Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ
ଆଜିର ଖବର

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ

December 4, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସ୍ତରରେ ଗତ ପର୍ଶୁରାମ ଜୟନ୍ତୀରେ ଗଠିତ ବ୍ରାହ୍ମଣ ସମାଜ କଳାହାଣ୍ଡିର ପ୍ପ୍ରାୟୋଜନରେ ଜୁନାଗଡ ବଜାର ପଡିଆ ନିକଟସ୍ଥ ପୋଡା ମହାଦେବ ମନ୍ଦିର ପରିସରରେ ଜୁନାଗଡ ବ୍ଲକ ଓ ଏନ ଏ ସି ସ୍ତରୀୟ କମିଟି ଗଠିତ ହୋଇଯାଇଛି। ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ସେହି ମନ୍ଦିର ପରିସରରେ ହିଁ ଏକ ନିର୍ଦ୍ଧିଷ୍ଠ ବ୍ରାହ୍ମଣ ନେତା ମାନଙ୍କ ସମର୍ଥକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ କାହାକୁ କି ପଦବୀ ଡିଆଯିବ ସେନେଇ ବିଚାର ଆଲୋଚନା କରାଯାଇ ତଦନୁସାରେ ଏକ ଖାତାରେ ଲିପିବଦ୍ଧ କରାଯାଇଥିବାର ଚର୍ଚ୍ଚା ହେଉଛି।

ଧର୍ମ ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ନେତା ମାନଙ୍କ ଜିଲ୍ଲା ସ୍ତରୀୟ ପଦବୀ ର ସୁରକ୍ଷା ପାଇଁ ସେମାନଙ୍କ ସମର୍ଥକ ମାନଙ୍କ ଦ୍ବାରା ଏହି ବୈଠକ ଡକା ଯାଇଥିବା ଏବଂ ସେମାନଙ୍କ ଦ୍ବାରା ପୂର୍ବରୁ କାହାକୁ କେଉ ପଦବୀ ଦିଆଯିବ ତାହା ପୂର୍ବରୁ ସ୍ଥିର ହୋଇଥିବା ଆଲୋଚନା ହେଉଛି। ସମଗ୍ର ଅଞ୍ଚଳର ବ୍ରାହ୍ମଣ ଜାଣିଲେ ହୁଏତ ସେମାନଙ୍କ ସମର୍ଥକ ମାନଙ୍କୁ ପଦବୀ ମିଳି ନ ପାରେ ବୋଲି ଭାବି ଧର୍ମଗଡିଆ ଷ୍ଟାଇଲ ରେ ହାତ ଗଣତି ବ୍ରାହ୍ମଣ ମାନଙ୍କୁ ଏହି ବୈଠକରେ ଡକା ଯାଇ ପ୍ରଥମ ବୈଠକ ରେ ହି ତରବରିଆ ଭାବେ ବ୍ଲକ ଏବଂ ଏନ ଏ ସି ସ୍ତରର କମିଟି ଗଠନ କରାଯାଇଥିବା ଜଣା ପଡିଛି।

ସଙ୍ଗଠନକୁ ବ୍ୟାପକ କରିବା ପାଇଁ ବ୍ଲକ ସ୍ତରରେ ଓ ଏନ ଏ ସି ସ୍ତରରେ ସ୍ଵତନ୍ତ୍ର ଭାବେ ଅଲଗା ଅଲଗା କମିଟି ଗଠନ କରାଯିବାକୁ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ପ୍ରସ୍ତାବ କରାଯାଇଥିଲେ ହେ ତାହା ଆବାହକ ମାନଙ୍କ ଦ୍ବାରା ଗ୍ରହଣୀୟ ହୋଇନଥିବାରୁ ଏବଂ ଏକଚାଟିଆ ଭାବେ ମନମୁଖୀ କାରବାର ଯୋଗୁ ବ୍ଲକ ସ୍ତରର ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଂଗଠନ ତୃଣାମୂଳ ସ୍ତରରୁ ସଂଖ୍ଯାଧିକ ବ୍ୟକ୍ତି ବିଶେଷଙ୍କ ମତାମତ ଅନୁସାରେ ସାର୍ବଜନୀନ କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଗଲେ ସଂଗଠନ ର ସ୍ଥାୟିତ୍ବ ହେଉଥିବା ବେଳେ ଏଠାରେ ନିର୍ଦ୍ଧିଷ୍ଠ ଗୋଷ୍ଠୀ କୈନ୍ଦ୍ରିକ ହେଉଥିବା ଯୋଗୁ ସଂଗଠନ ର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ଏସମ୍ପର୍କରେ ମତାମତ ଦେଲେ ସେହି ଗୋଷ୍ଠୀ ର ସମର୍ଥକ ମାନେ ଭିନ୍ନ କଥା କହି ଦବାଇ ଦେଉଥିବା ର ଆଲୋଚନା ହେଉଛି।

ବିଗତ ଦିନରେ ସମଗ୍ର ଧର୍ମଗଡ ଉପଖଣ୍ଡ ରେ ସମସ୍ତ ବ୍ରାହ୍ମଣ ମାନଙ୍କ ସଂଗଠନ ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ବାଦ ଦିଆଯାଇ ଚକ୍ରାନ୍ତ କରି ବ୍ଲକ କମିଟି ଡକାଇ ଉପଖଣ୍ଡ କମିଟିକୁ ବଦଲାଇ ଦିଆଯାଇ ସମ୍ପୃକ୍ତ ବ୍ରାହ୍ମଣ ନେତା ମାନେ ଆତ୍ମଘୋଷିତ ଭାବେ ଉପଖଣ୍ଡ ସ୍ତରର ବ୍ରାହ୍ମଣ ନେତା ସାଜିଥିବା ବେଳେ ସେ ସମୟରେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ଚୁପ ରହିଥିବା ଦେଖାଯାଇଥିଲା। ବିଭିନ୍ନ ସମୟରେ ବ୍ରାହ୍ମଣ ମାନଙ୍କ ସାମୁହିକ ବିଷୟ ଉଠିଲେ ତଥା କଥିତ ଏହି ନେତା ମାନେ ଚୁପ ରହୁଥିବା ବେଳେ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଚେଷ୍ଟିତ ଥିବା ଏବଂ ଗତ ପଞ୍ଚାୟତିରାଜ ଓ ସହରାଞ୍ଚଳ ନିର୍ବାଚନ ସମୟରେ ନିଜକୁ ବ୍ରାହ୍ମଣ ନେତା ବୋଲି ପରିଚୟ ଦେଇ ନିଜକୁ ଶୁହାଇବା ଭଳି ଲୋକଙ୍କୁ ପ୍ରାର୍ଥୀ କରାଯିବା ପାଇଁ ସମସ୍ତ ରାଜ ନୈତିକ ଦଳକୁ ଯାଇଥିବା ଜଣାପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଏହାବ୍ୟତୀତ ଯେଉମାନେ ନିଜ ଖର୍ଚ୍ଚରେ ସମାଜ ପାଇଁ କାର୍ଯ୍ୟ କରୁଥିଲେ ଏବଂ ସବୁ ସ୍ତରର ବ୍ରାହ୍ମଣ ମାନଙ୍କୁ ସାମିଲ କରିବାକୁ ଏବଂ ଗରିବ ବ୍ରାହ୍ମଣ ମାନଙ୍କୁ ସବୁ ପ୍ରକାର ସାହାଜ୍ୟ ସହଯୋଗ କରିବାକୁ ମତ ଦେଉଥିଲେ ସେମାନଙ୍କୁ ବାଦ ଦେଇ ବେକ-ଡୋର ଏଣ୍ଟ୍ରି ମାଧ୍ୟମରେ ନେତୃତ୍ବ ନେଉଥିବା ତଥାକଥିତ ଏହି ବ୍ରାହ୍ମଣ ନେତା ମାନେ ମହାସଭାର ହିସାବ ପତ୍ର ମଧ୍ୟ ଅଦ୍ୟାବଧି ସାଧାରଣରେ ପ୍ରକାଶିତ କରି ନ ଥିବା ହେତୁ ପ୍ରତି ପରିବାରରୁ ଚାନ୍ଦା ସଂଗ୍ରହ କାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସ୍ପଷ୍ଟବାଦୀ ଓ ସମାଜ ପାଇଁ ନିଃସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ କୌଣସି ପ୍ରକାରେ ସାମିଲ କରା ନ ଯାଇ କେବଳ ନିଜ ସମର୍ଥକ ମାନଙ୍କ ଉପସ୍ଥିତିରେ ପୂର୍ବ ପ୍ରଯୋଜିତ ଭାବେ କମିଟି ଗଠନ କରିବା ଉଦ୍ଦେଶ୍ୟରେ ଅଶୌଚ ହୋଇଥିବା ସମର୍ଥକ ବ୍ରାହ୍ମଣ ମାନଙ୍କୁ ମଧ୍ୟ ମନ୍ଦିର ମଧ୍ୟରେ ହୋଇଥିବା ଏହି ବୈଠକ ମଞ୍ଚରେ ବସାଇବା ସହ ମହାଦେବଙ୍କ ପ୍ରସାଦ ଖୁଆଇ ଯେନ ତେନ ପ୍ରକାରେ ହେଉ କମିଟି ଗଠନ କରାଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆମେତ କମିଟି ଗଠନ କରୁଛୁ କାହାର କହିବାର କିଛି ଅଧିକାର ନାହି ବୋଲି କୁହାଯାଉଥିବା ହେତୁ ହୁଏତ ସେହି କମିଟି ଗୋଷ୍ଠୀଗତ କମିଟି ହୋଇଥାଇପାରେ ବୋଲି ଅନେକେ ଚୁପ ରହିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଯେଉମାନେ ସେହି ଗୋଷ୍ଠୀକୁ ବିରୋଧ କରିବ ସେମାନକୁ ଦମନ କରାଯିବାକୁ ଶାମ ଦଣ୍ଡ ଭେଦ ଶକ୍ତି ପ୍ରୟୋଗ କରାଯିବା ବ୍ୟବସ୍ଥା କରାଯାଇଥିବା ବିଷଯ ଚାପା ଗୁଞ୍ଜରଣ ସୃଷ୍ଠୀ ହୋଇଥିଲା। ବିଶେଷ କରି କୌଣସି ପ୍ରସ୍ତାବ ଆହ୍ବାନ କରା ନ ଯାଇ ଧର୍ମଗଡ ଉପଖଣ୍ଡ ନେତାଙ୍କ ଇଙ୍ଗିତରେ ତାଙ୍କ ସମର୍ଥକ ଙ୍କ ଦ୍ବାରା ଲେଖା ଯାଇଥିବା କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିବା ହେତୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।

ଧର୍ମଗଡ ଉପଖଣ୍ଡ ସ୍ତରରେ ଯେପରି ପୁରୁଣା କମିଟି ର କାର୍ଯ୍ୟ କର୍ତ୍ତା ମାନଙ୍କୁ କୌଣସି ଭାବରେ ନ ଜଣାଇ ବ୍ଲକ କମିତିରେ ନୂତନ ଉପଖଣ୍ଡ କମିଟି ଗଠନ କରାଗଲା ଠିକ ସେହିପରି ଜୁନାଗଡ ବ୍ଲକ ସ୍ତରରେ ଏନ ଏ ସି ଓ ବ୍ଲକ ର ଦୁଇଟି କମିଟି ତାଥା ଚାରବାହାଲ ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନଙ୍କୁ କୌଣସି ଭାବେ ନଜଣାଇ ସମ୍ପୃକ୍ତ ନେତାମାନଙ୍କୁ ଶୁହାଇବା ଲାଗି ଏକ କମିଟି ଗଠନ କରାଯାଇଥିବା ହେତୁ ସ୍ପଷ୍ଟବାଦୀ ମାନେ ନୀରବ ରହୁଥିବା ଜଣାପଡିଛି।

ଉତ୍କଳି ମାନଙ୍କୁ ବ୍ରାହ୍ମଣ ସମାଜରେ ମିଶାଇବାକୁ ବିରୋଧ କରୁଥିବା ବ୍ରାହ୍ମଣ ନେତା ମାନେ ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ପଦବୀ ପାଇଯିବା ପରେ ନୀରବ ରହୁଥିବା ଏବଂ ଏବେ ଉତ୍କଳି ମାନେ ସେମାନଙ୍କ ଗୋଡାନୀୟା ହେଉଥିବା ଦେଖା ଯାଇଥିଲା। ଅବଶ୍ୟ ସଂଖ୍ୟା କୁ ଗୁରୁତ୍ବ ଦିଆ ନ ଯାଇ ଏକାଧିକ ସଂଗଠନ ହେବାରେ କୌଣସି ବାଧା ନାହି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଯେଉମାନେ ଏକଚାଟିଆ ଭାବେ ନିଜର ଆଧିପତ୍ୟ ଜାହିର କରିବାକୁ ଏଭଳି ଚକ୍ରାନ୍ତ କରୁଛନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ବୋଲି ଅନେକେ ମତ ଦେଉଥିବାର ଆଲୋଚନା ହେଉଛି।

କଳାହାଣ୍ଡି ବ୍ରାହ୍ମଣ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.