Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଠାରେ ‘ବାୟୁ ମହତ୍ୱପୂର୍ଣ୍ଣ ଜୀବନଶକ୍ତି’ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଶୃଙ୍ଖଳା ଆୟୋଜିତ
ଆଜିର ଖବର

ଭୁବନେଶ୍ୱର ଠାରେ ‘ବାୟୁ ମହତ୍ୱପୂର୍ଣ୍ଣ ଜୀବନଶକ୍ତି’ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଶୃଙ୍ଖଳା ଆୟୋଜିତ

December 4, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଉପରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଶନିବାର ଦିନ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ପଞ୍ଚ ମହାଭୂତ ବା ସୃଷ୍ଟିର ପାଞ୍ଚଟି ମହତ୍ୱପୂର୍ଣ୍ଣ ଉପାଦାନ ସମ୍ପର୍କରେ ରହି ଆସିଥିବା ଭାରତୀୟ ବିଚାରକୁ ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମ୍ମିଳନୀ ଶୃଙ୍ଖଳା ଆୟୋଜନ କରାଯାଉଛି। ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଏହି ଶୃଙ୍ଖଳାର ଏକ ଅଂଶବିଶେଷ।

ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ମାନନୀୟ ରାଜ୍ୟପାଳ କହିଥିଲେ ଯେ, ଦେଶ ଓ ସାମଗ୍ରିକ ଭାବେ ବିଶ୍ୱ ପ୍ରତି କୃତଜ୍ଞତା ଜଣାଇବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ଏକ ସୁଯୋଗ ଆଣିଛି। ସାମ୍ପ୍ରତିକ ସମୟରେ ବିଶ୍ୱ ବ୍ୟକ୍ତିବାଦୀ ହୋଇପଡ଼ିଛି। ସେ ଆହୁରି କହିଥିଲେ ଯେ ଏହି ସମ୍ମିଳନୀ ଜଗତ ଓ ମାନବତା ମଧ୍ୟରେ ରହିଥିବା ସମ୍ପର୍କକୁ ହୃଦୟଙ୍ଗମ କରିବା ଲାଗି ବ୍ୟକ୍ତିବିଶେଷଙ୍କୁ ସହାୟକ ହୋଇପାରିବ। ସାରା ଜଗତ ସହଯୋଗ ଓ ସହାବସ୍ଥାନ ଭାବନା ଉପରେ ଆଧାରିତ ବୋଲି ରାଜ୍ୟପାଳ କହିଥିଲେ। ସେ କହିଥିଲେ ଯେ, ବାୟୁ ତତ୍ତ୍ବ ବା ଉପାଦାନକୁ ପଞ୍ଚମହାଭୂତ ଠାରୁ ଅଲଗା କରାଯାଇପାରିବ ନାହିଁ ଏବଂ ସମସ୍ତ ଉପାଦାନକୁ ଏକତ୍ରିତ କରି ଦେଖିବା ଜରୁରି। ଆନ୍ତରିକ ଜାଗୃତି ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ସେ ଜୋର ଦେଇ କହିଥିଲେ। ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିବାରୁ ସେ ରାଜ୍ୟପାଳଙ୍କ ପ୍ରତି କୃତଜ୍ଞ। ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଜାଣିବା ଜରୁରି। ଆମ ସମସ୍ତଙ୍କର ଦେଶ ଓ ପୃଥିବୀ ପ୍ରତି ଉତ୍ତରଦାୟିତ୍ୱ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଦିଗରେ ବିଶେଷ ପ୍ରଗତି ହାସଲ କରିଛି । ଶକ୍ତି କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇଛି ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା କରାଯାଇଛି । ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ବାହନ ଚଳାଚଳ କ୍ଷେତ୍ରରେ ଇଥାନଲ ମିଶ୍ରଣକୁ ବାଧ୍ୟତାମୂଳକ କରାଯାଇଛି । ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛ ଇନ୍ଧନ ଆପଣାଇବାକୁ ପଦକ୍ଷେପ ନିଆଯାଇଛି । ଏକକ ବ୍ୟବହାର ବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ନିଷେଧ କରାଯିବା ଭଳି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ମିଶନ୍‌ ଲାଇଫ ବା ପରିବେଶ ଅନୁକୂଳ ଜୀବନଶୈଳୀ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦଙ୍କ ଏହି ମହତ୍ବାକାଂକ୍ଷୀ ଅଭିଯାନ ଆରମ୍ଭ କରାଯାଇଥିଲା। ଶ୍ରୀ ଯାଦବ କହିଥିଲେ ଯେ, କେବଳ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ନୁହେଁ ବରଂ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଅଙ୍ଗାରକାମ୍ଳ ବଜାର, ଅଙ୍ଗାରକାମ୍ଳ ହ୍ରାସ ପାଇଁ ପାଣ୍ଠି ଯୋଗାଣ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଓ ଅନୁକୂଳ ପଦକ୍ଷେପ ଗ୍ରହଣ, ଦୀର୍ଘସ୍ଥାୟୀ ଉପଭୋଗ, ଦୀର୍ଘସ୍ଥାୟୀ ଉତ୍ପାଦନ ଏବଂ ଭବିଷ୍ୟତରେ ପରିବେଶ ଅନୁକୂଳ ବିବେକାନୁମୋଦିତ ଜୀବନଶୈଳୀ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ।

ସମ୍ମିଳନୀ ସମୟରେ ଆୟୋଜିତ ହେବାକୁ ଥିବା ବୈଷୟିକ ଅଧିବେଶନରେ ବିଚାରବିମର୍ଶ ଜରିଆରେ ଗୁରୁତ୍ୱପୂର୍ଣ୍ଣ ପରିଣାମ ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ତେବେ ନୀତି ପ୍ରସ୍ତୁତି, ନୀତି କାର୍ଯ୍ୟକାରିତା, ଅଭିନବ ଓ ବୈଜ୍ଞାନିକ ବିକାଶ, ନୈତିକ ମୂଲ୍ୟବୋଧ ଓ ପାରମ୍ପରିକ ଜ୍ଞାନ ଆଦି ବିଷୟ ଉପରେ ଆଲୋଚନା କରାଯିବା ଉଚିତ୍‌। ଜଳବାୟୁ ପରିବର୍ତ୍ତନ ବିରୋଧରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ହେଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଆଯିବା ଜରୁରି ।

ସମ୍ମିଳନୀ ଅବସରରେ, ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୨ ଉପରେ ଆଧାରିତ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ୯ଟି ଶ୍ରେଷ୍ଠ ସହରକୁ ଦିଆଯାଇଥିଲା। ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାର, ନିରାକରଣ ଓ ପ୍ରଶପନ ପଦକ୍ଷେପ ଗ୍ରହଣ କରିଥିବା ସହରଗୁଡ଼ିକୁ ଏହି ପୁରସ୍କାର ମିଳିଥିଲା।

ଜନସଂଖ୍ୟା ଆଧାରରେ ତିନୋଟି ବର୍ଗରେ ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଲକ୍ଷ୍ନୌ ଶ୍ରେଷ୍ଠ ସହର ଭାବେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ବାୟୁ ପ୍ରଦୂଷଣର ହାରାହାରୀ ସ୍ତରକୁ ୩୧% ବା ପିଏମ ୧୦ ସ୍ତର ପର୍ଯ୍ୟନ୍ତ ହ୍ରାସ କରିବା ସହିତ ଅପଶିଷ୍ଟ ଓ କଠିନ ବର୍ଜ୍ୟବସ୍ତୁ ଜଳାଇବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଲକ୍ଷ୍ନୌ ଏହି ପୁରସ୍କାର ପାଇଥିଲା। ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଲକ୍ଷ୍ନୌ ମେୟର ସୁଶ୍ରୀ ସଂଯୁକ୍ତ ଭାଟିଆ ପୁରସ୍କାର ଗ୍ରହଣ କରିଥିଲେ ।

୩-୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ଦ୍ବିତୀୟ ବର୍ଗର ସହର ମଧ୍ୟରେ ମୋରଦାଦାବାଦକୁ ପ୍ରଥମ ପୁରସ୍କାର ଭାବେ ୭୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା। ଏହି ସହର ବାୟୁ ପ୍ରଦୂଷଣକୁ  ୩୬% ବା ପିଏମ ୧୦ ପର୍ଯ୍ୟନ୍ତ ହ୍ରାସ କରିପାରିଛି । ତୃତୀୟ ବର୍ଗ ଅର୍ଥାତ୍‌ ୩ ଲକ୍ଷରୁ କମ ଜନସଂଖ୍ୟା ଥିବା ସହର ମଧ୍ୟରେ ଦେୱାସକୁ ପ୍ରଥମ ପୁରସ୍କାର ଭାବେ ୩୭.୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା । ଏହି ପୁରସ୍କାର ପ୍ରଦାନ ବ୍ୟବସ୍ଥା ଏକ ସ୍ୱଚ୍ଛ ଓ ସବୁଜ ଭାରତ ନିର୍ମାଣ ଦିଗରେ ପଦକ୍ଷେପ ନେବା ଲାଗି ଅନ୍ୟ ସହରମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା କରାଯାଉଛି ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମହାନଗର ନିଗମ ଆୟୁକ୍ତ, ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ ସମିତିର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ପରିବେଶ ବିଜ୍ଞାନୀ, ଶିକ୍ଷାବିତ, ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି ।

ଅନ୍ତର୍ଜାତୀୟ ସମ୍ମିଳନୀ ଜାଦୀ କା ଅମୃତ ମହୋତ୍ସବ ବାୟୁ ମହତ୍ୱପୂର୍ଣ୍ଣ ଜୀବନଶକ୍ତି ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025
Latest News

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025

ଅଗଷ୍ଟ ୧୫ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷାରେ ବଡ଼ ତ୍ରୁଟି: ପାଞ୍ଚ ବାଂଲାଦେଶୀ ଗିରଫ, ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.