ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ନିଷ୍ପତ୍ତି: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବ ନାହିଁ

Published: Jan 22, 2021, 11:25 am IST

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ। ପୂର୍ବରୁ ପରୀକ୍ଷାର୍ଥୀ ଅନ୍ୟ ସ୍କୁଲରେ ପରୀକ୍ଷା ଦେଊଥିଲେ। କରୋନା ଯୋଗୁଁ ଯାତାୟତ, ରହିବାରେ ଅସୁବିଧାକୁ ଲକ୍ଷ କରି ଏପରି ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ରହିଛି। ତେବେ ଅନ୍ୟ ସ୍କୁଲର ପରୀକ୍ଷା ନିରୀକ୍ଷକଙ୍କୁ ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ଏହାସହ ପରୀକ୍ଷା ଅବଧି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ।

ଗତକାଲି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମାଗଣାରେ ଦେବେ ବୋଲି ଘୋଷଣା କରାଯାଇଥିଲା। ଯେଉଁଥିରେ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଉତ୍ତର ଏହି ବହିରେ ଉପଲବ୍ଧ ହୋଇପାରିବ। ଏହାକୁ ୭୦୦ ପୃଷ୍ଠାରେ ପ୍ରସ୍ତୁତ କରାଯାଇଛି।

Related posts