ମୁକୁଲ ରୟଙ୍କ ପୁଅକୁ ୬ବର୍ଷ ପାଇଁ ବାସନ୍ଦ କଲା ତୃଣମୂଳ କଂଗ୍ରେସ

Published: May 25, 2019, 12:18 pm IST
subhranshu ray suspended for six years from tmc

ନିଜ ପିତା ତଥା ପଶ୍ଚିମବଙ୍ଗରେ ବିଜେପିର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁକୁଲ ରୟଙ୍କ ପୁଅ ଶୁଭ୍ରାଶୁଂ ରୟଙ୍କୁ ତୃଣମୂଳ ନିଜ ଦଳରୁ ୬ ବର୍ଷ ପାଇଁ ବାସନ୍ଦ କରିଛି। ଶୁଭ୍ରାଶୁଂ ରୟ ବିଜେପିକୁ ଏବଂ ନିଜ ପିତାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ମୁକୁଲ ରାୟ ରାଜ୍ୟରେ ତୃଣମୂଳକୁ ଏକ ନମ୍ବର ଦଳ ଭାବରେ ପ୍ରତିଷ୍ଠିତ କରିବା ପରେ ବର୍ତ୍ତମାନ ବିଜେପିର ଚାଣକ୍ୟ ହୋଇ ଦଳକୁ ପଶ୍ଚିମବଙ୍ଗରେ ଅପାର ସଫଳତା ପ୍ରଦାନ କରିଛନ୍ତି। ଦଳବିରୋଧୀ କାର୍ଯ୍ୟ ପାଇଁ ଏକଦା ମମତାଙ୍କ ଡାହାଣ ହାତ ରହିଥିବା ମୁକୁଲ ରାୟଙ୍କୁ ଦଳରୁ ବାହାର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ପୁତ୍ର ଶୁଭ୍ରାଶୁଂଙ୍କୁ ମଧ୍ୟ ବାସନ୍ଦ କରିଛି ଦଳ। ତୃଣମୂଳର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି, ଦଳର ଶୃଙ୍ଖଳାଗତ କମିଟି ଏବଂ ମମତା ବାନାର୍ଜୀଙ୍କ ସମ୍ମତି ପରେ ଏହି ବାସନ୍ଦାଦେଶ ପ୍ରଦାନ କରାଯାଇଛି।

Related posts