୮୦ ମାର୍କ ପ୍ରଶ୍ନର ଉତ୍ତର ଦେବେ ଛାତ୍ର ଛାତ୍ରୀ: ୧୦୦ ମାର୍କ ଆଧାରରେ ହେବ ମୂଲ୍ୟାୟନ

Published: Jan 3, 2021, 11:02 am IST

ଭୁବନେଶ୍ୱର: କରୋନା ଯୋଗୁଁ ୨୦୨୦ ମସିହାରେ ସ୍କୁଲ କଲେଜ ବନ୍ଦ ରହିଥିଲା। ନୂଆ ବର୍ଷ ରେ ସ୍କୁଲ ଖୋଲିବା ନିର୍ଦ୍ଦେଶ ଆସିଛି। ଏହା ସହିତ ସ୍କୁଲ ଏବଂ କଲେଜର ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।

ତେବେ ଚଳିତ ବର୍ଷ ପିଲାମାନେ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ଦେବେ। ସେଥିମଧ୍ୟରୁ ୫୦% ଓଏମଆର ଓ ୩୦% ସବଜେକ୍ଟିଭ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ୮୦ ମାର୍କ ପାଇଁ ପରୀକ୍ଷା ହେଉଥିଲେ ମଧ୍ୟ ୧୦୦ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ।

ସୂଚନାଯୋଗ୍ୟଯେ, ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲିବ। ଶନିବାର, ରବିବାରକୁ ମିଶାଇ କ୍ରମାଗତ ୧୦୦ ଦିନ ସ୍କୁଲରେ ପାଠ ପଢା ପରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଯିବ। ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଓ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହେବ। ଦଶମ ଶ୍ରେଣୀ ପିଲାମାନଙ୍କ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ ଓ ମେ’ ୨ ପର୍ଯ୍ୟନ୍ତ ହେବ।

ଅପରପକ୍ଷରେ ଅପ୍ରେଲ ୨୯ରୁ ମେ’ ୧୪ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ମେ’ ୩ରୁ ମେ’ ୧୫ ପର୍ଯ୍ୟନ୍ତ ଦଶମ ବୋର୍ଡ ଓ ମେ’ ୧୫ରୁ ଜୁନ ୧୧ ପର୍ଯ୍ୟନ୍ତ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ।

Related posts