ଆସନ୍ତା 12 ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

Published: Aug 10, 2020, 4:07 pm IST

ଭୁବନେଶ୍ବର : ଆସନ୍ତା 12 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମଧ୍ୟାହ୍ନ 12.30ରେ ସିଏଚ୍‌ଏସ୍‌ଇ ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟର ଶେଷ ସପ୍ତାହ ଆଡକୁ ଯୁକ୍ତ ଦୁଇ କଳା  ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଚଳିତ ବର୍ଷ 3ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବାବେଳେ 97 ହଜାର 536ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା  ଦେଇଛନ୍ତି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା ସହିତ କେତୋଟି ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା । ଅପରପକ୍ଷରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଖାତା ଦେଖା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସିବିଏସ୍‌ଇ ଓ  ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିଥିଲେ ।

Related posts