ପ୍ରବଳ ଖରା ସତ୍ବେ ଆଜି ହେଲା ଯୁକ୍ତ ଦୁଇ ପରୀକ୍ଷା, ଏଥର ଅଛନ୍ତି ତିନି ଲକ୍ଷ ଛାତ୍ରଛାତ୍ରୀ

Published: Apr 28, 2022, 9:43 pm IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗୁରୁବାର ଦିନ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ହୋଇଛି। ଆଜି ପ୍ରଥମ ଭାଷା ଓଡିଆ ପରୀକ୍ଷା ଥିଲା। ସେହିପରି ୯ ତାରିଖରେ ରହିଛି ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା।

ଏଥର ପରିଷଦ ତରଫରୁ ୧୧୩୩ଟି କେନ୍ଦ୍ର ସାରା ଓଡିଶାରେ କରାଯାଇଛି। ଏଥିପାଇଁ ୨୦୨ ଟି ପରୀକ୍ଷା ପରିଚାଳନା ହବ ବା ନୋଡାଲ ସେଣ୍ଟର କରାଯାଇଛି। ଏଥର କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ମଧ୍ୟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ହଲ ଭିତରକୁ କୌଣସି ଇଲଟ୍ରୋନିକ୍ସ ଉପକରଣ ନେବା ପାଇଁ ବାରଣ କରାଯାଇଛି।

Related posts