୍ରହ୍ମାଙ୍କ ପରୀକ୍ଷା: ‘କହୁଣି ନ ଭାଙ୍ଗି କେମିତି ଖାଇବ ଖାଦ୍ୟ, ଜାଣନ୍ତୁ ଜିତିଲା କିଏ?

ଉପେନ୍ଦ୍ର ବଳିୟାରସିଂହ

ଯେ ଧନର ଓ ଶକ୍ତିର ଉପଯୋଗ ଦାନରେ କରେ, ସେ ହେଉଛି ଦେବତା। ଦଦାତୀତି ଦେବଃ! ଯେ ନିଜର ଧନ ଓ ଶକ୍ତିର ଉପଯୋଗ କେବଳ ନିଜ ପ୍ରାଣ ପୋଷଣ କରିବାରେ ଲଗାଏ, ସେ ହେଉଛି ଅସୁର ଅସୁନ୍ ପ୍ରାଣାନ୍ ରକ୍ଷତୀତ୍ୟସୁରଃ। ଧନର ସୁରକ୍ଷାରେ ଯେଉଁମାନେ ଲାଗିଥାନ୍ତି, ସେ ହେଉଛି ରାକ୍ଷସ ରକ୍ଷତୀତି ରକ୍ଷଃ। ଅସୁର ଓ ରାକ୍ଷସମାନେ ଜ୍ୟେଷ୍ଠ ଓ ଦେବତାମାନେ କନିଷ୍ଠ। କିନ୍ତୁ ସର୍ବଗୁଣ ବିଶେଷତ୍ଵ ଥିବାରୁ ଦେବତାମାନେ ବନ୍ଦନୀୟ ଓ ଶ୍ରେଷ୍ଠ ବୋଲି ସ୍ଵୀକାର କରାଯାଏ। ଏ ସନ୍ଦର୍ଭରେ ଏକ ମହତ୍ତ୍ଵପୂର୍ଣ୍ଣ କଥା ପ୍ରାପ୍ତ ହୁଏ।

ଥରେ ଅସୁର ଓ ସମସ୍ତ ଦୈତ୍ୟମାନେ ପ୍ରଜାପତି ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ପିତାମହ! ଆମେ ସମସ୍ତେ ଦୈତ୍ୟମାନେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଟୁ। ଦେବତାମାନେ କନିଷ୍ଠ ହେଲେ ମଧ୍ୟ ଆପଣ ସର୍ବଦା ଦେବତାମାନଙ୍କୁ ଅଧିକ ସ୍ନେହ କରନ୍ତି। ଏପରି ପକ୍ଷପାତ କାହିଁକି?”

ଏକଥା ଶୁଣି ବ୍ରହ୍ମାଜୀ ଟିକିଏ ମୁରୁକି ହସିଦେଲେ। କହିଲେ, “ଦତିପୁତ୍ରଗଣ! ତୁମେ ଓ ଦେବତାମାନେ ମୋର ପୌତ୍ରଙ୍କର ପୁତ୍ର ଅଟ। ତେଣୁ ମୁଁ ଉଭୟଙ୍କୁ ସ୍ନେହ କରେ। ତଥାପି ତାଙ୍କର ବୁଦ୍ଧି ଓ ଉଦାର ଭାବନା ମୋତେ ଆକୃଷ୍ଠ କରେ। କାରଣ ମୁଁ ହେଉଛି ସମଷ୍ଟି ବୁଦ୍ଧିର ଅଧିଷ୍ଠାତା ଓ ସୃଷ୍ଠିକର୍ତ୍ତା।

ଅସୁରଙ୍କର ଦେବତାମାନଙ୍କ ପ୍ରତି ଆହୁରି ଅଧିକ ଈର୍ଷା ଜାତ ହେଲା। କହିଲେ, “ବ୍ରହ୍ମନ୍! ପରୀକ୍ଷା ନକରି ଆପଣ କେଉଁ ଆଧାରରେ ଏପରି ମାନି ନେଲେ। ଯେଉଁ ଗୁଣ ଦେବତାମାନଙ୍କର ଅଛି ଆମର ମଧ୍ୟ ଅଛି।

ବ୍ରହ୍ମା କହିଲେ, “ଠିକ ଅଛି, ସମୟ ଆସିଲେ ପରୀକ୍ଷା କରିବା।

କିଛି ଦିନ ପରେ ବ୍ରହ୍ମା ଉଭୟଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ। ଉଭୟ ନିଜ ନିଜ ସମାଜକୁ ଧରି ବ୍ରହ୍ମାଙ୍କ ଘରେ ଉପସ୍ଥିତ ହେଲେ। ଶତ୍ରୁମାନଙ୍କୁ ନିଜ ସମକ୍ଷରେ ଦେଖି ଅସୁରମାନେ ଆହୁରି ବିଗିଡି ଗଲେ। ସେମାନେ ବ୍ରହ୍ମାଙ୍କୁ ସଫା ସଫା କହିଦେଲେ ଯେ, ଆମେ ଗୋଟିଏ ପଂକ୍ତିରେ ଭୋଜନ କରିପାରିବୁ ନାହିଁ। ବ୍ରହ୍ମାଜୀ ତାଙ୍କ ରୁଚି ଅନୁସାରେ ଜ୍ୟେଷ୍ଠ କ୍ରମକୁ ମାନି ନେଇ ପ୍ରଥମେ ଅସୁରମାନଙ୍କୁ ବସାଇଲେ। ଦେବତାମାନେ ସେଠାରୁ ଟିକିଏ ଦୂରରେ ପୃଥକ କକ୍ଷରେ ପ୍ରତୀକ୍ଷା କଲେ। ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଦୈତ୍ୟମାନେ ବସିଗଲେ। ସାମ୍ନାରୁ ବ୍ରହ୍ମଲୋକର ଦିବ୍ୟ, ସୁସ୍ଵାଦୁ ବ୍ୟଞ୍ଜନ ପରଷା ଗଲା। ବିଚରା ଅସୁରମାନେ ଚଳୁ କରି ଭୋଜନ କରିବାକୁ ଉଦ୍ୟତ ହେବାରୁ ବ୍ରହ୍ମା କହିଲେ, “ପ୍ରପୌତ୍ରଗଣ! ଖାଇବା ପାଇଁ ଗୋଟିଏ ସର୍ତ୍ତ ଅଛି। ଭୋଜନ ଅବଶ୍ୟ କର, କିନ୍ତୁ କାହାର କହୁଣି ଭାଙ୍ଗିବା ନାହିଁ। ଦୈତ୍ୟମାନେ ଚମକି ପଡିଲେ! କହୁଣି ନଭାଙ୍ଗି କେମିତି ମୁଖ ପାଖରେ ଖାଦ୍ୟ ପହଞ୍ଚିବ? ସେମାନେ ସିଧା ହାତରେ ଉପରକୁ ଟେକି ଖାଇବାରୁ କାହାର ମୁଣ୍ଡରେ ତ କାହାର ମୁଖରେ ଖାଦ୍ୟ ପଡିଲା। ସେମାନେ ଯତ୍ କିଞ୍ଚିତ ଖାଦ୍ୟ ଖାଇ ଭୋକିଲା ରହିଗଲେ।

ତାପରେ ଦେବତାମାନେ ସର୍ତ୍ତ ଶୁଣି କିଛି ସମୟ ବିଚାର କଲେ। ଆଖି ଠରା ଠରି ହୋଇ ଦୁଇ ଧାଡିରେ ସମାନ୍ତରାଳ ଭାବରେ ବସିଗଲେ। ହାତକୁ ନଭାଙ୍ଗି ସିଧା ଭାବରେ ପରସ୍ପରକୁ କ୍ଷୀରୀ ଖୁଆଇବାକୁ ଲାଗିଲେ। ସମସ୍ୟାକୁ ସମାଧାନ କରି ସେମାନେ ଭୋଜନ କରି ତୃପ୍ତ ହେଲେ। ସହଯୋଗ ଓ ସହକାର ସମସ୍ତଙ୍କୁ ତୃପ୍ତ ଓ ସମୁଲ୍ଲସିତ କରିଦେଲା। ବ୍ରହ୍ମାଙ୍କର ପରୀକ୍ଷା ସଂପୂର୍ଣ୍ଣ ହୋଇ ସାରିଥିଲା। ଦୈତ୍ୟମାନେ ଚୁପ ରହିଲେ। ଏହି ଦୈବୀଗୁଣ ମାନବ ଠାରେ ମଧ୍ୟ ଆସିବା ଦରକାର।

ଉପେନ୍ଦ୍ର ବଳିୟାରସିଂହ, (ଭଗବତ ଚିନ୍ତକ)

ଯୋଗାଯୋଗ ନଂ- ୯୩୩ ୭୨୫ ୮୩୯୮, ଠିକଣା- ବୋରିଗାଁ, ବାଣପୁର, ଖୋର୍ଦ୍ଧା

Categories
ଆଜିର ଖବର

ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ବର: ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଏଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଦରକାର।

ଓସେପାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନେ କିଭଳି ଚାପମୁକ୍ତ ରହି ପରୀକ୍ଷା ପ୍ରସ୍ତୁତି କରିବେ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଏସ୍‌. ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମତୀ ଏସ୍‌. ସୂଚନା ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ ବୋଲି କହିଥିଲେ।

ଏହି କର୍ମଶାଳାରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ସମେତ ମୋ ସ୍କୁଲ ଅଭିଯାନ, ୟୁନିସେଫ୍‌, ୟୁଏନ୍‌ଏଫ୍‌ପିଏର କର୍ମକର୍ତ୍ତା, ବିଭିନ୍ନ ସେ୍ୱଚ୍ଛାସେବୀ ସଂଗଠନର ଅଧିକାରୀ ଏବଂ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାର ମୁଖ୍ୟ ଉଲ୍ଲେଖ୍ୟ ଥିଲା, ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ପ୍ରତି ଥିବା ଚିନ୍ତା ଦୂର କରିବା ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଚାପ ଦେବା ଉଚିତ ନୁହେଁ। ସେମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ମନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ଦରକାର।

ସେହିଭଳି ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟକ୍ରମ ସମାପ୍ତ କରି ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେବା ଦରକାର। ଛାତ୍ରଛାତ୍ରୀମାନେ ମଧ୍ୟ ମନରେ କୌଣସି ଭୟ ନରଖି ନିଜ ସମସ୍ୟାକୁ ଅଭିଭାବକ କିମ୍ବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ଏହାଦ୍ୱାରା ସେମାନେ ଚାପମୁକ୍ତ ରହିପାରିବେ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ଆଲୋଚନାକୁ ଭିତ୍ତିକରି ଏକ କାର୍ଯ୍ୟପନ୍ଥା ତିଆରି ହେବ। ଏହି କାର୍ଯ୍ୟପନ୍ଥା ଅନୁସାରେ ଆସନ୍ତା ଫେବୃଆରୀ ମାସରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସେଲ୍‌ ସକ୍ରିୟ ରହିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପରୀକ୍ଷାରେ ରଚନା ପଡିଥିଲା ‘କଫିଚାଷ’, ପିଲାଟି ଲେଖିଦେଲା ‘କପିଚାଷ’

ଭୁବନେଶ୍ବର: ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ ଯାହା ଲେଖିଥିଲା ତାହା ହେଲା ….

କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ।

ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ : – ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ …. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି।
ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ।

ବିହନ: – ଏହାର ଅନେକ କିସମର ବିହନ ମିଳିଥାଏ। ଯଥା ଟେଷ୍ଟପେପରିଆ … ପସିବୁଲିଆ … ଚିରକୁଟିଆ … ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ : – ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲା … ପରୀକ୍ଷକ .. ଇନ୍ ଭିଜିଲେଟର୍ … କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର। ବେଳେ ବେଳେ Squard କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି।

ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ।

ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି। ଅତି ସନ୍ତର୍ପଣରେ ଏହି ଚାଷ କରି ନ ପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରି ଦେଇଥାଆନ୍ତି ଓ ବେଳେ ବେଳେ ଚାଷୀ କିଛି ଫଳ ଆମଦାନୀ କରି ନ ପାରି ଆତ୍ମହତ୍ୟା କରି ଥିବାର ବି ଦେଖାଯାଇ ଥାଏ।

ପରୀକ୍ଷକ ରଚନାଟି ପଢିସାରି କେତେ ମାର୍କ ଦେବେ ବୋଲି ଚିନ୍ତା କରୁ କରୁ ଭାବିଲେ ଅନ୍ତତଃ ପିଲାଟି ଏଇ ରଚନାଟି କପି ନ କରି ମନରୁ ଲେଖିଛି !

Categories
ଆଞ୍ଚଳିକ

ବାଣପୁର: ଆରମ୍ଭ ହେଲା ଦ୍ଵାଦଶ ଶ୍ରେଣୀ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା

ସୀତାରାମ ଅଗ୍ରୱାଲ
ବାଣପୁର: ଆଜିଠାରୁ ଓଡ଼ିଶାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଛି। ଅନୁରୂପ ଭାବେ ଆଜି ବିଜ୍ଞାନ ପରୀକ୍ଷା ଥିବାବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ସମୁଦାୟ ୨୬୯ ଜଣ ଫର୍ମ ଫିଲପ କରିଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବାରୁ ୨୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାର ମହାବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ମୁତାବକ କେତେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ହବ ସେଣ୍ଟର ଭାବରେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ବାଣପୁର ସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ହବ ସେଣ୍ଟର ଭାବେ ଗ୍ରହଣ କରାଯାଇଛି। ଉକ୍ତ ହବ ସେଣ୍ଟର ଅଧିନରେ ଗୋଦାବରୀଶ ମହାବିଦ୍ୟାଳୟ ସମେତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା, ନାଚୁଣୀ, କୁହୁଡି, ବାଲୁଗାଁ ଓ ଆଙ୍କୁଲାଚଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛନ୍ତି।

ଏଠାରେ ଉପରୋକ୍ତ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ର ମହଜୁଦ ଥାଇ ଏଠାରୁ ପ୍ରଶ୍ନ ପତ୍ର ପଠାଯିବାର ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ ୧୫୮୧ ଜଣ କଳା, ୫୬୧ ଜଣ ବିଜ୍ଞାନ ୩୬ ଜଣ ବାଣିଜ୍ୟ ଓ ୩୨ଜମଣ ଧନ୍ଦାମୂଳକ ଶିକ୍ଷା ଷ୍ଟ୍ରିମରେ ପରୀକ୍ଷା ଦେଉଛନ୍ତି ବୋଲି ହବ୍ ପରିଚାଳକ ଅଧ୍ୟକ୍ଷ ବିନାୟକ ହୋତା ଓ ପରୀକ୍ଷା ପରିଚାଳକ ଲକ୍ଷ୍ମୀ ପ୍ରସାଦ ମିଶ୍ର ପ୍ରକାଶ କରିବା ସହିତ ଶାନ୍ତିଶୃଙ୍ଖଳା ସହକାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିବାର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପରୀକ୍ଷାର ଚାପକୁ ହ୍ରାସ କରିବାକୁ ଚାହୁଁଛନ୍ତି କି?, ପଢନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ପରାମର୍ଶ

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଛାତ୍ର ଜୀବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥର ସେମାନଙ୍କର ଭବିଷ୍ୟତର ମୂଳଦୁଆ ପକାଇବ। ଚାଣକ୍ୟ ନିତୀରେ ଛାତ୍ରମାନଙ୍କ ପାଇଁ କିଛି ବିଶେଷ କୌଶଳ କୁହାଯାଇଛି, ଯାହା ପରୀକ୍ଷାରେ ସେମାନଙ୍କ ପାଇଁ ସହାୟକ ହୋଇଛି। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ଜଣେ ବିଦ୍ୟାର୍ଥୀ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍।

ଲକ୍ଷ୍ୟ ଉପରେ ଗମ୍ଭୀରତା: ଛାତ୍ର ଜୀବନରେ କେବଳ ଗୋଟିଏ ଲକ୍ଷ୍ୟ ରହିବା ଉଚିତ, ଭଲ ଶିକ୍ଷା ପାଇବା। କଠିନ ପରିଶ୍ରମ ବ୍ୟତୀତ ପରୀକ୍ଷାରେ ସଫଳତା ପାଇବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। ଏଭଳି ପରିସ୍ଥିତିରେ, ପରୀକ୍ଷା ପୂର୍ବରୁ, ମୋବାଇଲ୍, ସୋସିଆଲ୍ ମିଡିଆକୁ ଅତିକ୍ରମ କରି ଏକ ଏକାଗ୍ର ମନ ସହିତ ଅଧ୍ୟୟନ କରନ୍ତୁ।

ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଛାତ୍ରଙ୍କ ସଫଳତା ପାଇଁ ଅନୁଶାସନ ହେଉଛି ପ୍ରଥମ ପଦକ୍ଷେପ। ଅଧ୍ୟୟନ, ଖାଇବା, ଶୋଇବା ଏବଂ ଠିକ୍ ସମୟରେ ଉଠିବା ପରି ଯଦି ଆପଣ ଏହି ଜିନିଷଗୁଡିକ ଅନୁସରଣ କରନ୍ତି, ତେବେ କୌଣସି ବିଷୟ ମନେ ରଖିବା ସହଜ ହେବ। ଚାଣକ୍ୟ କହିଛନ୍ତି ଯେ, ପରୀକ୍ଷା ପୂର୍ବରୁ ସକାଳେ ଯଥାସମ୍ଭବ ଅଧ୍ୟୟନ କରନ୍ତୁ, କାରଣ ମନ ସକାଳେ ସତେଜ ରହିଥାଏ ଏବଂ ସ୍ମୃତି ଶକ୍ତି ତୀକ୍ଷ୍ଣ ରହିଥାଏ।

ସମୟ ସାରଣୀ: ପରୀକ୍ଷା ପୂର୍ବରୁ, ଅଧ୍ୟୟନ ପାଇଁ ସମୟ ପରିଚାଳନା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ନିରନ୍ତର ଅଧ୍ୟୟନ କରିବା ପରିବର୍ତ୍ତେ, କିଛି ସମୟ ପାଇଁ ବିରତି ନିଅନ୍ତୁ। ଏକ ବିଷୟ ମନେରଖିବା ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ, ଏହା ବିଷୟ ସମାପ୍ତ କରିବା ସହଜ କରିବ।

ଅଳସୁଆ ହେଉଛି ସବୁଠାରୁ ବଡ ଶତ୍ରୁ: ଛାତ୍ରମାନଙ୍କ ପାଇଁ କେବଳ ଅଧ୍ୟୟନରେ କଠିନ ପରିଶ୍ରମ ସେମାନଙ୍କ ଭବିଷ୍ୟତକୁ ଉନ୍ନତ କରିପାରିବ। ପରୀକ୍ଷାରେ ଅଳସୁଆ ହେଉଛି ଆପଣଙ୍କର ସବୁଠାରୁ ବଡ ଶତ୍ରୁ, ଆସନ୍ତାକାଲି ପର୍ଯ୍ୟନ୍ତ କିଛି ସ୍ଥଗିତ ରଖନ୍ତୁ ନାହିଁ, କାରଣ ପ୍ରତ୍ୟେକ ଦିନ ପରୀକ୍ଷା ପୂର୍ବରୁ, ପ୍ରତ୍ୟେକ ମୁହୂର୍ତ୍ତ ଆପଣଙ୍କ ପାଇଁ ମୂଲ୍ୟବାନ ଅଟେ।

ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ: ପୁଷ୍ଟିକର ଖାଦ୍ୟ କେବଳ ଛାତ୍ରଙ୍କୁ ସୁସ୍ଥ ରଖେ। ବିଶେଷକରି ଯେତେବେଳେ ଏହା ପରୀକ୍ଷା ସମୟ, ପିଲାମାନେ କେବଳ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉଚିତ୍। ଏହା ଶୋଇବା ସମସ୍ୟା ସୃଷ୍ଟି କରିବ ନାହିଁ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

ଚାପରେ ଅଧ୍ୟୟନ କରିବା କ୍ଷତିକାରକ: ଅନେକ ଥର ବିଫଳତାର ଭୟ ପିଲାମାନଙ୍କୁ ଚାପରେ ପକାଇଥାଏ, ଏହି ଭୟ ଯୋଗୁଁ ସେମାନେ ଅଧ୍ୟୟନରେ ଧ୍ୟାନ ଦେବା ଏବଂ ଭୁଲ କରନ୍ତି। ଏପରି ପରିସ୍ଥିତିରେ ଅଭିଭାବକମାନେ ପିଲାମାନଙ୍କର ମନୋବଳ ବୃଦ୍ଧି କରିବା, ସେମାନଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେବା, ସେମାନଙ୍କ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଉଚିତ୍, ଯାହାଦ୍ୱାରା ସେମାନେ ସୁସ୍ଥ ମନରେ ଭାବେ ଅଧ୍ୟୟନ କରିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କର ପରୀକ୍ଷା ଭୟ, କେମିତି ହେବ ଦୂର

ଲେଖକ: କମଳାକାନ୍ତ ଜେନା

ଗତ କିଛି ଦିନ ଧରି କରୋନା ସହିତ ଲଢେଇ କରିବା ପରେ ଆମର ବିଜୟ ହେଇଛି ସତ, କିନ୍ତୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତନ ଦେଖାଦେଇଛି। କରୋନା ପରିସ୍ଥିତି ଆମକୁ ବଂଚିବା ପାଇଁ ନୂଆ ନୂଆ ପନ୍ଥା ଶିଖେଇଛି। କରୋନା ସମୟରେ ଅନେକ କିଛି ବଦଳିଗଲା। ଶିକ୍ଷା ବ୍ୟବସ୍ଥା ସେଥିରୁ ବାଦ୍ ପଡିନାହିଁ । ଶିକ୍ଷା ବ୍ୟବସ୍ଥାରେ ବିଶେଷ ପରିବର୍ତନ ଦେଖାଦେଇଥିଲା। ତାହା ଥିଲା ଅନ୍‌-ଲାଇନ୍ ପାଠ ପଢା ବ୍ୟବସ୍ଥା।

କରୋନାରେ ସହର ବଜାର ଖୋଲିବା ସମ୍ଭବ ନଥିଲା। କିନ୍ତୁ ଅନ୍‌-ଲାଇନ୍ ବ୍ୟବସ୍ଥାରେ ଘରୁ ନ ବାହାରି ପାଠ ପଢିବା ଓ ପରୀକ୍ଷା ଦେବା ସମ୍ଭବ ହୋଇପାରିଥିଲା। ସବୁରୀ ଘରେ ସ୍ମାର୍ଟ ଫୋନ୍ ଦେଖିବାକୁ ମିଳିଲା। ପିଲାମାନେ ସ୍ମାର୍ଟ ଫୋନ୍ ଦେଖି ଦେଖି ପାଠ ପଢିଲେ। ଯାହା ହେଉ, କରୋନା ସମୟରେ ବନ୍ଦବାନ୍ଦ ଭିତରେ ବି ଆମ ପିଲାମାନେ ପାଠ ସହିତ ଯୋଡ଼ି ହୋଇ ରହିପାରିଲେ।

ଆଜି କରୋନା ପରିସ୍ଥିତି ସୁଧୁରି ଯାଇଛି। ସ୍କୁଲ କଲେଜ ସ୍ୱାଭାବିକ ଭାବରେ ଚାଲିଛି। ଏବେ ଆମ ପିଲାମାନେ ସ୍କୁଲ କଲେଜ ଯାଉଛନ୍ତି। ପାଠ ପଢୁଛନ୍ତି। ଅନ୍‌-ଲାଇନ୍‌ରେ ପରୀକ୍ଷା ନ ଦେଇ ଶ୍ରେଣୀଗୃହରେ ବସି ପରୀକ୍ଷା ଦେଉଛନ୍ତି। କିନ୍ତୁ ଏବେ ପରୀକ୍ଷାର ସଂଖ୍ୟା ବଢିଯାଇଛି। କାଳେ ଅଚାନକ ଭାବରେ କରୋନା ପରିସ୍ଥିତି ସୃଷ୍ଟି ହେବ, ସେଇ ଆଶଙ୍କାରେ ବର୍ଷ ଶେଷରେ ହେଉଥିବା ଚୂଡାନ୍ତ ପରୀକ୍ଷାକୁ ଅପେକ୍ଷା ନକରି ପ୍ରତି ମାସ ପରୀକ୍ଷା କରାଯାଉଛି।

ସେପରି କଲେ ବର୍ଷ ଶେଷରେ ହେଉଥିବା ଚୂଡାନ୍ତ ପରୀକ୍ଷା ହୋଇ ନ ପାରିଲେ ବି ମାସିକ ପରୀକ୍ଷା ଫଳ ଅନୁସାରେ ପିଲାଙ୍କୁ ଚୂଡାନ୍ତ ସାର୍ଟିଫିକେଟ୍ ଦେବାରେ ଅସୁବିଧା ହେବ ନାହିଁ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏଭଳି ପରୀକ୍ଷା ବ୍ୟବସ୍ଥା ଠିକ୍ ଲାଗୁଛି। କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ, ପିଲାଙ୍କ ଉପରେ ଅଧିକ ପରୀକ୍ଷା ଚାପ ପଡୁଛି। ବାରମ୍ବାର ପରୀକ୍ଷା ରହୁଥିବାରୁ ପିଲାମାନେ ପର୍ବପର୍ବାଣୀର ଆନନ୍ଦ ଉଲ୍ଲାସକୁ ଉପଭୋଗ କରିବାରୁ ବଂଚିତ ହେଉଛନ୍ତି । ମାତାପିତା ନିଜ ପିଲାର ଶୁଖିଲା ମୁହଁ ଦେଖିପାରୁ ନାହାନ୍ତି।

ପରୀକ୍ଷା ଜନିତ ଚିନ୍ତାକୁ କମ୍ କରିବା ସକାଶେ ଆମ ଦେଶରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଅଭିନବ ପଦକ୍ଷେପ ନିଆଯାଇଛି। ଦେଶର ହଜାର ହଜାର ଛାତ୍ରଛାତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନିଜେ ଆଲୋଚନା କରୁଛନ୍ତି। ଏହି ଆଲୋଚନାର ଶୀର୍ଷକ ରହିଛି – “ପରୀକ୍ଷା ପେ ଚର୍ଚ୍ଚା”। ଆଲୋଚନାରେ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ନିଜ ନିଜର ଅସୁବିଧା ଜଣାଉଛନ୍ତି ଓ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରଶ୍ନର ସହଜ ଉତର ଦେଉଛନ୍ତି।

ଏହି “ପରୀକ୍ଷା ପେ ଚର୍ଚ୍ଚା” ବିଶାଳ ଆଲୋଚନାରେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ତାଙ୍କର ମାତାପିତା, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଭାରତର କୋଣ ଅନୁକୋଣରୁ ଶିକ୍ଷକ ସମାଜ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଆଲୋଚନାର ମୂଳ ଉଦ୍ଦେଶ୍ୟ ରହିଛି – “ପରୀକ୍ଷା ସକାଶେ ଆମ ପିଲାମାନେ ଚିନ୍ତାଗ୍ରସ୍ତ ନ ହୁଅନ୍ତୁ”। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଆମ ପିଲାମାନେ ପରୀକ୍ଷା ପାଇଁ ବିବ୍ରତ ନହୋଇ ମନକୁ ସ୍ଥିର ରଖିବା ଜରୁରୀ।

ମନ ସ୍ଥିର ରହିଲେ ପଢା ମନେ ରହିବ। ପିଲାମାନେ ପରୀକ୍ଷାରେ ନିଶ୍ଚୟ ଭଲ କରିବେ। ଏହା ନିଃସନ୍ଦେହ ଛାତ୍ରଛାତ୍ରୀମାନଙ୍କର ମନୋବଳକୁ ଦୃଢ କରିବ। ପରୀକ୍ଷା ସକାଶେ ସେମାନେ ଜୀବନର ଆନନ୍ଦଠାରୁ ଦୂରେଇ ଯିବା ଉଚିତ ନୁହେଁ। ହୁଏତ ବିଗତ ବର୍ଷର କରୋନା ହେତୁ ପିଲାମାନେ ଠିକ୍ ଭାବେ ପଢାପଢି କରିବାରୁ ବଂଚିତ ହୋଇଛନ୍ତି। ସେଥିପାଇଁ ଆଜି ପିଲାଙ୍କ ମନରେ ଭୟ ରହିଛି।

ଆମ ଦେଶରେ ପ୍ରତି ମାସ କିଛି ନା କିଛି ପର୍ବପର୍ବାଣୀ ପାଳନ କରାଯାଏ। ତେଣୁ କୁହାଯାଏ, ବାର ମାସରେ ତେର ପରବ। ପର୍ବପର୍ବାଣୀ ପାଳନ ଅବସରରେ ଆମେ ଆମ ପିଲାମାନଙ୍କ ଭିତରେ ଆନନ୍ଦ ଉଲ୍ଲାସ ଦେଖିଥାଉ। କିନ୍ତୁ ଏବେ ବାରମ୍ବାର ପରୀକ୍ଷା ଦେବାକୁ ପଡୁଥିବାରୁ ସେମାନଙ୍କ ମନରୁ ସବୁ ଆନନ୍ଦ ଉଲ୍ଲାସ ଅପସରି ଯାଉଛି। ଏଭଳି ଧାରାରେ ପରିବର୍ତନ ଲୋଡ଼ା। ପିଲାମାନଙ୍କର ପରୀକ୍ଷା ସମୟରେ ବି ସେମାନେ ଆନନ୍ଦ ଉଲ୍ଲାସରେ ପରୀକ୍ଷା ଦେବା କଥା।

ପରୀକ୍ଷା ପାଖେଇ ଆସିଲେ ଛାତ୍ରଛାତ୍ରୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ସେମାନେ ପରୀକ୍ଷା ବିଷୟରେ ଭାବି ଭାବି ବ୍ୟସ୍ତବିବ୍ରତ ହୋଇପଡନ୍ତି। ପରୀକ୍ଷାରେ କେଉଁ ପ୍ରଶ୍ନ ଆସିବ? ସହଜ ସହଜ ପ୍ରଶ୍ନ ଆସିବ ନା ପ୍ରଶ୍ନଗୁଡିକ ଜଟିଳ ଥିବ? ସବୁ ପ୍ରଶ୍ନ ଆମର ପଢା ବହିରୁ ଆସିବ ନା ବହି ବାହାରୁ ଆସିବ? ଏସବୁ ପ୍ରଶ୍ନ ପିଲାଙ୍କୁ ଚିନ୍ତାଗ୍ରସ୍ତ କରିଥାଏ। ସେମାନଙ୍କ ମନରେ ଭୟ ଜାତ ହୁଏ ଓ ମନ ଦୁର୍ବଳ ହୋଇଯାଏ।

ଆମ ପିଲାମାନେ କାହିଁକି ବୁଝୁ ନାହାଁନ୍ତି ଯେ, ଜୀବନ ସାରା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ପରୀକ୍ଷାକୁ ଏତେ ଭୟ କାହିଁକି। ଏହା କଅଣ ସେମାନଙ୍କ ଜୀବନର ପ୍ରଥମ ପରୀକ୍ଷା? ଏହା ପୂର୍ବରୁ ଆମ ପିଲାମାନେ ଅନେକ ପରୀକ୍ଷା ଦେଇଛନ୍ତି ଏବଂ ସମସ୍ତ ପରୀକ୍ଷାରେ ସଫଳତା ପୂର୍ବକ ଉତ୍‌ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ଶ୍ରେଣୀ ପରେ ଶ୍ରେଣୀ ଉତୀର୍ଣ୍ଣ ହୋଇ ଆଜି କିଏ ନବମ କିଏ ଦଶମ ଆଉ କିଏ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି । ଅତଏବ, ପରୀକ୍ଷାରେ ସଫଳତା ପାଇବାର ମନ୍ତ୍ର ପିଲାମାନଙ୍କୁ ଭଲ ଭାବରେ ଜଣା।

ସତ କହିଲେ, ଆମ ପିଲାମାନେ ଅଥଳ ସମୁଦ୍ରକୁ ପାର କରି କୂଳରେ ପାଦ ଦେବାକୁ ଯାଉଛନ୍ତି। ଆଉ କେଇଟା ମୁହୂତ୍‌ର୍ତ ପରେ ସେମାନେ କୂଳରେ ପାଦ ଦେବେ। ତେଣୁ ସେମାନେ କୂଳକୁ ଛୁଇଁବାର ଖୁସି ନେଇ ପରୀକ୍ଷାକୁ ଯିବା ଉଚିତ। ଡରି ଡରି ନୁହେଁ କିମ୍ବା ଉଦାସରେ ନୁହେଁ। ସେମାନେ ପରୀକ୍ଷାକୁ ଆଦର କରିବା ଶିଖନ୍ତୁ ଏବଂ ଅନୁଭବ କରନ୍ତୁ ଯେ, ପରୀକ୍ଷା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ପରୀକ୍ଷାକୁ ଆମେ ଡରିଲେ ଏବଂ ହସି ହସି ଜଣେ ଅନୁଭବୀ ବିଦ୍ୟାର୍ଥୀ ଭାବରେ ଆମେ ପରୀକ୍ଷା ଗୃହକୁ ନ ଗଲେ ପରୀକ୍ଷା ଆମକୁ ଡରେଇବା ଆରମ୍ଭ କରିବ। ଯିଏ ଡରିଯିବ, ସିଏ ହାରିଯିବ। ଡରକୁଳା ବିଦ୍ୟାର୍ଥୀକୁ ସମାଜ ଦେଖିଲେ ଉପହାସ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀକ୍ଷା ପାଇଁ ପିଲାମାନେ ଚିନ୍ତାଗ୍ରସ୍ତ ରହିଲେ ସେମାନଙ୍କର ଶାରୀରିକ ସ୍ତରରେ ବିଭିନ୍ନ ସମସ୍ୟା ଦେଖାଦେବ। ତା’ ସହିତ ସେମାନଙ୍କର ମାନସିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ।

ଏକଥା ସତ, ଦୀର୍ଘ ଦୁଇ ବର୍ଷ ଧରି ମୋବାଇଲ ଧରି ଅନ୍‌-ଲାଇନ୍ କ୍ଲାସ୍ କରିବା ପରେ ଏବେ ସିଧା ସଳଖ ଶ୍ରେଣୀଗୃହରେ ବସି ପାଠ ପଢିବା ପିଲାମାନଙ୍କୁ ଭଲ ଲାଗି ନପାରେ। ପିଲାମାନେ ଏବେ ବି ମୋବାଇଲ ଛାଡ଼ି ପାରୁ ନାହାଁନ୍ତି। କାରଣ, କିଛି ଦିନ ହେଲା ଛପାବହି ବଦଳରେ ମୋବାଇଲକୁ ନିଜର କରିନେଇଥିଲେ। କେବଳ ସେତିକି ନୁହେଁ, ପିଲାମାନଙ୍କୁ ଖୁସି ଦେବା ପାଇଁ ମୋବାଇଲ ଭିତରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଛପା ହୋଇଥିବା ପଢା ବହିରେ ସେସବୁ ମିଳିବ ନାହିଁ।

ଅତଏବ, ପିଲାମାନେ ମୋବାଇଲ ନିଶାରେ ପଡ଼ିଯାଇଛନ୍ତି ଏବଂ ମୋବାଇଲକୁ ଛାଡିପାରୁ ନାହାଁନ୍ତି। ଆଜିକାଲି ମୋବାଇଲ ଧରିବା ନ ଧରିବା କଥାକୁ ନେଇ ମାତାପିତାଙ୍କ ସହିତ ପିଲାମାନଙ୍କର କଳି ହେଉଛି ଓ ମନାନ୍ତର ହେଉଛି। ସେଭଳି ପରିସ୍ଥିତିର ମୁକାବିଲା କରିବା ଜରୁରୀ ହୋଇପଡ଼ିଛି। ଏହି ସମସ୍ୟାର ସମାଧାନ ଦିଗରେ ଆମେ କହିପାରିବା ଯେ, ଆଗରୁ ଗଛ ମୂଳରେ ବସି ବାଲି ଉପରେ ଗାର ଟାଣି ପିଲାମାନେ ପାଠ ପଢୁଥିଲେ। ଘରେ ବିଜୁଳିବତି ନଥିଲେ ପିଲାମାନେ ରାସ୍ତାର ବତିଖୁଂଟ ତଳେ ବସି ପଢିବାର ଅନେକ ଦୃଷ୍ଟାନ୍ତ ରହିଛି । ବହି କିଣି ପାରୁ ନଥିବା ପିଲାମାନେ ଶିକ୍ଷକଙ୍କର କଥାକୁ ଲେଖି ରଖି ପରୀକ୍ଷାରେ କୃତକାର‌୍ୟ୍ୟ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏସବୁ କଥାର ସାରକଥା ହେଉଛି – ପାଠ ପଢିବାକୁ ପ୍ରକୃତରେ ମନ ଭିତରେ ଇଚ୍ଛା ଥିଲେ, ସବୁ ପରିସ୍ଥିତିରେ ପାଠ ପଢି ହେବ। ପଢିବା ପାଇଁ ପ୍ରକୃତ ଇଚ୍ଛା ରହିଲେ ଅନ୍‌-ଲାଇନ୍ ଅଥବା ଅଫ୍‌-ଲାଇନ୍ ବ୍ୟବସ୍ଥା ପିଲାର ପଢାକୁ ପ୍ରଭାବିତ କରିପାରିବ ନାହିଁ। କିନ୍ତୁ ପଢିବା ପାଇଁ ଇଚ୍ଛା ନଥିଲେ ହାତରେ ମୋବାଇଲ ପାଇଲା ପରେ ଅନ୍‌-ଲାଇନ୍ କ୍ଲାସ୍ ଚାଲିବା ସମୟରେ ବି ପିଲାଟି ଅନ୍ୟ ସାଇଟ୍ ଖୋଲି ବିଳାସପୂର୍ଣ୍ଣ ପ୍ରୋଗ୍ରାମ୍ ଦେଖିବାରେ ସମୟ କଟେଇବ। ତେଣୁ ସମୟ ଓ ପରିସ୍ଥିତିକୁ ଖାପ ଖୁଆଇ ଆମକୁ ଆଗକୁ ବଢିବାକୁ ହେବ। କୌଣସି ବାହାନା ଚଳିବ ନାହିଁ। କୌଣସି ବାହାନା କରି ଆମେ ପଢାଠାରୁ ଦୂରେଇ ଯିବା ଆମ ନିର୍ବୋଧ ପଣିଆର ପରିଚୟ ଦେବ।

ଆମେ ଆଜି ମୋବାଇଲ ଫୋନ୍ ଭିତରେ ପଶି ତା’ ଭିତରେ ଥିବା ସୁଗୁଣକୁ ଗାନ କରୁଛୁ। ଲାପ୍‌ଟପ୍ ଭିତରେ ପଶି ତା’ ଭିତରେ ଥିବା ସୁଗୁଣକୁ ଗାନ କରୁଛୁ । ଆଇ ଫୋନ୍‌କୁ ଛାଡି ରହିପାରିବା ନାହିଁ ବୋଲି ଭାବୁଛୁ। କିନ୍ତୁ ଆମ ନିଜ ଭିତରେ ରହିଥିବା ପ୍ରତିଭାକୁ ଭଲ ଭାବରେ ଜାଣିବା ଲାଗି ଆମ ପାଖରେ ସମୟ ନାହିଁ । ମୋବାଇଲ ଫୋନ୍‌, ଲାପ୍‌ଟପ୍ ଓ ଆଇ ଫୋନ୍ ଉପରେ ଆମର ଯେତେ ଭରସା ଅଛି, ଆମ ନିଜ ଉପରେ ସେତିକି ଭରସା ନାହିଁ। ସେଇଟା ଅତି ଦୁଃଖର କଥା।

“ଆଇ କେନ୍‌” … “ମୁଁ ପାରିବି” – ଏହା ସମସ୍ତେ ଅନୁଭବ କରିବା ଜରୁରୀ। ଦୃଢ ଆତ୍ମବିଶ୍ୱାସ ରହିଲେ ପରୀକ୍ଷା ଆମକୁ ଡରେଇ ପାରିବନି। ଆଜିକାଲି ଛାତ୍ରଛାତ୍ରୀମାଙ୍କର ପରୀକ୍ଷା ଫଳାଫଳକୁ ନେଇ ମାତାପିତା ଓ ଶିକ୍ଷକଙ୍କର ଆଶା ମଧ୍ୟ ବଢିଯାଉଛି। ପିତାମାତା ତାଙ୍କ ପିଲାର ସାର୍ଟିଫିକେଟ୍‌ରେ ଶତ ପ୍ରତିଶତ ନମ୍ବର ଆଶା କରୁଛନ୍ତି। ନିଜ ସ୍କୁଲର ଗୌରବ ସକାଶେ ଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଶତ ପ୍ରତିଶତ ନମ୍ବର ଆଶା କରୁଛନ୍ତି। ସେଥିପାଇଁ ପିଲାମାନେ ଚାପଗ୍ରସ୍ତ ହେଉଛନ୍ତି।

କିନ୍ତୁ ନମ୍ବର ଉପରେ ଗୁରୁତ୍ୱ ନ ଦେଇ ପିଲାଙ୍କର ମଣିଷତ୍ୱ ବୃଦ୍ଧି ଉପରେ ଧ୍ୟାନ ଦେଲେ ପରୀକ୍ଷା ଚାପ ହ୍ରାସପାଇବ। ନୂତନ ଶିକ୍ଷାନୀତି ଏହାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରହିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଦେବତା-ରାକ୍ଷସଙ୍କ ପାଇଁ ବ୍ରହ୍ମାଙ୍କ ପରୀକ୍ଷା: ‘କହୁଣି ନ ଭାଙ୍ଗି କେମିତି ଖାଇବ ଖାଦ୍ୟ’ରେ ଜିତିଲା କିଏ?

ଉପେନ୍ଦ୍ର ବଳିୟାରସିଂହ

ଯେ ଧନର ଓ ଶକ୍ତିର ଉପଯୋଗ ଦାନରେ କରେ, ସେ ହେଉଛି ଦେବତା। ଦଦାତୀତି ଦେବଃ! ଯେ ନିଜର ଧନ ଓ ଶକ୍ତିର ଉପଯୋଗ କେବଳ ନିଜ ପ୍ରାଣ ପୋଷଣ କରିବାରେ ଲଗାଏ, ସେ ହେଉଛି ଅସୁର ଅସୁନ୍ ପ୍ରାଣାନ୍ ରକ୍ଷତୀତ୍ୟସୁରଃ। ଧନର ସୁରକ୍ଷାରେ ଯେଉଁମାନେ ଲାଗିଥାନ୍ତି, ସେ ହେଉଛି ରାକ୍ଷସ ରକ୍ଷତୀତି ରକ୍ଷଃ। ଅସୁର ଓ ରାକ୍ଷସମାନେ ଜ୍ୟେଷ୍ଠ ଓ ଦେବତାମାନେ କନିଷ୍ଠ। କିନ୍ତୁ ସର୍ବଗୁଣ ବିଶେଷତ୍ଵ ଥିବାରୁ ଦେବତାମାନେ ବନ୍ଦନୀୟ ଓ ଶ୍ରେଷ୍ଠ ବୋଲି ସ୍ଵୀକାର କରାଯାଏ। ଏ ସନ୍ଦର୍ଭରେ ଏକ ମହତ୍ତ୍ଵପୂର୍ଣ୍ଣ କଥା ପ୍ରାପ୍ତ ହୁଏ।

ଥରେ ଅସୁର ଓ ସମସ୍ତ ଦୈତ୍ୟମାନେ ପ୍ରଜାପତି ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ପିତାମହ! ଆମେ ସମସ୍ତେ ଦୈତ୍ୟମାନେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଟୁ। ଦେବତାମାନେ କନିଷ୍ଠ ହେଲେ ମଧ୍ୟ ଆପଣ ସର୍ବଦା ଦେବତାମାନଙ୍କୁ ଅଧିକ ସ୍ନେହ କରନ୍ତି। ଏପରି ପକ୍ଷପାତ କାହିଁକି?”

ଏକଥା ଶୁଣି ବ୍ରହ୍ମାଜୀ ଟିକିଏ ମୁରୁକି ହସିଦେଲେ। କହିଲେ, “ଦତିପୁତ୍ରଗଣ! ତୁମେ ଓ ଦେବତାମାନେ ମୋର ପୌତ୍ରଙ୍କର ପୁତ୍ର ଅଟ। ତେଣୁ ମୁଁ ଉଭୟଙ୍କୁ ସ୍ନେହ କରେ। ତଥାପି ତାଙ୍କର ବୁଦ୍ଧି ଓ ଉଦାର ଭାବନା ମୋତେ ଆକୃଷ୍ଠ କରେ। କାରଣ ମୁଁ ହେଉଛି ସମଷ୍ଟି ବୁଦ୍ଧିର ଅଧିଷ୍ଠାତା ଓ ସୃଷ୍ଠିକର୍ତ୍ତା।

ଅସୁରଙ୍କର ଦେବତାମାନଙ୍କ ପ୍ରତି ଆହୁରି ଅଧିକ ଈର୍ଷା ଜାତ ହେଲା। କହିଲେ, “ବ୍ରହ୍ମନ୍! ପରୀକ୍ଷା ନକରି ଆପଣ କେଉଁ ଆଧାରରେ ଏପରି ମାନି ନେଲେ। ଯେଉଁ ଗୁଣ ଦେବତାମାନଙ୍କର ଅଛି ଆମର ମଧ୍ୟ ଅଛି।

ବ୍ରହ୍ମା କହିଲେ, “ଠିକ ଅଛି, ସମୟ ଆସିଲେ ପରୀକ୍ଷା କରିବା।

କିଛି ଦିନ ପରେ ବ୍ରହ୍ମା ଉଭୟଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ। ଉଭୟ ନିଜ ନିଜ ସମାଜକୁ ଧରି ବ୍ରହ୍ମାଙ୍କ ଘରେ ଉପସ୍ଥିତ ହେଲେ। ଶତ୍ରୁମାନଙ୍କୁ ନିଜ ସମକ୍ଷରେ ଦେଖି ଅସୁରମାନେ ଆହୁରି ବିଗିଡି ଗଲେ। ସେମାନେ ବ୍ରହ୍ମାଙ୍କୁ ସଫା ସଫା କହିଦେଲେ ଯେ, ଆମେ ଗୋଟିଏ ପଂକ୍ତିରେ ଭୋଜନ କରିପାରିବୁ ନାହିଁ। ବ୍ରହ୍ମାଜୀ ତାଙ୍କ ରୁଚି ଅନୁସାରେ ଜ୍ୟେଷ୍ଠ କ୍ରମକୁ ମାନି ନେଇ ପ୍ରଥମେ ଅସୁରମାନଙ୍କୁ ବସାଇଲେ। ଦେବତାମାନେ ସେଠାରୁ ଟିକିଏ ଦୂରରେ ପୃଥକ କକ୍ଷରେ ପ୍ରତୀକ୍ଷା କଲେ। ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଦୈତ୍ୟମାନେ ବସିଗଲେ। ସାମ୍ନାରୁ ବ୍ରହ୍ମଲୋକର ଦିବ୍ୟ, ସୁସ୍ଵାଦୁ ବ୍ୟଞ୍ଜନ ପରଷା ଗଲା। ବିଚରା ଅସୁରମାନେ ଚଳୁ କରି ଭୋଜନ କରିବାକୁ ଉଦ୍ୟତ ହେବାରୁ ବ୍ରହ୍ମା କହିଲେ, “ପ୍ରପୌତ୍ରଗଣ! ଖାଇବା ପାଇଁ ଗୋଟିଏ ସର୍ତ୍ତ ଅଛି। ଭୋଜନ ଅବଶ୍ୟ କର, କିନ୍ତୁ କାହାର କହୁଣି ଭାଙ୍ଗିବା ନାହିଁ। ଦୈତ୍ୟମାନେ ଚମକି ପଡିଲେ! କହୁଣି ନଭାଙ୍ଗି କେମିତି ମୁଖ ପାଖରେ ଖାଦ୍ୟ ପହଞ୍ଚିବ? ସେମାନେ ସିଧା ହାତରେ ଉପରକୁ ଟେକି ଖାଇବାରୁ କାହାର ମୁଣ୍ଡରେ  ତ କାହାର ମୁଖରେ ଖାଦ୍ୟ ପଡିଲା। ସେମାନେ ଯତ୍ କିଞ୍ଚିତ ଖାଦ୍ୟ ଖାଇ ଭୋକିଲା ରହିଗଲେ।

ତାପରେ ଦେବତାମାନେ ସର୍ତ୍ତ ଶୁଣି କିଛି ସମୟ ବିଚାର କଲେ। ଆଖି ଠରା ଠରି ହୋଇ ଦୁଇ ଧାଡିରେ ସମାନ୍ତରାଳ ଭାବରେ ବସିଗଲେ। ହାତକୁ ନଭାଙ୍ଗି ସିଧା ଭାବରେ ପରସ୍ପରକୁ କ୍ଷୀରୀ ଖୁଆଇବାକୁ ଲାଗିଲେ। ସମସ୍ୟାକୁ ସମାଧାନ କରି ସେମାନେ ଭୋଜନ କରି ତୃପ୍ତ ହେଲେ। ସହଯୋଗ ଓ ସହକାର ସମସ୍ତଙ୍କୁ ତୃପ୍ତ ଓ ସମୁଲ୍ଲସିତ କରିଦେଲା। ବ୍ରହ୍ମାଙ୍କର ପରୀକ୍ଷା ସଂପୂର୍ଣ୍ଣ ହୋଇ ସାରିଥିଲା। ଦୈତ୍ୟମାନେ ଚୁପ ରହିଲେ। ଏହି ଦୈବୀଗୁଣ ମାନବ ଠାରେ ମଧ୍ୟ ଆସିବା ଦରକାର।

ଉପେନ୍ଦ୍ର ବଳିୟାରସିଂହ, (ଭଗବତ ଚିନ୍ତକ)

ଯୋଗାଯୋଗ ନଂ- ୯୩୩ ୭୨୫ ୮୩୯୮, ଠିକଣା- ବୋରିଗାଁ, ବାଣପୁର, ଖୋର୍ଦ୍ଧା

Categories
StateBoard ଆଜିର ଖବର ରାଜ୍ୟ ଖବର

ପ୍ରବଳ ଖରା ସତ୍ବେ ଆଜି ହେଲା ଯୁକ୍ତ ଦୁଇ ପରୀକ୍ଷା, ଏଥର ଅଛନ୍ତି ତିନି ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗୁରୁବାର ଦିନ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ହୋଇଛି। ଆଜି ପ୍ରଥମ ଭାଷା ଓଡିଆ ପରୀକ୍ଷା ଥିଲା। ସେହିପରି ୯ ତାରିଖରେ ରହିଛି ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା।

ଏଥର ପରିଷଦ ତରଫରୁ ୧୧୩୩ଟି କେନ୍ଦ୍ର ସାରା ଓଡିଶାରେ କରାଯାଇଛି। ଏଥିପାଇଁ ୨୦୨ ଟି ପରୀକ୍ଷା ପରିଚାଳନା ହବ ବା ନୋଡାଲ ସେଣ୍ଟର କରାଯାଇଛି। ଏଥର କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ମଧ୍ୟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ହଲ ଭିତରକୁ କୌଣସି ଇଲଟ୍ରୋନିକ୍ସ ଉପକରଣ ନେବା ପାଇଁ ବାରଣ କରାଯାଇଛି।

Categories
cbse10th CBSE12th ICSE10th ICSE12th ଆଜିର ଖବର ଜାତୀୟ ଖବର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ 1 ତାରିଖ ଦିନ ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ର, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ।

ମୋଦୀ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପରୀକ୍ଷା ବିଷୟରେ କହିବେ। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି; “ଚାଲନ୍ତୁ ପୁଣି ଥରେ ଚାପମୁକ୍ତ ପରୀକ୍ଷା ବିଷୟରେ ଆଲୋଚନା କରିବା! ଦକ୍ଷ ଏକ୍ସାମ ୱାରିୟର୍ସ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ଏହି ବର୍ଷର ପରୀକ୍ଷା ପେ ଚର୍ଚ୍ଚା ଏପ୍ରିଲ୍ 1 ରେ ଯୋଗଦେବାକୁ ଆହ୍ବାନ କରୁଛି। ”

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଏମ୍ସ ଦେଲା ଚେତାବନୀ!, ଓମିକ୍ରନର ଏହି ୫ଟି ଲକ୍ଷଣ ହୋଇପାରେ ବିପଜ୍ଜନକ, ତୁରନ୍ତ କରନ୍ତୁ ପରୀକ୍ଷା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ର ମାମଲା ମଧ୍ୟ ବହୁତ ଆସୁଛି। ବଢୁଥିବା କରୋନା ମଧ୍ୟରେ, ଓମିକ୍ରନ୍ ର ଅନେକ ମାମଲା ମଧ୍ୟ ଆସୁଛି। ନୂତନ ଓମିକ୍ରନ୍ ଭାରିଆଣ୍ଟର ଲକ୍ଷଣଗୁଡିକ କରୋନାର ସମସ୍ତ ଭାରିଆଣ୍ଟଠାରୁ ସାମାନ୍ୟ ଭିନ୍ନ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ବିଶ୍ଳେଷଣ ଅନୁଯାୟୀ, ଓମିକ୍ରନର ଚାରୋଟି ଲକ୍ଷଣ ଅଧିକାଂଶ ଲୋକଙ୍କଠାରେ ଦେଖାଯାଏ, ଯେଉଁଥିରେ ନାକରୁ ପାଣି ବାହାରିବା, କଫ, କାଶ ଏବଂ ଥକାପଣ ଅନ୍ତର୍ଭୁକ୍ତ। ଏଥି ସହିତ, AIIMS (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) ଓମିକ୍ରନର ୫ ଟି ଲକ୍ଷଣ ଦେଇଛି ଯାହା କରୋନାର ଅନ୍ୟ ଭାରିଆଣ୍ଟଠାରୁ ଭିନ୍ନ। ଏହି ଲକ୍ଷଣଗୁଡ଼ିକର ଦେଖାଯିବା ଗମ୍ଭୀର ହୋଇପାରେ। ଏଭଳି ପରିସ୍ଥିତିରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆସନ୍ତୁ ଜାଣିବା କେଉଁ ୫ ଟି ଲକ୍ଷଣ AIIMS ଦ୍ୱାରା ଦିଆଯାଇଛି।

ବିପଜ୍ଜନକ ଓମିକ୍ରନର ଏହି ୫ ଟି ଲକ୍ଷଣ:

୧- ଅମ୍ଳଜାନ ସାଚୁରେସନରେ ହ୍ରାସ।
୨- ଛାତିରେ କ୍ରମାଗତ ଯନ୍ତ୍ରଣା କିମ୍ବା ଚାପର ଅନୁଭବ।
୩- ଶ୍ୱାସ ନେବାରେ ଅସୁବିଧା।
୪- ମାନସିକ ଦ୍ୱନ୍ଦ୍ୱ କିମ୍ବା ପ୍ରତିକ୍ରିୟା ଦେଇନପାରିବା।
୫- ଲକ୍ଷଣଗୁଡିକ ୩-୪ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖାଯିବା କିମ୍ବା ଅଧିକ ଖରାପ ହେବାକୁ ଲାଗିବା

ଏଥି ସହିତ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଓଠ କିମ୍ବା ନଖର ରଙ୍ଗ ବଦଳିବା, ଚର୍ମର ରଙ୍ଗ ବଦଳିବା କିମ୍ବା କୌଣସି ଦାଗ ମଧ୍ୟ କରୋନାର ନୂତନ ଲକ୍ଷଣ ହୋଇପାରେ। ଏହା ବ୍ୟତୀତ ମୁଣ୍ଡବିନ୍ଧା, ବାନ୍ତି, ଭୋକ ନହେବା, ସ୍ୱାଦ ଏବଂ ଗନ୍ଧ ନଷ୍ଟ ହେବା, ରାତିରେ ଅଧିକ ଝାଳ ଏବଂ ମାଂସପେଶୀ ଯନ୍ତ୍ରଣା ମଧ୍ୟ ଓମିକ୍ରନ୍ କରୋନାର ଲକ୍ଷଣ। ଏପରି ପରିସ୍ଥିତିରେ, ଆପଣ ଏହି ସମସ୍ତ ଲକ୍ଷଣ ବିଷୟରେ ସତର୍କ ହେବା ଆବଶ୍ୟକ।

କେତେବେଳେ ପରୀକ୍ଷା କରିବେ?:

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ୫ ଦିନ ପରେ କିମ୍ବା ଯେତେବେଳେ କୌଣସି ଲକ୍ଷଣ ଦେଖାଯାଏ, ତୁରନ୍ତ ପରୀକ୍ଷା କରାଯିବା ଉଚିତ୍। ଯଦି ଆପଣ କୌଣସି ଲକ୍ଷଣ ଦେଖନ୍ତି, ତୁରନ୍ତ ନିଜକୁ ଅଲଗା କରନ୍ତୁ, ଯେପର୍ଯ୍ୟନ୍ତ ରିପୋର୍ଟ ନେଗେଟିଭ ନହେବା ପର୍ଯ୍ୟନ୍ତ। କିନ୍ତୁ ପରୀକ୍ଷା ଶୀଘ୍ର କରାଯିବା ପରେ ଅନେକ ଥର ରିପୋର୍ଟ ନେଗେଟିଭ ଆସିଥାଏ, କିନ୍ତୁ ଶରୀରରେ କୌଣସି ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଆପଣ ସଂକ୍ରମିତ ହୋଇପାରନ୍ତି। ଯଦି ଆପଣଙ୍କର କୋଭିଡର ଲକ୍ଷଣ ଅଛି ଯେପରିକି ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା କିମ୍ବା ଶରୀରରେ ଯନ୍ତ୍ରଣା, ତେବେ ଆପଣ କୋଭିଡକୁ ପୁଣି ଥରେ ପରୀକ୍ଷା କରିବା ଉଚିତ୍।

କେତେବେଳେ ଅଲଗା କରିବା କିମ୍ବା କ୍ଵାରେଣ୍ଟିନ୍ କରିବା?:

ଯଦି ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ଆପଣ ତୁରନ୍ତ ନିଜକୁ କ୍ଵାରେଣ୍ଟିନ୍ କରିବା ଉଚିତ୍। ଯଦି ୨-୪ ଦିନରେ କୌଣସି ଲକ୍ଷଣ ନଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ପରେ ଆପଣ କ୍ୱାରେଣ୍ଟିନରୁ ବାହାରିପାରିବେ। ଯଦି ଆପଣଙ୍କର ରିପୋର୍ଟ ପଜିଟିଭ ଆସେ, ତେବେ ଆପଣ ଟିକା ନେଇଥିଲେ ବି ତୁରନ୍ତ ପୃଥକବାସରେ ରୁହନ୍ତୁ।

ବିଦ୍ର: ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ପଦ୍ଧତି, ପ୍ରକ୍ରିୟା ଏବଂ ଦାବି ନିଶ୍ଚିତ ନୁହେଁ। ଏଗୁଡିକ କେବଳ ପରାମର୍ଶ ଭାବରେ ନିଅନ୍ତୁ। ଏହିପରି କୌଣସି ଚିକିତ୍ସା /ଔଷଧ/ ଡାଏଟ୍ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥଗିତ ହେଲା ଜେଇଇ ମେନ୍ ପରୀକ୍ଷା: ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୨୭, ୨୮ ଏବଂ ୩୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ପୁଣି ଏକ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀ ୧୦ ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଳାସ: ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ବର: ଫେବୃୟାରୀ ୧୦ ତାରିଖରେ ପିଜି ପାର୍ଟ-୧ ର କ୍ଳାସ ଆରମ୍ଭ ହେବ। ଫେବୃୟାରୀ ୧୦ ତାରିଖରୁ ମଧ୍ୟ ପ୍ରି-ଫାଇନାଲ ଇୟର କ୍ଳାସ ଆରମ୍ଭ ହେବ। ତେବେ କ୍ଳାସ ଆରମ୍ଭ ହେବା ପୂର୍ବରୁ ହଷ୍ଟେଲ ଖୋଲିବ। ତେଣୁ ଫେବୃୟାରୀ ୮ ତାରିଖରେ ହଷ୍ଟେଲ ଖୋଲିବ। କୋଭିଡ଼ ଗାଇଡ ଲାଇନ ଅନୁଯାୟୀ କ୍ଳାସରେ ପାଠ ପଢା ହେବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଏପ୍ରିଲ ୧୯ ତାରିଖରୁ ୟୁଜି ତୃତୀୟ ଏବଂ ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ। ମେ’ ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ ୭ ତାରିଖରୁ ଆରମ୍ଭ ହୋଇ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ନିଷ୍ପତ୍ତି: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ। ପୂର୍ବରୁ ପରୀକ୍ଷାର୍ଥୀ ଅନ୍ୟ ସ୍କୁଲରେ ପରୀକ୍ଷା ଦେଊଥିଲେ। କରୋନା ଯୋଗୁଁ ଯାତାୟତ, ରହିବାରେ ଅସୁବିଧାକୁ ଲକ୍ଷ କରି ଏପରି ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ରହିଛି। ତେବେ ଅନ୍ୟ ସ୍କୁଲର ପରୀକ୍ଷା ନିରୀକ୍ଷକଙ୍କୁ ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ଏହାସହ ପରୀକ୍ଷା ଅବଧି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ।

ଗତକାଲି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମାଗଣାରେ ଦେବେ ବୋଲି ଘୋଷଣା କରାଯାଇଥିଲା। ଯେଉଁଥିରେ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଉତ୍ତର ଏହି ବହିରେ ଉପଲବ୍ଧ ହୋଇପାରିବ। ଏହାକୁ ୭୦୦ ପୃଷ୍ଠାରେ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୮୦ ମାର୍କ ପ୍ରଶ୍ନର ଉତ୍ତର ଦେବେ ଛାତ୍ର ଛାତ୍ରୀ: ୧୦୦ ମାର୍କ ଆଧାରରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: କରୋନା ଯୋଗୁଁ ୨୦୨୦ ମସିହାରେ ସ୍କୁଲ କଲେଜ ବନ୍ଦ ରହିଥିଲା। ନୂଆ ବର୍ଷ ରେ ସ୍କୁଲ ଖୋଲିବା ନିର୍ଦ୍ଦେଶ ଆସିଛି। ଏହା ସହିତ ସ୍କୁଲ ଏବଂ କଲେଜର ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

ତେବେ ଚଳିତ ବର୍ଷ ପିଲାମାନେ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ଦେବେ। ସେଥିମଧ୍ୟରୁ ୫୦% ଓଏମଆର ଓ ୩୦% ସବଜେକ୍ଟିଭ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ୮୦ ମାର୍କ ପାଇଁ ପରୀକ୍ଷା ହେଉଥିଲେ ମଧ୍ୟ ୧୦୦ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ।

ସୂଚନାଯୋଗ୍ୟଯେ, ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲିବ। ଶନିବାର, ରବିବାରକୁ ମିଶାଇ କ୍ରମାଗତ ୧୦୦ ଦିନ ସ୍କୁଲରେ ପାଠ ପଢା ପରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଯିବ। ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଓ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହେବ। ଦଶମ ଶ୍ରେଣୀ ପିଲାମାନଙ୍କ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ ଓ ମେ’ ୨ ପର୍ଯ୍ୟନ୍ତ ହେବ।

ଅପରପକ୍ଷରେ ଅପ୍ରେଲ ୨୯ରୁ ମେ’ ୧୪ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ମେ’ ୩ରୁ ମେ’ ୧୫ ପର୍ଯ୍ୟନ୍ତ ଦଶମ ବୋର୍ଡ ଓ ମେ’ ୧୫ରୁ ଜୁନ ୧୧ ପର୍ଯ୍ୟନ୍ତ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ।