ଚଳିତ ମାସରେ ଏକାଥରେ ୧୧ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

Published: Jun 8, 2022, 10:55 am IST

ଭୁବନେଶ୍ବର: ଚଳିତ ମାସରେ ଏକାଥରେ ୧୧ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି। ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ଯେ, ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ। ସେଥିପାଇଁ ଏକ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିବେ।

ସେ ଆହୁରି କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ପ୍ରାୟ ହଜାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ବିଭାଗ ତରଫରୁ ପକ୍ରିୟା ଜାରୀ ରହିଛି। ସେହିପରି ଅନ୍ୟାନ୍ୟ ସ୍କୁଲରେ ଖାଲିଥିବା ପଦବୀଗୁଡିକ ପୂରଣ କରିବା ପାଇଁ ରାଜ୍ୟ ସରକାର ଖୁବ ଶିଘ୍ର ନିଯୁକ୍ତି ପକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Related posts