Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଯୁକ୍ତ ଦୁଇରେ ପୁଣି ଥରେ ନାମଲେଖା ଆରମ୍ଭ, ଜାଣନ୍ତୁ କଣ କରିବେ

ଭୁବନେଶ୍ବର: ଆଜିଠାରୁ ପୁଣିଥରେ ଯୁକ୍ତ ଦୁଇ ପାଇଁ ନାମଲେଖା ଆରମ୍ଭ ହେଉଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁମାନ ଏଥିରେ ନାମଲେଖାଇବାକୁ ଚାହୁଁଛନ୍ତି ସେମାନେ samsodisha.gov.in ରେ ଲଗଅନ କରି ଅନଲାଇନରେ ଆବେଦନ କରିପାରିବେ।

ଏହି ଅନଲାଇନ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ 29 ତାରିଖ। ସେହିପରି ପ୍ରଥମ ନାମଲେଖା ତାଲିକା ସେପ୍ଟେମ୍ବର 4 ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟମ୍ବର 7 ତାରିଖ ସୁଦ୍ଧା ସେମାନଙ୍କ କଲେଜରେ ରିପୋର୍ଟିଂ କରିବେ। ଆସନ୍ତା 13 ଏବଂ 14 ତାରିଖରେ ନାମଲେଖା ଆରମ୍ଭ ହେବ।

 

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀ: ଏଥର ହେବ ୨ଟି ଇଣ୍ଟରନାଲ୍‌ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି। ହେଲେ କଳା ଓ ବାଣିଜ୍ୟ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ତେବେ ନୂଆ ସିଲାବସ୍‌ ଆଧାରରେ ୨୦୨୪ କାଉନସିଲ ପରୀକ୍ଷା ହେବ।

ସିବିଏସ୍‌ଇ ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍‌ ଉପରେ ମୋହର ମାରିଛି। ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍‌ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ହୋଇଛିଛି। ଏଥର ରେଭେନ୍ସା କଲେଜ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି।

ତେବେ ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି। ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩%।

ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି। ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି କଟକ ଶୈଳବାଳା କଲେଜ ଏବଂ କଟଅଫ ମାର୍କ ରହିଛି ୭୨.୧୭%।

ସେହିପରି ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଦଫାରେ ମୋଟ୍‌ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି। ସେହିପରି ଉପଶାସ୍ତ୍ରୀରେ ୭,୭୭୯  ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ବତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି।

ଆଜି ପ୍ରକାଶିତ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି, ସେମାନେ ଆସନ୍ତାକାଲି ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ତେବେ ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା।

Categories
ଆଜିର ଖବର

ବାଣପୁର: ଭେଟେଶ୍ୱର ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ, ନାମ ଲେଖାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟ ସରକାର ବିଗତ ଦିନରେ ରାଜ୍ୟର ବହୁ ହାଇସ୍କୁଲକୁ କଲେଜରେ ରୂପାନ୍ତରଣ କରିଥିବା ବେଳେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ହାଇସ୍କୁଲ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଉକ୍ତ ସ୍କୁଲରେ କେବଳ ଦ୍ୱାଦଶ କଳା ବିଭାଗରେ ଚଳିତ ବର୍ଷ ପାଠ ପଢାଇବାକୁ ଆଦେଶ ଥିବାବେଳେ ୧୨୮ ଜଣ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ଅଧ୍ୟୟନ କରିବାର ବ୍ୟବସ୍ଥା ହୋଇଛି।

ସେହି ପରିପ୍ରେକ୍ଷୀରେ ଉକ୍ତ ସ୍କୁଲରେ ବିଇଓ ସନାତନ ଜାଲିଙ୍କ ତତ୍ୱାବଧାନରେ +୨ ନାମଲେଖା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସ୍କୁଲ ଆଲୁମିନ କମିଟି ସଭାପତି ଶଶିଭୂଷଣ ସୁବୁଦ୍ଧି, ଏସଏମସି ସଭାପତି କାହ୍ନୁ ଚରଣ ପଲାଇ ଏବଂ ବିଆରସିସି ସାନ୍ଧ୍ୟରାଣୀ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇ ଉକ୍ତ ସ୍କୁଲରେ ପ୍ରଥମ କରି ଖୋଲିଥିବା +୨ ରେ ନାମ ଲେଖାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଗ୍ରାମବାସୀଙ୍କ ସହ ଉକ୍ତ ସ୍କୁଲରେ ଦଶମଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଦଶମଶ୍ରେଣୀରେ ପାସ କରି ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। ଏଠାରେ ସମୁଦାୟ ୧୨୮ ଜଣ ଛାତ୍ରଛାତ୍ରୀ ନାମଲେଖାଇବାର ସୁବିଧା ଥିବାବେଳେ ୬୪ ଜଣ ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡ଼ିଥିବା ପିଲା ମାନଙ୍କୁ ବିଇଓ ଓ କମିଟି ମାଧ୍ୟମରେ ଚୟନ କରାଯିବାର ବନ୍ଦୋବସ୍ତ କରାଯାଇଛି। ଅବଶିଷ୍ଟ ୬୪ ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନାମଲେଖାଇପାରିବେ ବୋଲି ବିଇଓ ସନାତନ ଜାଲି ପ୍ରକାଶ କରିଛନ୍ତି।

ଉକ୍ତ ସ୍କୁଲରେ +୨ ଖୋଲିବା ଫଳରେ ସ୍କୁଲ ସଂଲଗ୍ନ ନୀଳାଦ୍ରି ଓ ଦାମିଆ ବରବରା ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Categories
StateBoard ବିଶେଷ ଖବର ରାଜ୍ୟ ଖବର

ଏଥର ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ଜାଣନ୍ତୁ ପାଶ ହାର

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଏହି ଫଳକୁ ଘୋଷଣା କରିଛନ୍ତି । ତେବେ ଏଥର କେବଳ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଘୋଷଣା ଅନୁସାରେ ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି ।

ଏଥର ବିଜ୍ଞାନରେ ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୨ ହଜାର ୧୦୬ ଜଣ । ସେମାନଙ୍କ ମଧ୍ୟରୁ ୪୫ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୩.୮୦ ରହି ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୪.୫୨% ।

ଘୋଷଣା ଅନୁସାରେ ଏଥର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୯୧୦ଜଣ ପାସ୍ କରିଛନ୍ତି । ଏହାସହିତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୨୨୪ଜଣ ଛାତ୍ରଛାତ୍ରୀ  ।

୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି । ନୟାଗଡ ଜିଲ୍ଲାରେ  ସର୍ବାଧିକ ୯୯.୧୧% ଓ କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପ୍ରତିଶତ ପାସ୍ ହାର ରହିଛି ।

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଦେଇଥିଲେ ।

ପରୀକ୍ଷା ଫଳ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ଚାଲିଥିଲା। ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲଟ

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବା । ଏହାର ସପ୍ତାହ ପରେ ଯୁକ୍ତ ଦୁଇ କଳା ରେଜଲଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ପ୍ରବଳ ଖରା ସତ୍ବେ ଆଜି ହେଲା ଯୁକ୍ତ ଦୁଇ ପରୀକ୍ଷା, ଏଥର ଅଛନ୍ତି ତିନି ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗୁରୁବାର ଦିନ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ହୋଇଛି। ଆଜି ପ୍ରଥମ ଭାଷା ଓଡିଆ ପରୀକ୍ଷା ଥିଲା। ସେହିପରି ୯ ତାରିଖରେ ରହିଛି ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା।

ଏଥର ପରିଷଦ ତରଫରୁ ୧୧୩୩ଟି କେନ୍ଦ୍ର ସାରା ଓଡିଶାରେ କରାଯାଇଛି। ଏଥିପାଇଁ ୨୦୨ ଟି ପରୀକ୍ଷା ପରିଚାଳନା ହବ ବା ନୋଡାଲ ସେଣ୍ଟର କରାଯାଇଛି। ଏଥର କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ମଧ୍ୟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ହଲ ଭିତରକୁ କୌଣସି ଇଲଟ୍ରୋନିକ୍ସ ଉପକରଣ ନେବା ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଆସନ୍ତାକାଲି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ମେ’ ମାସ ୧୮ ତାରିଖରେ ଆରାମ୍ଭ ହେବ। ଏହି ପରୀକ୍ଷା ଜୁନ ୧୨ ତାରିଖରେ ଶେଷ ହେବ। ଏହାସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ’୨୮ ତାରିଖରୁ ଆରମ୍ଭ ହେବ। ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। କୋଭିଡ଼ ଗାଇଡ ଲାଇନରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏଥର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 12 ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ବର : ଆସନ୍ତା 12 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମଧ୍ୟାହ୍ନ 12.30ରେ ସିଏଚ୍‌ଏସ୍‌ଇ ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟର ଶେଷ ସପ୍ତାହ ଆଡକୁ ଯୁକ୍ତ ଦୁଇ କଳା  ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଚଳିତ ବର୍ଷ 3ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବାବେଳେ 97 ହଜାର 536ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା  ଦେଇଛନ୍ତି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା ସହିତ କେତୋଟି ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା । ଅପରପକ୍ଷରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଖାତା ଦେଖା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସିବିଏସ୍‌ଇ ଓ  ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିଥିଲେ ।