ପୂର୍ବତନ କଂଗ୍ରେସ ନେତାଙ୍କୁ ବିଜେପିରେ ବଡ ଦାୟିତ୍ଵ, ମୁଖପାତ୍ର ହେଲେ ଜୟବୀର ଶେର୍ଗିଲ

Published: Dec 2, 2022, 4:48 pm IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ପୂର୍ବତନ କଂଗ୍ରେସ ନେତା ଜୟବୀର ଶେର୍ଗିଲଙ୍କୁ ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସୁନୀଲ ଜାଖଡଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ କମିଟିରେ ସ୍ଥାନ ଦିଆଯାଇଛି। ଦୀର୍ଘ ଦିନ ଧରି ଉଭୟ ନେତା କଂଗ୍ରେସରେ ଥିଲେ। ଏହା ବ୍ୟତୀତ ୟୁପି ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି।

ଜୟବୀର ଶେର୍ଗିଲ କାହିଁକି କଂଗ୍ରେସ ଛାଡିଥିଲେ?:

ଅଗଷ୍ଟ ୨୦୨୨ରେ କଂଗ୍ରେସ ଛାଡିବାବେଳେ ଜୟବୀର ଶେର୍ଗିଲ ତତ୍କାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ନେତା ମୂଳ ବାସ୍ତବତାକୁ ଅବହେଳା କରୁଛନ୍ତି। ଦଳର ନିଷ୍ପତ୍ତି ଯୁବକମାନଙ୍କ ଆକାଂକ୍ଷା ଅନୁଯାୟୀ ନିଷ୍ପତ୍ତି ନେଉନାହିଁ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୮ ତାରିଖ ୨୦୨୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସ୍ପଷ୍ଟ ହୋଇଥିଲା ଯେ, ସେ ଦଳ ଛାଡିବାକୁ ଯାଉଛନ୍ତି। ପ୍ରାୟ ୪୦ ଦିନ ପରେ, ନଭେମ୍ବର ୨୦୨୧ରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ ଅମରିନ୍ଦର ସିଂ। କ୍ୟାପଟେନଙ୍କ ‘ଲୋକ କଂଗ୍ରେସ ପାର୍ଟି’ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ​। କିନ୍ତୁ ତାଙ୍କ ଦଳ ସଫଳ ହୋଇନଥିଲା। ସେ ନିଜେ ପଟିଆଲା ସିଟିରୁ ଆମ୍ ଆଦମୀ ପାର୍ଟିର ଅଜିତପାଲ ସିଂ କୋହଲିଙ୍କ ଠାରୁ ପରାସ୍ତ ହୋଇଥିଲେ।

Related posts