Categories
ବିଶେଷ ଖବର ରାଜ୍ୟ ଖବର

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖିନ କରୁଥିବା ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର, ଅକାଂକ୍ଷୀ ପାଠ୍ୟକ୍ରମ ଅଧିନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍‌, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ପର୍ଯ୍ୟାଲୋଚନା କରାଯାଇଥିଲା ।

ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣା ବେକ୍ଷଣ ଆଦି ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମାଗଣା ସାଇକେଲ ବାବଦ ଅର୍ଥରାଶିର ବଣ୍ଟନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପୂର୍ବହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ପରେ ଏହି ବୈଠକ ଆୟୋଜିତ ହୋଇଥିବା ହାଇସ୍କୁଲ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପରିଦର୍ଶନ କରି ମିଳିତ ଭାବରେ ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏହି ବୈଠକ ଆୟୋଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଅଧାରୁ ପାଠ ଛାଡିଥିବା ପିଲା ମୁକ୍ତ ବିଦ୍ୟାଳୟରେ କରିବେ ମାଗଣା ନାମଲେଖା,ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍‌ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍‌ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ।ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ।

ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି। ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁÂରେ ପରୀକ୍ଷା ମଧ୍ୟ ଦେବେ।

ଏସ୍‌ଆଇଓଏସ୍‌ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ, ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପମୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତି।

ଏହା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍ସେଲିଂ କରୁଛନ୍ତି। ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍‌ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି। ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍‌ଲେଟ୍‌ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଦୀର୍ଘ ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ମାସ ପୂର୍ବରୁ ତାଙ୍କର ଜନ୍ମ ଦିବସରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ। ଘୋଷଣା ପରେ ସମସ୍ତ ବିଭାଗରେ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇଥିଲେ। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ଅଠର ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନଥିଲା।

ଘୋଷଣା ପରେ ବି ବିଭାଗ ନିୟମିତ ନକରିବାରୁ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପ୍ରଥମେ ଡିସେମ୍ବର ସାତ ତାରିଖରେ ଆନ୍ଦୋଳନକୁ ଓହ୍ଲାଇଥିଲା। ଏହି ଆନ୍ଦୋଳନ ପରେ ମଧ୍ୟ ନିୟମିତ ନିର୍ଦ୍ଧେଶନାମାଟି ସରକାର ପ୍ରକାଶ କରିନଥିଲେ। ପାଞ୍ଚ ମାସ ସମୟ ବିତିଯିବା ପରେ ସଂଘ ପୁନଶ୍ଚ ଏପ୍ରିଲ ଏକ ତାରିଖ ଦିନ ବିଧାନସଭା ଆଗରେ ଧାରଣା ଦେଇଥିଲା।

ସରକାର ଆଲୋଚନାକୁ ଡାକି ତିନି ଦିନ ମଧ୍ୟରେ ନିୟମିତ ନିର୍ଦ୍ଦେଶାନାମାଟି ପ୍ରକାଶ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ରାଜ୍ୟ ସଂଘ ନିୟମିତ ନିର୍ଦେଶାନାମାଟି ପ୍ରକାଶ ପାଇବା ଯାଏଁ ଧାରଣରେ ବସିବ ବୋଲି ସଫା ସଫା କହିଥିଲା। ତେଣୁ ଏପ୍ରିଲ ୧ ତାରିଖରୁ ସଂଘ ଧାରଣାରେ ବସିଥିଲା ଏବଂ ଆଜି ଧାରଣାର ୧୩ ଦିନ ହୋଇଥିବା ବେଳେ ସରକାର ଦାବି ପୂରଣ କରିଛନ୍ତି।

ସରକାର ପ୍ରତିଶୃତି ରକ୍ଷା କରି ଆଜି ନିୟମିତ ନିର୍ଦ୍ଦେଶାନାମାଟି ପ୍ରକାଶ କରିଥିବାରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ରାଜ୍ୟ ସଂଘ ସଭାପତି ପାଞ୍ଚନନ ଜେନା, ସମ୍ପାଦକ ସତ୍ୟଭୂଷଣ ତରାଇ, ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ, ମାନସ ପୁହାଣ, ଟିକିନା ସାହୁ, ମୌଡି ଇନ୍ଦ୍ରସେନ, ଜିକରିଆ ସବର, ପ୍ରତାପ ସାମଲ, ଶାନ୍ତୁନୁ ଦାସ, ପ୍ରିୟବ୍ରତ ବେହେରା, ମନୋହର ଦାସ, ଦିଲୁ ସାହୁ, ମାନସ ସାହୁ, ରଶ୍ମି ସାହୁ ଆଦି ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବମରୁ ଦ୍ୱାଦଶ ନିଃଶୁଳ୍କ ପାଠପଢ଼ା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ବା ଆରଟିଇ ରେ ଅନୁଚ୍ଛେଦ ୧୨ (୧) ର ଧାରା “ଗ” ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପରେ ନବମରୁ ଦ୍ୱାଦଶ ପଯ୍ୟନ୍ତ ନିଃଶୁଳ୍କ ପାଠପଢ଼ା ପାଇଁ ଓଡିଶା ହାଇକୋର୍ଟ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏକ ନୂଆ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଲୋକସେବା ଭବନରେ ଗଣଶିକ୍ଷା ସଚିବ  ଆଶ୍ବସ୍ତି ଏସ ଙ୍କୁ ଭେଟି ଦାବୀ କରିବା ସହ ଅଫିସିଆଲ ଭାବେ ଦାବୀ ପତ୍ର ଓ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗଣଶିକ୍ଷା ସଚିବ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ କହିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ କି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ ବର୍ତ୍ତମାନ ନର୍ସରୀ ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା କରାଯାଉଛି। ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ। ବାଧ୍ୟ ହୋଇ ସେମାନେ ପାଠ ଛାଡ଼ିବେ।

ତେଣୁ ଓଡିଶା ଅଭିଭାବକ ମହାସଂଘ ଏହି ବ୍ୟବସ୍ଥାକୁ ଅନ୍ତତଃ ପକ୍ଷେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବହୁ ଦିନରୁ ଦାବୀ କରି ଆସୁଛି। ସେପଟେ ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହିତ ଅନେକ ରାଜ୍ୟ ମଧ୍ୟ ନିଜସ୍ୱ ଅର୍ଥରେ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି।

ସରକାରଙ୍କୁ ବାରମ୍ବାର ନିବେଦନ ପରେ କାର୍ଯ୍ୟକାରୀ ନହେବାରୁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ମାନ୍ୟବର ହାଇକୋର୍ଟ ଶୁଣାଣି କରି ଗଣଶିକ୍ଷା ସଚିବଙ୍କୁ ଏକ ନୂଆ ଆବେଦନ କରିବେ। ଗଣଶିକ୍ଷା ସଚିବ ଆସନ୍ତା ଜୁନ ମାସ ୧ ତାରିଖ ସୁଦ୍ଧା ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକି ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ। ଓଡିଶା ଅଭିଭାବକ ମହାସଂଘ ମାନ୍ୟବର କୋର୍ଟଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବା ସହ ଯଦି ଠିକ ନିଷ୍ପତି ହୋଇ ନଥିବ ତାହାଲେ ନୂତନ ଭାବେ ଏକ କେସ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ ମହାସଂଘ ଆସନ୍ତା କାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବୀ କରିବାକୁ ସମୟ ନେଇଛନ୍ତି ଓ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧ୍ୟ ଦାବୀ କରିବାକୁ ନିଷ୍ପତି ନେଇଥିବା ମହାସଂଘର ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ମାନୁନାହାନ୍ତି ଗଣଶିକ୍ଷା ବିଭାଗ: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ଅକ୍ଟୋବର୍ ୧୬ ତାରିଖରେ ଏକ ବିଜ୍ଞପ୍ତି ସଂଖ୍ୟା:-୨୯୦୭୬/୧୬-୧୦-୨୦୨୨ ରେ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ।

ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା, କିନ୍ତୁ ଏହାକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ, ସର୍ବପ୍ରଥମେ ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ମାଧ୍ୟାମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଭେଟିଥିଲା। କିନ୍ତୁ ନିର୍ଦ୍ଦେଶକ ସମସ୍ୟାର ସମାଧାନ ପାଇଁ କୌଣସି ଦୃଷ୍ଟି ଦେଲେ ନାହିଁ ଓ ଏହା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଲେ ନାହିଁ। ଫଳସ୍ୱରୂପ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିୟମିତ କରିବା ପାଇଁ ସଫା ସଫା ମନାକରିଦେଲେ।

ଏହାପରେ ସଂଘ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିଷ୍ପତ୍ତି ନେଇ ନିୟମିତ କରିବା ପାଇଁ ଯଥାଶିଘ୍ର ନିର୍ଦ୍ଦେଶାନାମା ହେବ। କିନ୍ତୁ ଇତି ମଧ୍ୟରେ ୨୫ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି। ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି ବିଭାଗ। ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି। ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି।

ସରକାରଙ୍କର ଏହି ମନମୁଖୀ ଶାସନ ପାଇଁ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରିବାର ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଆଗାମୀ ୫ ଦିନ ଭିତରେ ଗଣଶିକ୍ଷା ବିଭାଗ ଯଦି ଦାବୀ ପୁରାଣ ନ କରନ୍ତି, ତେବେ ଆଗାମୀ ବିଧାନ ସଭା ସମୟରେ ସଂଘ ବିଧାନସଭା ଘେରିବା ପାଇଁ ସଂଘର ସଭାପତି ପଞ୍ଚାନନ ଜେନା ମତବ୍ୟକ୍ତ କରିଛନ୍ତି।

ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ସଙ୍ଘର ମହାସଚିବ ବିଶ୍ୱଜିତ୍ ବିଶ୍ୱାଳ ମତ ରଖିଛନ୍ତି। ସରକାରଙ୍କର ଶିକ୍ଷକ ମରଣା ନୀତି ବିରୁଦ୍ଧରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ମନୋହର ଦାଶ, ବସନ୍ତ କୌସଲ୍ୟ, ରଂଜିତ ନାୟକ, ଶାନ୍ତନୁ ଦାସ, ସୀମାଞ୍ଚଳ ସାହୁ, ପ୍ରତାପ ସାମଲ, ମାନସ କୁମାର ପୁହାଣ, ମାନସ ରଞ୍ଜନ ମିଶ୍ର, ପ୍ରିୟବ୍ରତ ବେହେରା, ଚିନ୍ମୟ ମିଶ୍ର, ସତ୍ୟଭୂଷଣ ତରାଇ, ସୁବାସ ଜେନା, ରଶ୍ମିରଞ୍ଜନ ସାହୁ, ହବିଲ କିସାନ, ହେମନ୍ତ ବେହେରା, ସାଇ ପ୍ରିତମ୍ ପ୍ରମୁଖ ପ୍ରେସ୍ ଇସ୍ତାହାର ରେ ଗର୍ଜି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଗଣଶିକ୍ଷା ବିଭାଗର ବେଖାତିର: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ବହୁଦିନଧରି ଓଡ଼ିଶା ମାଟିରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନେ ଅଧା ଦରମାରେ ଗୋତି ଶ୍ରମିକ ଭାବରେ ସରକାରଙ୍କ ଗଣଶିକ୍ଷା ବିଭାଗରେ କର୍ଯ୍ୟ କରି ଆସୁଥିଲେ। ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସଙ୍ଘ ବହୁବାର ଆନ୍ଦୋଳନ କରିଥିଲା। ଗତ ମାସ ୧୧ ତାରିଖରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ଓ କର୍ମଚାରୀ ଗାନ୍ଧି ମାର୍ଗରେ ମହା ଆନ୍ଦୋଳନ କରିଥିଲେ, ଫଳସୁରୂପ ଚୁକ୍ତିଭିତ୍ତିକ ପଦବୀକୁ ମୁଖ୍ୟମନ୍ତ୍ରୀ ଉଚ୍ଛେଦ କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ପାଇଁ ଘୋଷଣା କରିଥିଲେ।

ଏହି ମହାନ ନିଷ୍ପତ୍ତି ପାଇଁ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଗଣଶିକ୍ଷା ବିଭାଗ ନିୟମକୁ କାର୍ଯକାରୀ ନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ଏ ଯାଏଁ ନିଷ୍ପତ୍ତି ନେଉନାହାନ୍ତି। ଚୁକ୍ତିଭିତ୍ତିକ ଉଚ୍ଛେଦ ଆଇନ୍ ଟି ଆଜି ଯାଏ ଗଣଶିକ୍ଷା ବିଭାଗ କିମ୍ୱା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ନ ପହଞ୍ଚିବା କାରଣରୁ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇପାରୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଆଜି ବିଭାଗ ବେଖାତିର କରୁଛନ୍ତି। ସମସ୍ତ ଶିକ୍ଷକ ୨୦୧୩ ଚୁକ୍ତିଭିତ୍ତିକ ଆଇନରେ ଚାକିରି ପାଇଥିଲେ ଓ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ଆଇନ-୨୦୧୩ କୁ ଉଚ୍ଛେଦ କରି ନିୟମିତ କରିବା ପାଇ ଘୋଷଣା କରିଥିଲେ ଓ ନୂତନ ନିୟମ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ କରିବା କଥା। କିନ୍ତୁ ବିଭିନ୍ନ ବାହାନା ଦେଖାଇ ନିୟମିତ କରୁନାହାନ୍ତି।

ଏଥିପାଇଁ ଆଜି ଶିକ୍ଷକ ସମାଜ ଗଣଶିକ୍ଷା ବିଭାଗର ନିରବତା ଦେଖି ଦୁଃଖ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ନିଜ ଘୋଷଣା ମୁତାବକ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରନ୍ତୁ ଓ ସମସ୍ତ ୨୦୦୪ ରୁ ୨୦୧୪ ଯାଏଁ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ମିଶାଇ ନ୍ୟାୟ ପ୍ରଦାନ କରନ୍ତୁ।

ଯଦି ଗଣ ଶିକ୍ଷା ବିଭାଗ ଆଗାମୀ ୫ ଦିନ ଭିତରେ ସମସ୍ତ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ନ କରନ୍ତି ତେବେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ରାଜ ରାସ୍ତାକୁ ଓହ୍ଲାଇବେ ଓ ବିଧାନ ସଭା ଘେରେଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରେସ ଇସ୍ତାହାରରେ ସଙ୍ଘ ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସମ୍ପାଦକ ଅନ୍ତର୍ଯ୍ୟାମି ବେହେରା, ଉପସଭାପତି ଦାମୋଦର ମହା ନନ୍ଦ, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ରାଜେନ୍ଦ୍ର ମଲ୍ଲିକ, ପ୍ରତାପ ସାମଲ, ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ, ଶାନ୍ତନୁ ଦାସ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଲୁଗାଁ: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟର ବିଭିନ୍ନ ଶୃଙ୍ଖଳା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଅକ୍ଷୟ ମହାପାତ୍ର, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ସୁବ୍ରତ ତ୍ରିପାଠୀ, ସୁବାସ ଶ୍ରୀଚନ୍ଦନ, ବିଦ୍ୟାଧର ଜୁଝାଇ ସିଂ, ରୋଜାଲିନ ମିଶ୍ର, ତପସ୍ୱିନୀ ନନ୍ଦ, କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାଗତ କରିବା ସହିତ ନିଜ ବିଷୟର ପ୍ରlସଙ୍ଗିକତା ସମ୍ପର୍କରେ ଅବଗତ କରାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଉତ୍କର୍ଷତା ଓ ଗାରିମା ଉପସ୍ଥାପିତ କରିଥିଲେ। ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଏହାକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସହ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା

ଭୁବନେଶ୍ଵର: ସେପ୍ଟେମ୍ବର ୧୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ସରକାରୀ ହାଇସ୍କୁଲ୍ ଇନିସିଆଲ୍ ଅପୋଇଣ୍ଟି ଶିକ୍ଷକ ସଂଘର ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ପାଇଁ ପତ୍ର ମଧ୍ୟମରେ ଅବଗତ କରାଇଥିଲେ। ଏଣୁ ରାଜ୍ୟ ସଂଘର ଏକ ୪ ଜଣିଆ ପ୍ରତିନିଧି ଆଜି ସଚିବାଳୟରେ ଇନିସିଆଲ୍ ଆପଏଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି କୁ ନେଇ ଆଲୋଚନା କରିଥିଲେ। ଆଲୋଚନା ରେ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ,ବିଭାଗ ପ୍ରମୁଖ ଶାସନ ସଚିବ ଆସ୍ଵସ୍ଥି ଏସ୍, ଶିକ୍ଷା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ମୁଖ୍ୟତଃ ଦାବି ଯଥା:- ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ, ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରି ସମୟ ସହ ଯୋଗ କରିବା, ୨୦୧୬ ବ୍ୟାଚ୍ ର ୧୦ ମାସ ଛୋଟେଇ ସମୟକୁ ମୂଳ ଚାକିରି ସହ ଯୋଗ କରିବା, ବଦଳି ନିୟମକୁ ପରିବର୍ତ୍ତନ କରିବା, ୧୯୬୬ ଛୁଟି ନିୟମ କୁ ଲାଗୁ କରିବା, ୨୦୧୬ ବ୍ୟାଚ୍ କୁ ଯଥାଶିଘ୍ର ନିୟମିତ କରିବା, ୨୦୧୬ ବ୍ୟାଚ୍ ରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଯେଉଁମାନେ OSSTET ପରୀକ୍ଷା ଦେଵାପାଇଁ ସୁଯୋଗ ପାଇପାରୁନାହାନ୍ତି ସେମାନଙ୍କୁ OSSTET ରୁ ବାଦ୍ ଦେଵା, ବିଏ.ବିପିଏଡ୍ ଏବଂ ବିଏ.ସିପିଏଡ୍ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ୪୨୦୦ ଗ୍ରେଡ୍ ପେ ପ୍ରଦାନ, ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର୍ ରେ ଅନ୍ତର୍ଭୂକ୍ତ କରିବା, ଏକ୍ସଗ୍ରାଟିଆ ସୁବିଧା ପ୍ରଦାନ, ପୂଜା ପୂର୍ବରୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦରମା ପ୍ରଦାନ, ସାଧାରଣ ପ୍ରଶାସନ ବିଭାଗର ନିୟମନାମା ୧୧୪୭ ଓ ୩୨୦୧୦ କୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ପାଇଁ ଲାଗୁ କରିବା ଆଦି ଦାବି ଉପରେ ଆଲୋଚନା ହୋଇଥିଲା।

ସମସ୍ତ ଦାବୀ ଗୁଡ଼ିକୁ ଅଳ୍ପ ଦିନ ଭିତରେ ପରିପୂରଣ କରିବା ପାଇଁ ସ୍ପଟ ଭାବରେ ସଙ୍ଘକୁ ଅବଗତି କରାଇଥିଲେ, ଇନିଶିଆଲ ଅପୋଇଣ୍ଟି ୧୯୬୬ ଲିଭ୍ ରୁଲ୍ ଫାଇଲ୍ ଟି ଗଣଶିକ୍ଷା ବିଭାଗରେ ରହିଅଛି, ଏହାକୁ ଖୁବ୍ ଶୀଘ୍ର ଅନୁମୋଦନ କରିବା ପାଇଁ ଶିକ୍ଷା ସଚିବ ମତ ପ୍ରକାଶ କରିଥିଲେ। ୨୦୧୬ ବର୍ଷରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ମାନଙ୍କୁ ଦୁର୍ଗା ପୂର୍ବରୁ ନିୟମିତ କରିବା ପାଇଁ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ରେ ସଂଘର ମହାସଚିବ ଶ୍ରୀଯୁକ୍ତ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସଂପାଦକ ଅର୍ନ୍ତଯ୍ୟାମୀ ବେହେରା ଏବଂ କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଶାନ୍ତୁନୁ ଦାସ ପ୍ରମୁଖ ୪ଜଣିଆ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଣଶିକ୍ଷା ବିଭାଗର ଗଣମାଧ୍ୟମ ବିରୋଧୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବି

କନ୍ଦର୍ପ ବେହେରା

ରେଢାଖୋଲ: ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ବିଦ୍ୟାଳୟକୁ ପୁରାଇ ନ ଦେବାକୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସାମ୍ବାଦିକ ମାନେ ଏହାର ଘୋର ବିରୋଧ କରୁଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁୁ ଓୟୁଜେ ରେଢାଖୋଲ ଶାଖା ତରଫରୁ ପ୍ରଦାନ କରାଯାଇଛି।

ଓୟୁଜେ ରେଢାଖୋଲ ୟୁନିଟ୍ ର ସଭାପତି ଶରତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ସଂଘର ସଦସ୍ୟ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସରକାରଙ୍କ ଗଣଶିକ୍ଷାବିଭାଗ ଏଭଳି ଅଗଣତାନ୍ତ୍ରୀକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଓୟୁଜେ ରେଢାଖୋଲ ଶାଖା ଦାବୀ କରିଛି।

ଗଣମାଧ୍ୟମ ପ୍ରତି ଶିକ୍ଷା ବିଭାଗ ଏଭଳି ଏକ ଚରମ ନିଷ୍ପତ୍ତି ନେଇ ନିର୍ଦ୍ଦେଶନାମା ଜାରି କରିଥିବାରୁ ରେଢାଖୋଲ ୟୁନିଟ୍ ଏହାର ଏକ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୌଣସି କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ଯିବେ ନାହିଁ ବୋଲି ରେଢାଖୋଲ ୟୁନିଟ୍ ପ୍ରକାଶ କରିଛି।

ଆଗାମୀ ଦିନରେ ଏହି ଆନ୍ଦୋଳନ ଓୟୁଜେ ରାଜ୍ୟବ୍ୟାପି କରିବ ବୋଲି ରେଢାଖୋଲ ୟୁନିଟ୍ ପ୍ରକାଶ କରିଛି। ଆଜିର ଏହି ଦାବୀପତ୍ର ପ୍ରଦାନରେ ସଂଘର ସଂପାଦକ ଶଙ୍କର ପୃଷ୍ଟି, ରମାକାନ୍ତ ମହାନନ୍ଦ, ତପନ କୁମାର ବିଶ୍ୱାଳ, ସୁଶାନ୍ତ ନାଗ୍, ପ୍ରଶନ୍ନ ପ୍ରଧାନ, ସରୋଜ କୁମାର ସାହୁ, ଅନୀଲ୍ କୁମାର ପୃଷ୍ଟି ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସରେ ଏକାଥରେ ୧୧ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ବର: ଚଳିତ ମାସରେ ଏକାଥରେ ୧୧ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି। ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ଯେ, ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ। ସେଥିପାଇଁ ଏକ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବେ।

ସେ ଆହୁରି କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ପ୍ରାୟ ହଜାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ବିଭାଗ ତରଫରୁ ପକ୍ରିୟା ଜାରୀ ରହିଛି। ସେହିପରି ଅନ୍ୟାନ୍ୟ ସ୍କୁଲରେ ଖାଲିଥିବା ପଦବୀଗୁଡିକ ପୂରଣ କରିବା ପାଇଁ ରାଜ୍ୟ ସରକାର ଖୁବ ଶିଘ୍ର ନିଯୁକ୍ତି ପକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ: ରାଜ୍ୟରେ ଏହି ତାରିଖରୁ ପିଲାମାନଙ୍କ ଆରମ୍ଭ ହେବ ପାଠ ପଢା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପକୁ ଦେଖି ସ୍କୁଲର ସକାଳୁଆ ପାଠପଢା ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମେ ୨ ତାରିଖରୁ ସକାଳୁଆ ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନେ ଏଣିକି ସକାଳ ୬ ଟାରୁ ସ୍କୁଲ ଆସିବେ। କିନ୍ତୁ ବୋର୍ଡ ଏବଂ କାଉନସିଲ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଖରା ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ: ମାତ୍ର ୧୦ ଦିନ ସ୍କୁଲ ରହିବ ବନ୍ଦ

ଭୁବନେଶ୍ବର: ସ୍କୁଲଗୁଡିକରେ ଖରା ଛୁଟି ତାରିଖ ଧାର୍ଯ୍ୟ କରାଯାଇଛି। ବିଗତ ଦୁଇ ବର୍ଷ ଧରି ସ୍କୁଲରେ ପାଠ ପଢା ବ୍ୟାଘାତ ହୋଇଥିବାରୁ ଚଳିତ ବର୍ଷ ଖରା ଛୁଟି ଉପରେ କାଣ୍ଟଛାଣ୍ଟ କରାଯାଇଛି। ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ଖରା ଛୁଟି ହେବ। ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି। ଯାହାକୁ ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯିବ। ସକାଳୁଆ କ୍ଲାସ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲିବ ବୋଲି ଗଣଶିକ୍ଷା ବିଭାଗ କହିଛି।

ତେବେ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏଁ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲରେ ପାଠ ପଢା ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ନୂଆ ନାମ ଲେଖା କିମ୍ବା ପୁନଃ ନାମ ଲେଖା ହେବ। ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟର ବଡ ନିଷ୍ପତି, ଏଣିକି ସ୍କୁଲ କଲେଜକୁ ଦିଆଯାଉଥିବା ଜମି ସରକାରଙ୍କ ନାମରେ ରହିବ

ଭୁବନେଶ୍ବର: ଏଣିକି ରାଜ୍ୟ ସରକାର ସ୍କୁଲ କଲେଜକୁ ଦେଉଥିବା ମାଗଣା ଜମି ତାଙ୍କ ଅନୁଷ୍ଠାନ ନାମରେ ରହିବ ନାହିଁ। ତାହା ସ୍କୁଲର ହୋଇଥିଲେ ଗଣଶିକ୍ଷା ବିଭାଗ, କଲେଜ ହୋଇଥିଲେ ଉଚ୍ଚ ଶିକ୍ଷା ବିଭାଗ ନାମରେ ରହିବ। ଏହିପରି ଏକ ବଡ ନିଷ୍ପତି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି।

୧୯୭୭ ମସିହାର ନିଷ୍ପତ୍ତି ଅନୁସାରେ କଲେଜ ସ୍ଥାପନ ପାଇଁ ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ଯୋଗାଇ ଦିଆଯିବ। ସେହିପରି ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପରବର୍ତ୍ତି ସମୟରେ ସରକାର ଏହି ନିଷ୍ପତ୍ତିକୁ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ ଯାହା ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜର ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ। ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ଏକାଠି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ ଏକର ଓ ସହରାଞ୍ଚଳରେ ୩ ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ। ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ। ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଅଷ୍ଟମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏଣିକି ରାଜ୍ୟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ। ଦଶହରା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ। ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ତେବେ ଅଷ୍ଟମ ଏବଂ ଯୁକ୍ତ ଦୁଇର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏବେ ଶ୍ରେଣୀ ଗୃହରେ ବସି ପାଠ ପଢିବା ପାଇଁ ସୁଯୋଗ ପାଇବେ। କିନ୍ତୁ ବର୍ତ୍ତମାନ ନବମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ ପାଠପଢା ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିହ୍ନଟ ହେବେ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକ, ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କ୍ୟାରିୟର କାଉନ୍‌ସେଲିଂ ପୋର୍ଟାଲର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଠିକ୍‌ ମାର୍ଗରେ ନିୟନ୍ତ୍ରଣ କରାଗଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ପୂରଣ ହେବ ।

ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବା ସହିତ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ । ‘ମୋ ସ୍କୁଲ’ ଅଭିଯାନରେ ଉଚ୍ଚ ମାଧ୍ୟମିକ ରୂପାନ୍ତରଣ ନିମନ୍ତେ ପାଖାପାଖି ୭୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କିଛି ପ୍ରକଳ୍ପର କାର୍ଯ୍ୟ ସଂପନ୍ନ ହୋଇଛି । ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରକଳ୍ପମାନଙ୍କର ରକ୍ଷଣାବେକ୍ଷଣ ପାଇଁ ପ୍ରମୁଖ ଶାସନ ସଚିବ ଗୁରୁତ୍ୱଦେଇ କହିଲେ ଯେ ଏହିସବୁ ରକ୍ଷଣାବେକ୍ଷଣ କାର୍ଯ୍ୟ ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଆଦର୍ଶ ବିଦ୍ୟାଳୟ ଉପରେ ଦିଗ୍‌ଦର୍ଶନ ଦେଇଥିଲେ।
ଏହି ଅବସରରେ ପ୍ରାଥମିକ ଶିକ୍ଷକମାନଙ୍କୁ ପଦୋନ୍ନତି ପ୍ରଦାନ, ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ, ଏଚ୍‌ଟି ବିଦ୍ୟାଳୟଗୁଡ଼ିକରେ ସୌରଶକ୍ତିର ବ୍ୟାପକ ବ୍ୟବହାର, ରୂପାନ୍ତରିତ ସ୍କୁଲରେ ସଂଯୋଜନ ମାଧ୍ୟମରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ପ୍ରଦାନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ନାସ୍‌(ଏନ୍‌ଏଏସ୍‌) ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀଙ୍କ ପ୍ରସ୍ତୁତି, ଓମ୍‌ବାଡ୍‌ସି ଏବଂ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ, ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା କର୍ମଚାରୀ ଓ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନେ ନିଜେ ନିୟମିତ ଶିକ୍ଷା ରୁଟିନ୍‌ ଅନୁଯାୟୀ ଶିକ୍ଷାଦାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଣିକି ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ଇ-ପାଠଶାଳା ଏବଂ ଇ-ମୂଲ୍ୟାୟନର ବ୍ୟାପକତା, ଶିକ୍ଷାର ଭିତ୍ତିଭୂମି ସୁଦୃଢ଼, ଡିଜିଟାଲ୍‌ ଶିକ୍ଷା ଏବଂ ଜାଲ ଶିକ୍ଷକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଦି କାର୍ଯ୍ୟ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

Categories
ବିଶେଷ ଖବର

ସରକାରୀ ସ୍କୁଲ୍‌ରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ କିପରି?

ସୁବାସ କୁମାର ତାରଣିଆଁ

ଭୁବନେଶ୍ବର: ରାଜ୍ୟ ସରକାର ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ସରକାରଙ୍କ ସେହି ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଯେଉଁସବୁ ବିଦ୍ୟାଳୟ ମିଶ୍ରଣ ହୋଇସାରିଛି, ସେହିସବୁ ବିଦ୍ୟାଳୟକୁ ପୁନର୍ବାର ଫେରାଇ ଆଣିବାକୁ ଉଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ମୋଟ ୧୬୮ଟି ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାର ଏକାସଙ୍ଗେ ଶୁଣାଣୀ କରି ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼କ୍ଟର ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ଆଇନ୍ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଫଳରେ ବନ୍ଦ ହେବାକୁ ଥିବା ହଜାର ହଜାର ବିଦ୍ୟାଳୟ ପୁନଃ ଖୋଲିବା ନେଇ ଯେଉଁ ଦ୍ୱନ୍ଦ ସୃଷ୍ଟି ହୋଇଥିଲା ତାହା ଏବେ ଦୂର ହୋଇଛି। ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଦିଲ୍ଲୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେହି ନିଷ୍ପତ୍ତିକୁ ଅନ୍ୟ ରାଜ୍ୟଗୁଡ଼ିକ ଅନୁସରଣ କରିବା ଆବଶ୍ୟକ ବୋଲି ଉଚ୍ଚ ନ୍ୟାୟାଳୟ ମତ ପ୍ରକାଶ କରିଛନ୍ତି। ଯାହା ଫଳରେ ପ୍ରତ୍ୟେକ ପିଲାଙ୍କୁ ସ୍ଥାନୀୟ ଅଞ୍ଚଳରେ ସର୍ବନିମ୍ନ ସୁବିଧା ଥିବା ପ୍ରାଥମିକ ଶିକ୍ଷା ମିଳିପାରିବ।

ରାଜ୍ୟ ସରକାର ପ୍ରଥମେ ୨୦୧୮ ମସିହା ମେ ମାସ ୧୪ ତାରିଖରେ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଥିଲେ। ଏହାକୁ ଆଧାର କରି ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି, ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟରେ ମିଶ୍ରଣ କରାଯିବା ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ କରିବା ପରେ ଏହି ପ୍ରସଙ୍ଗକୁ ନେଇ ଏକାଧିକ ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ କରାଯାଇଥିଲା। ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ିକ ୧ କିଲୋମିଟର ଦୂରତା ଭିତରେ ରହିବା କଥା, କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ନିଷ୍ପତ୍ତି ଯୋଗୁ ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ବାଧାପ୍ରାପ୍ତ ହେବ ଯାହା ପିଲାଙ୍କ ଭବିଷ୍ୟତ ଉପରେ ଘୋର ପ୍ରଭାବ ପକାଇବ ବୋଲି ବିଭିନ୍ନ ସଂଗଠନ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଥିଲେ।

ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷାକୁ ଯେତେ ଅଧ୍ୟୟନ କଲେ ମଧ୍ୟ, ଶିକ୍ଷାର ଅନ୍ତ ନାହିଁ। ନିଜର ଅନ୍ତର୍ନିହିତ ଜ୍ଞାନ ବଳରେ ଶିକ୍ଷାକୁ ଆହରଣ କରିହୁଏ। ଶିକ୍ଷା ମାନବ ଜୀବନର ନୂତନ ଦିଗ୍‌ଦର୍ଶନର ଏକ ବଳିଷ୍ଠ ମାଧ୍ୟମ। ଅନ୍ଧକାରମୟ ପରିଧି ମଧ୍ୟରୁ ଆଲୋକ ବର୍ତ୍ତିକା ଦେଖାଇଥାଏ ଶିକ୍ଷା। କାରଣ ବିଦ୍ୟାଳୟ ହେଉଛି ଶିକ୍ଷାରୂପକ ଏକ ମନ୍ଦିର ଓ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀ ହେଉଛନ୍ତି ଜଣେ ଜଣେ ଶିକ୍ଷା ରୂପକ ଦେବତା। ଶିକ୍ଷା ଏକ ଧାରାରେ ରୋଜଗାରକ୍ଷମ କରାଇଥାଏ ଓ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ଦେଶର ଭବିଷ୍ୟତ ଗଠନରେ ମଧ୍ୟ ମୁଖ୍ୟ କର୍ଣ୍ଣଧାର ସାଜିଥାଏ। ସମାଜରେ ଶୃଙ୍ଖଳିତ ଭାବେ ଜୀବନ ଯାପନ କରିବାକୁ ହେଲେ ଶିକ୍ଷା ହିିଁ ଅପରିହାର୍ଯ୍ୟ। ଦିନ ଥିଲା ଶିଶୁମାନେ ଗାଁ ଚାଟଶାଳୀରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ତିନୋଟି ଶୂନ ଜରିଆରେ ନିଜର ପ୍ରଥମ ପାଠପଢା ଆରମ୍ଭ କରୁଥିଲେ। ଶିଶୁଟିକୁ ୫ବର୍ଷ ହୋଇଗଲା ପରେ ଗାଁ ସରକାରୀ ସ୍କୁଲ୍‌ରେ ତାର ନାମ ଲେଖାଯାଉଥିଲା।

ସେହି ସମୟରେ ପ୍ରାୟତଃ ଗରିବ, ହରିଜନ ଓ ଆଦିବାସୀ ପିଲାମାନେ ବିଭିନ୍ନ କାରଣରୁ ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି, ସବୁ ପିଲା କିପରି ସ୍କୁଲ୍ ଯିବେ, ଗୁଣାତ୍ମକ ଶିକ୍ଷା ପାଇପାରିବେ, ସେଥିପାଇଁ ସରକାର ପଦକ୍ଷେପ ନେଇଥିଲେ। ଏହାପରେ ସ୍କୁଲ୍‌ମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବଢିବା ତଥା ପ୍ରତ୍ୟେକ ପିଲାମାନେ ଯେପରି ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆରମ୍ଭ ହେଲା ମଧ୍ୟାହ୍ନ ଭୋଜନ ଯୋଜନା। ଲକ୍ଷ୍ୟ ଥିଲା ଧନୀ, ଗରିବ, ଉଚ୍ଚ, ନୀଚ ନିର୍ବିଶେଷରେ ସବୁ ପିଲା ସ୍କୁଲ୍ ଯାଇ ଶିକ୍ଷାଗ୍ରହଣ କରିବେ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସ୍କୁଲ୍ ମାନଙ୍କରେ ପିଲାମାନଙ୍କ ଉପସ୍ଥାପନ ସଂଖ୍ୟା ବଢିବାରେ ଲାଗିଲା। ଗାଁ ଗଣ୍ଡାର ପ୍ରତ୍ୟେକ ପିଲା ସ୍କୁଲ୍ ଗଲେ, ପାଠ ପଢିଲେ, ମଧ୍ୟାହ୍ନ ଭୋଜନ ଖାଇଲେ ଯାହା ପିଲମାନଙ୍କ ମଧ୍ୟରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବାର ଏହା ଥିଲା ପ୍ରମୁଖ ମାଧ୍ୟମ।

ବର୍ତ୍ତମାନ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଗଢି ଉଠୁଛି ଏବଂ ଶିକ୍ଷାଦାନକୁ ନେଇ ଏହି ଏମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଶିକ୍ଷାଦାନକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନମାନେ ଯେତେ ପ୍ରକାର ଆକର୍ଷଣୀୟ ଅଫର ସହ ବିଜ୍ଞାପନ ଜାରି କଲେ, ସେହି ଅନୁଷ୍ଠାନରେ ପିଲାଙ୍କ ନାମ ଲେଖାଇବା ପାଇଁ ପିତାମାତାଙ୍କ ଭିଡ଼ ଜମିବାରେ ଲାଗିଲା। ଫଳରେ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ସରକାରୀ ବିଦ୍ୟାଳୟମାନଙ୍କରେ ପିଲାଙ୍କ ସଂଖ୍ୟା କମି କମି ଚାଲିଲା। ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢିଲେ ଯେ ଜଣେ ମେଧାବୀ ଛାତ୍ର ହୋଇପାରିବ, ତାହା ବୁଝିବା ଭୁଲ। ଅନ୍ତର୍ନହିତ ଜ୍ଞାନ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିପାରିଲେ, ଜଣେ ମେଧାବୀ ଛାତ୍ର ହୋଇପାରିବ।

ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଚାହିଦା ବଢୁଥିବାରୁ ସରକାରୀ ବିଦ୍ୟାଳୟକୁ ପ୍ରତ୍ୟେକ ପିଲା ଭୁଲିଗଲେଣି। ସମୟ ଏପରି ସ୍ଥିତିରେ ଆସି ପହଞ୍ôଚଛି ଯେ, ଅଧିକାଂଶ ସରକାରୀ ବିଦ୍ୟାଳୟରେ ୪ ରୁ ୫ ଜଣ ପିଲା ଥିବା ବେଳେ, ଗୋଟିଏ ଗୋଟିଏ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଶୂନ। ସରକାରୀ ସ୍କୁଲ୍‌ରେ ପିଲାଙ୍କ ସଂଖ୍ୟା କମିବା ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁଯୋଗ ନେଇ ଏହି ଶିକ୍ଷାନୁଷ୍ଠାନମାନେ ମନୋମୁଖୀ ସ୍କୁଲ୍ ଫି ବୃଦ୍ଧି କରିଚାଲିଲେ। ଶିକ୍ଷା ନାମରେ ଏହା ଏକ ପ୍ରକାର ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଥଚ ଆମେ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଡ଼ିଣ୍ଡିମ ପିଟିଚାଲିଲେ, କିନ୍ତୁ ସରକାରୀ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାପନ ସଂଖ୍ୟା କିପରି ବୃଦ୍ଧି ପାଇବ, ସେଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ।

ଏବେ ଦେଖାଯାଉଛି ଜଣେ ଶିଶୁକୁ ଦୁଇରୁ ତିନିବର୍ଷ ହେବା ମାତ୍ରେ ପିତାମାତା ଘରୋଇ ଇଂରାଜୀ ବିଦ୍ୟାଳୟରେ ଶିଶୁଟିର ନାମ ଲେଖାଇ ଦେଉଛନ୍ତି। ପିଲାଟି ଆରମ୍ଭରୁ ‘ଏ’ ଫର୍ ଆପୁଲ, ‘ବି’ ଫର ବଲ୍ ଇତ୍ୟାଦି ଶିକ୍ଷା ଗ୍ରହଣ କରିବା ପରେ ସରକାରୀ ସ୍କୁଲ୍‌ରେ ପଢିବାକୁ ଆଉ ଇଚ୍ଛାପ୍ରକାଶ କରୁନାହିଁ। ଦ୍ୱିତୀୟତଃ ପିଲାମାନଙ୍କ ପାଠପଢାକୁ ନେଇ ପିତାମାତାମାନେ ଯେତିକି ଚିନ୍ତିତ ନୁହଁନ୍ତି, ଘରୋଇ ଶିକ୍ଷାନୁଷ୍ଠାନମାନେ ତା ଠାରୁ ଅଧିକ ତତ୍ପର ହୋଇ ଉଠୁଛନ୍ତି।

ଉଦାହରଣ ସ୍ୱରୂପ ଜଣେ ପିଲା ଭଲ ନମ୍ବର ରଖି ମାଟ୍ରିକ ପାସ୍ କଲା ପରେ, ପିଲାଟି କେଉଁ ଶିକ୍ଷାନୁଷ୍ଠାନରେ ପଢିବ, କ’ଣ ପଢିବ, ସେ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ପିତାମାତାଙ୍କ ନିକଟକୁ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରୁ ଫୋନ୍ ପରେ ଫୋନ୍ ଆସେ, ସାର୍‌, ଆପଣ ପିଲାଙ୍କୁ ଆମ ଅନୁଷ୍ଠାନରେ ପଢାନ୍ତୁ, ଆମ ଅନୁଷ୍ଠାନରେ ଶିକ୍ଷାଦାନର ଶୈଳୀ ଉନ୍ନତ ଧରଣର, ଭିତ୍ତିଭୂମି ମଧ୍ୟ ବହୁତ ଭଲ, ଆମ ଅନୁଷ୍ଠାନରେ ଅଭିଜ୍ଞସମ୍ପନ୍ନ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟୋଜିତ ଅଛନ୍ତି ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ଗଠନ ପାଇଁ। ତେଣୁ ଆପଣଙ୍କ ପିଲା ଆମ ଅନୁଷ୍ଠାନରେ ପଢିଲେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବ। ଏହିଭଳି ପ୍ରତିଶ୍ରୁତି ଦେଇ ପିତାମାତାଙ୍କ ମନରେ ଅନେକ ଆସୁମାରୀ ସ୍ୱପ୍ନ ଭରିଦିଅନ୍ତି। ସେମାନଙ୍କ ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ପିତାମାତାମାନେ ନିଜ ପିଲାକୁ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲା ପରେ ଆରମ୍ଭ ହୋଇଯାଏ ପିତାମାତାଙ୍କ ଉପରେ ଜୁଲମ। ମନୋମୁଖୀ ଫି ବୃଦ୍ଧି କରିବା ସହିତ ଆଇନ ଉଲଂଘନ କରି ଶିକ୍ଷାନୁଷ୍ଠାନ ପରିସରରେ ବହି ବିକ୍ରି କରିବା ପର୍ଯ୍ୟନ୍ତ। ସେମାନେ ବିଭିନ୍ନ ବେସରକାରୀ ପ୍ରକାଶନର ବହିଗୁଡ଼ିକୁ ଏନ୍‌ସିଇଆରଟି ମୂଲ୍ୟଠାରୁ ଚଢା ଦରରେ ବିକ୍ରି କରୁଛନ୍ତି।

ମନୋମୁଖୀ ଭାବେ ସ୍କୁଲ୍ ଫି ବୃଦ୍ଧି ଯୋଗୁ ପ୍ରତ୍ୟେକ ପିତାମାତାମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏହି ସଂସ୍ଥାମାନେ ପିତାମାତାମାନଙ୍କୁ ଚଢା ଦରରେ ଖାତା, କଲମ, ଡ୍ରେସ୍ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଆଇନ୍ ଉଲଂଘନ କରୁଛନ୍ତି। ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ୍‌ର କର୍ତ୍ତୃପକ୍ଷ କୌଣସି ପାଠ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ କି କୌଣସି ପିତାମାତାମାନଙ୍କୁ ପାଠ୍ୟ ଉପକରଣ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ନିୟମ ଅନୁଯାୟୀ ସ୍କୁଲ୍ କର୍ତ୍ତୃପକ୍ଷ ବହିର ତାଲିକା ତାଙ୍କର ୱେବ୍‌ସାଇଟ୍‌ରେ ଅପ୍‌ଲୋଡ଼ କରିବା ସହିତ ନୋଟିସ୍ ବୋର୍ଡ଼ରେ ମାରିବେ ଏବଂ ପିତାମାତାମାନେ ନିଜର ସୁବିଧା ଅନୁସାରେ ଏହିସବୁ ବହି କିଣିବେ।

କିଛି ଘରୋଇ ସ୍କୁଲ୍ ଏବଂ କିଛି ପ୍ରକାଶନ ସଂସ୍ଥାଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ମୁନାଫା ହୋଇଛି। ପାଠ୍ୟ ଖସଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ବେଆଇନ୍ ବିକ୍ରିରୁ ସରକାର ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏହା ସହିତ ରାଜ୍ୟର ହଜାର ହଜାର ପୁସ୍ତକ ଦୋକାନୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢାର ଆକର୍ଷଣୀୟ ବିଜ୍ଞାପନ ଯୋଗୁ ବେସରକାରୀ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପଢାଇବା ପାଇଁ ପିତାମାତାମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ସମୟ ଆସିଛି, ପ୍ରଥମେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ସେମାନଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଗଲେ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ର୍ରୀମାନଙ୍କ ଉପସ୍ଥାପନ ସଂଖ୍ୟ ବୃଦ୍ଧି ପାଇବ ଓ ବନ୍ଦ ହେବାକୁ ଥିବା ସରକାରୀ ବିଦ୍ୟାଳୟରେ ପିଲାମାନେ ପୂର୍ବପରି ପାଠ ପଢିପାରିବେ। ଏହା ସହିତ ପିତାମାତାମାନେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ଅତ୍ୟାଚାରୁ ରକ୍ଷା ପାଇବା ସହ ଆର୍ଥିକ ଶୋଷଣରୁ ମୁକ୍ତି ପାଇବେ। ପୁସ୍ତକ ବ୍ୟବସାୟୀମାନେ ମଧ୍ୟ ତାଙ୍କର ପୂର୍ବପରି ବ୍ୟବସାୟ କରିବାକୁ ସୁଯୋଗ ପାଇବେ। ଏଥିପାଇଁ ପ୍ରତ୍ୟେକ ଅଭିଭାବକ ଏବଂ ପୁସ୍ତକ ଦୋକାନୀମାନେ ଏବେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକ!: ଯୁକ୍ତ ୨ ପରୀକ୍ଷା ଉପରେ ହୋଇପାରେ ଘୋଷଣା

ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ପରୀକ୍ଷା ହେବ କି ନାହିଁ, ଆସନ୍ତାକାଲି ଘୋଷଣା ହୋଇପାରେ। ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ହେବା ସମ୍ଭାବନା ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ଆସନ୍ତାକାଲି ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭାରତ ବନ୍ଦ: ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ବନ୍ଦ ରହିବ।

ସେହିପରି ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଦୁଇ ଦିନ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଗଣଶିକ୍ଷା ବିଭାଗ ଛୁଟି ଘୋଷଣା କରିଛନ୍ତି। ଗଣଶିକ୍ଷା ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ୨ ଦିନ ଗଣ ଶିକ୍ଷା ବିଭାଗ ଛୁଟି ଘୋଷଣା କରିଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ସ୍କୁଲ ବନ୍ଦ ରହିବ। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ: ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବଙ୍କ ଚିଠି

ଭୁୁବନେଶ୍ୱର: ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ ହେବ। ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି। ମାର୍ଚ୍ଚ ୧ ତାରିଖରୁ ଏହି ମାର୍ଗଦର୍ଶିକା ଲାଗୁ ହେବ।

ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶକଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି।

ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ ୮.୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ। ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ୍ନ ୪ ପରିବର୍ତେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କିମ୍ବା ପୌରପରିଷଦ ସହ ଯୋଗାଯୋଗ ରକ୍ଷା କରି ଅଚଳ ଥିବା ନଳକୂପଗୁଡ଼ିକର ମରାମତି ସହ ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରିବେ।

ଏଥି ସହ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ଗଚ୍ଛିତ ରଖିବେ ଏବଂ ଏହା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବେ। ଯେଉଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପରିବହନ ସେବା ଯୋଗାଇ ଦେଉଛନ୍ତି ସେମାନେ କୋଭିଡ୍‌-୧୯ ମାର୍ଗଦର୍ଶିକାର ଅନୁପାଳନ ସହ ଖରାରୁ ଦୂରେଇ ରଖିବା ପରି ସେବା ଯୋଗାଇଦେବେ। ଅଭିଭାବକମାନଙ୍କୁ ପିଲାମାନଙ୍କୁ ପାଣିବୋତଲ ସାଙ୍ଗରେ ଦେବା ପାଇଁ ସଚେତନ କରାଯିବ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟି ଏ ବାବଦରେ ସଚେତନତା ସୃଷ୍ଟି କରିବେ।

ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ଗ୍ରୀଷ୍ମପ୍ରବାହରୁ ସୁରକ୍ଷିତ ରହିବା ପାଇଁ ଶିକ୍ଷା ଦେବା ସହ ସେମାନଙ୍କୁ ସଚେତନ କରାଇବେ। ପାଠପଢ଼ା ସମୟରେ ପିଲାମାନେ ବାହାରେ ଖରାକୁ ଯିବେ ନାହିଁ କିମ୍ବା କୌଣସି ଖେଳକୁଦ ପରି ଶାରୀରିକ କାର୍ଯ୍ୟ କରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ନିଷ୍ପତ୍ତି: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ। ପୂର୍ବରୁ ପରୀକ୍ଷାର୍ଥୀ ଅନ୍ୟ ସ୍କୁଲରେ ପରୀକ୍ଷା ଦେଊଥିଲେ। କରୋନା ଯୋଗୁଁ ଯାତାୟତ, ରହିବାରେ ଅସୁବିଧାକୁ ଲକ୍ଷ କରି ଏପରି ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ରହିଛି। ତେବେ ଅନ୍ୟ ସ୍କୁଲର ପରୀକ୍ଷା ନିରୀକ୍ଷକଙ୍କୁ ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ଏହାସହ ପରୀକ୍ଷା ଅବଧି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ।

ଗତକାଲି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମାଗଣାରେ ଦେବେ ବୋଲି ଘୋଷଣା କରାଯାଇଥିଲା। ଯେଉଁଥିରେ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଉତ୍ତର ଏହି ବହିରେ ଉପଲବ୍ଧ ହୋଇପାରିବ। ଏହାକୁ ୭୦୦ ପୃଷ୍ଠାରେ ପ୍ରସ୍ତୁତ କରାଯାଇଛି।