Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ମାନୁନାହାନ୍ତି ଗଣଶିକ୍ଷା ବିଭାଗ: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ମାନୁନାହାନ୍ତି ଗଣଶିକ୍ଷା ବିଭାଗ: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

November 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ଅକ୍ଟୋବର୍ ୧୬ ତାରିଖରେ ଏକ ବିଜ୍ଞପ୍ତି ସଂଖ୍ୟା:-୨୯୦୭୬/୧୬-୧୦-୨୦୨୨ ରେ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ।

ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା, କିନ୍ତୁ ଏହାକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ, ସର୍ବପ୍ରଥମେ ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ମାଧ୍ୟାମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଭେଟିଥିଲା। କିନ୍ତୁ ନିର୍ଦ୍ଦେଶକ ସମସ୍ୟାର ସମାଧାନ ପାଇଁ କୌଣସି ଦୃଷ୍ଟି ଦେଲେ ନାହିଁ ଓ ଏହା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଲେ ନାହିଁ। ଫଳସ୍ୱରୂପ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିୟମିତ କରିବା ପାଇଁ ସଫା ସଫା ମନାକରିଦେଲେ।

ଏହାପରେ ସଂଘ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିଷ୍ପତ୍ତି ନେଇ ନିୟମିତ କରିବା ପାଇଁ ଯଥାଶିଘ୍ର ନିର୍ଦ୍ଦେଶାନାମା ହେବ। କିନ୍ତୁ ଇତି ମଧ୍ୟରେ ୨୫ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି। ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି ବିଭାଗ। ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି। ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି।

ସରକାରଙ୍କର ଏହି ମନମୁଖୀ ଶାସନ ପାଇଁ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରିବାର ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଆଗାମୀ ୫ ଦିନ ଭିତରେ ଗଣଶିକ୍ଷା ବିଭାଗ ଯଦି ଦାବୀ ପୁରାଣ ନ କରନ୍ତି, ତେବେ ଆଗାମୀ ବିଧାନ ସଭା ସମୟରେ ସଂଘ ବିଧାନସଭା ଘେରିବା ପାଇଁ ସଂଘର ସଭାପତି ପଞ୍ଚାନନ ଜେନା ମତବ୍ୟକ୍ତ କରିଛନ୍ତି।

ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ସଙ୍ଘର ମହାସଚିବ ବିଶ୍ୱଜିତ୍ ବିଶ୍ୱାଳ ମତ ରଖିଛନ୍ତି। ସରକାରଙ୍କର ଶିକ୍ଷକ ମରଣା ନୀତି ବିରୁଦ୍ଧରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ମନୋହର ଦାଶ, ବସନ୍ତ କୌସଲ୍ୟ, ରଂଜିତ ନାୟକ, ଶାନ୍ତନୁ ଦାସ, ସୀମାଞ୍ଚଳ ସାହୁ, ପ୍ରତାପ ସାମଲ, ମାନସ କୁମାର ପୁହାଣ, ମାନସ ରଞ୍ଜନ ମିଶ୍ର, ପ୍ରିୟବ୍ରତ ବେହେରା, ଚିନ୍ମୟ ମିଶ୍ର, ସତ୍ୟଭୂଷଣ ତରାଇ, ସୁବାସ ଜେନା, ରଶ୍ମିରଞ୍ଜନ ସାହୁ, ହବିଲ କିସାନ, ହେମନ୍ତ ବେହେରା, ସାଇ ପ୍ରିତମ୍ ପ୍ରମୁଖ ପ୍ରେସ୍ ଇସ୍ତାହାର ରେ ଗର୍ଜି ଥିଲେ।

ଗଣଶିକ୍ଷା ବିଭାଗ ନବୀନ ପଟ୍ଟନାୟକ ବିଧାନସଭା ଘେରିବ ମୁଖ୍ୟମନ୍ତ୍ରୀଙ୍କ ଆଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.