ଏଥର ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ଜାଣନ୍ତୁ ପାଶ ହାର

Published: Jul 27, 2022, 5:04 pm IST

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଏହି ଫଳକୁ ଘୋଷଣା କରିଛନ୍ତି । ତେବେ ଏଥର କେବଳ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଘୋଷଣା ଅନୁସାରେ ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି ।

ଏଥର ବିଜ୍ଞାନରେ ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୨ ହଜାର ୧୦୬ ଜଣ । ସେମାନଙ୍କ ମଧ୍ୟରୁ ୪୫ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୩.୮୦ ରହି ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୪.୫୨% ।

ଘୋଷଣା ଅନୁସାରେ ଏଥର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୯୧୦ଜଣ ପାସ୍ କରିଛନ୍ତି । ଏହାସହିତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୨୨୪ଜଣ ଛାତ୍ରଛାତ୍ରୀ  ।

୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି । ନୟାଗଡ ଜିଲ୍ଲାରେ  ସର୍ବାଧିକ ୯୯.୧୧% ଓ କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପ୍ରତିଶତ ପାସ୍ ହାର ରହିଛି ।

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଦେଇଥିଲେ ।

ପରୀକ୍ଷା ଫଳ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ଚାଲିଥିଲା। ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ।

Related posts