Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସବୁ ସ୍ତରର ବ୍ୟକ୍ତିଙ୍କୁ ସାମିଲ କରି ସାର୍ବଜନୀନ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରାଯିବାକୁ ଦାବି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଆଗାମୀ ଅପ୍ରେଲ ୨୨ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଜୁନାଗଡ ଠାରେ ପାଳନ କରାଯିବାକୁ ପ୍ରସ୍ତୁତି କରୁଥିବାର ସାଧାରଣରେ ଆଲୋଚନା ହେଉଛି। ଧର୍ମଗଡ ଉପଖଣ୍ଡର ବ୍ରାହ୍ମଣ ସମାଜକୁ ହାତ ମୁଠାରେ ରଖି ପରିଚାଳନା କରୁଥିବାର ଦାବି କରୁଥିବା ପଦବୀ ଧାରୀଙ୍କ ଇଙ୍ଗିତରେ ଭବାନିପାଟଣାସ୍ଥ କଳାହାଣ୍ଡି ବ୍ରାହ୍ମଣ ସମାଜ ର ନିର୍ଦ୍ଦେଶ କ୍ରମେ ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ଗଠନ କରାଯାଇ ସେମାନଙ୍କୁ ସୁହାଇବା ଭଳି କର୍ମକର୍ତ୍ତା ନିଯୁକ୍ତି କରି ସେମାନଙ୍କ ମାଧ୍ୟମରେ ବ୍ରାହ୍ମଣ ସମାଜ ନାମରେ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଥିବା କୁହା ଯାଉଛି। ସାମ୍ପ୍ରତିକ ସ୍ଥିତିରେ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ତଥା କଥିତ ଏହି ନେତା ମାନଙ୍କ ନେତୃତ୍ବ ପ୍ରତି କାହାରି ଆସ୍ଥା ନ ଥିବା ଆଲୋଚନା ହେଉଛି।

ଦୀର୍ଘ ଦିନରୁ ବ୍ରାହ୍ମଣ ମାନେ ଏକଜୁଟ ହୋଇ ପାରୁ ନଥିବା ବେଳେ ସମସ୍ତ ପ୍ରକାର ଗୋଷ୍ଠୀଗତ ରାଜନୀତି ରୁ ବହୁ ଉର୍ଦ୍ଧ୍ବରେ ରହି ସମାଜର ସମସ୍ତ ବରଗଡ଼ ଲୋକଙ୍କୁ ସାମିଲ କରିବା ଲକ୍ଷ ନେଇ ନିଜ ନିଜ ଖର୍ଚ ରେ ପ୍ରାୟ ସମସ୍ତ ଗ୍ରାମକୁ ବୁଲି ସମାଜ ସଂଗଠନ କରିଥିବା ସଂଗଠକ ମାନଙ୍କୁ ଚକ୍ରାନ୍ତ କରି ୨୦୧୮-ମହାସଭା ହେବାର ଅଳ୍ପ ଦିନ ପୂର୍ବରୁ ଧର୍ମଗଡ ବ୍ଲକ କମିଟି ରେ କର୍ମମର୍ତ୍ତ ଥିବା ଏହି ପଦବୀ ଆଶାୟୀ ବ୍ୟକ୍ତି ମାନେ ବ୍ଲକ କମିଟି ମିଟିଂ ରେ ଉପଖଣ୍ଡ କମିଟି କୁ ଭାଙ୍ଗି ଦେଇ ସଂଗଠନ କୁ ହାଇଜାକ କରି ନେଇଥିବା ବେଳେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ନୀରବ ସମର୍ଥନ ଦେଇଥିବା ଦେଖା ଯାଇଥିଲା।

ପରବର୍ତ୍ତୀ ସମୟରେ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସ୍ତରର ବ୍ରାହ୍ମଣ ସମାଜ ଗଠନ ହେବା ସମୟରେ ସେହି ପଦବୀ ଆଶାୟୀ ମାନେ ନିଜ ହାତ ମୁଠାରେ ଧର୍ମଗଡ ଉପଖଣ୍ଡ ସମାଜ ପରିଚାଳିତ ହେଉଥିବା ଦର୍ଶାଇ ନିଜେ ନିଜେ ପଦବୀ ହାସଲ କଲେ ଏବଂ ନିଜ ପସନ୍ଦ ମୁତାବକ ଲୋକଙ୍କୁ ସାମିଲ କରିନେଲେ। ଯାହା ଫଳରେ କୋକସରା ବ୍ଲକ, ଜୟପାଟଣା ବ୍ଲକ, କେଶିଙ୍ଗା ବ୍ଲକ, ଚାରବାହାଲ ବ୍ଲକ ଆଦି ଅଞ୍ଚଳରେ ସ୍ବତନ୍ତ୍ର ବ୍ରାହ୍ମଣ ସମାଜ ଗଠନ କରି ସରକାରଙ୍କ ଠାରେ ପଞ୍ଜୀକୃତ କରିଥିବାର ଜଣାପଡିଛି।

ଏପରିକି ଧରମଗଡ ଠାରେ ସ୍ବତନ୍ତ୍ର ଭାବେ ପର୍ଶୁରାମ ସେନା ଗଠନ କରାଯାଇ ବିଭୀନ୍ନ କାର୍ଯ୍ୟକ୍ରମ କରୁଥିବାର ଦେଖା ଯାଉଛି। ଦୁଇ ବର୍ଷ ପାଇଁ କଳାହାଣ୍ଡି ବ୍ରାହ୍ମଣ ସମାଜ ଗଠନ କରାଯାଇ ଥିବା କୁହା ଯାଉଥିବା ବେଳେ ଅଦ୍ୟାବଧି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାର କୁ ସାମିଲ କରାଯାଇ ନଥିବା ରୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅତୀତରେ ଉପଖଣ୍ଡ କମିଟିକୁ ଉଦ୍ଦେଶ୍ୟ ମୂଳକ ଭାବେ ହାଇଯାକ କରିଥିବା ସେହି ପଦବୀ ଆଶାୟୀ ବ୍ୟକ୍ତି ବିଶେଷ ମାନେ ୨୦୧୮- ମହାସଭା ର ଆୟ ବ୍ୟୟ ହିସାବ ଅଦ୍ୟାବଧି ସାର୍ବଜନୀନ କାରଣ ଥିବା ବେଳେ ସେମାନେ ପଦବୀ ଜାବୋଡି ଧରି ଏବେ ନୀରବ ରହୁ ଥିବା ଦେଖା ଯାଉଛି। ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ସେମାନଙ୍କ ଦ୍ବାରା ନିଯୁକ୍ତ କର୍ମକର୍ତ୍ତା ମାନଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରି ପଦବୀ ସୁରକ୍ଷିତ ପାଇଁ ପ୍ରୟାସ କରୁଥିବାର ଆଲୋଚନା ହେଉଛି। ଗତ ବର୍ଷ ଜୁନାଗଡ ଠାରେ ଶର୍ମା ବ୍ରାହ୍ମଣ ମାନେ ଆକର୍ଷଣୀୟ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରିଥିବା ବେଳେ ସେମାନଙ୍କୁ କାବୁ କରି ନିଜ କବଜାରେ ରଖିବାର ଯୋଜନା କରି ବ୍ରାହ୍ମଣ ସମାଜ ତରଫରୁ ପ୍ରଥମ କରି ଏବର୍ଷ ଜୁନାଗଡ ଠାରେ ପର୍ଶୁରାମ ଜୟନ୍ତୀ ପାଳନ କରିବାର ଯୋଜନା କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ତରଫରୁ ନିଯୁକ୍ତ ବ୍ଲକ ସଭାପତି ଓ ସମ୍ପାଦକ ନିଜକୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ବେଳେ ସ୍ପଷ୍ଟ ଭାବେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ବାଦ ଦେବାକୁ ସିଧା ସଳଖ ପ୍ରକାଶ କରୁଥିବା ଆଲୋଚନା ହେଉଛି। ବ୍ରାହ୍ମଣ ସମାଜ କାହାର ପୈତୃକ ସମ୍ପତି ନୁହେ କି କାହାର ଜମିଦାରୀ ନୁହେ, କେତେ ଜଣ ଚାହିଲେ ଏକ ସଙ୍ଗଠନ ହେଲା ଭଳି ସଂଖ୍ୟା କୁ ଆଧାର କରା ନ ଯାଇ ଅନେକ ବ୍ରାହ୍ମଣ ସଂଗଠନ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ଏହି ସଂଗଠନ ହୁଏତ ରାଜ ନୈତିକ ଉଦ୍ଦେଶ୍ୟ ରେ ଗଠିତ ହୋଇଥାଇପାରେ ତେଣୁ ସେମାନଙ୍କୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ଆଲୋଚନା ହେଉଛି। ଯଦିଓ ସଂଗଠନ କରୁଛ ତେବେ ସମସ୍ତଙ୍କୁ ସାମିଲ କରି ସାମୁହିକ ଭାବରେ ସଂଗଠନ କରାଯାଉ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି। ସମସ୍ତ ଙ୍କୁ ସାଙ୍ଗରେ ଧରି ସମାଜ କୁ ଆଗେଇ ନେବା ହିଁ ବ୍ରାହ୍ମଣର ଧର୍ମ ହେବା ଉଚିତ କିନ୍ତୁ ଏହି ସଂକୀର୍ଣ୍ଣ ମନୋଭାବ ଧରି ମାନେ ସମାଜ କୁ ବ୍ୟକ୍ତିଗତ ସମ୍ପତି ଭାବି ଖଣ୍ଡା ବିଖଣ୍ଡିତ କରିବାର ପରୋକ୍ଷ ରେ ଯୋଜନା କରୁଛନ୍ତି ବୋଲି ବୁଦ୍ଧି ଜୀବି ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସ୍ତରରେ ଗତ ପର୍ଶୁରାମ ଜୟନ୍ତୀରେ ଗଠିତ ବ୍ରାହ୍ମଣ ସମାଜ କଳାହାଣ୍ଡିର ପ୍ପ୍ରାୟୋଜନରେ ଜୁନାଗଡ ବଜାର ପଡିଆ ନିକଟସ୍ଥ ପୋଡା ମହାଦେବ ମନ୍ଦିର ପରିସରରେ ଜୁନାଗଡ ବ୍ଲକ ଓ ଏନ ଏ ସି ସ୍ତରୀୟ କମିଟି ଗଠିତ ହୋଇଯାଇଛି। ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ସେହି ମନ୍ଦିର ପରିସରରେ ହିଁ ଏକ ନିର୍ଦ୍ଧିଷ୍ଠ ବ୍ରାହ୍ମଣ ନେତା ମାନଙ୍କ ସମର୍ଥକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ କାହାକୁ କି ପଦବୀ ଡିଆଯିବ ସେନେଇ ବିଚାର ଆଲୋଚନା କରାଯାଇ ତଦନୁସାରେ ଏକ ଖାତାରେ ଲିପିବଦ୍ଧ କରାଯାଇଥିବାର ଚର୍ଚ୍ଚା ହେଉଛି।

ଧର୍ମ ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ନେତା ମାନଙ୍କ ଜିଲ୍ଲା ସ୍ତରୀୟ ପଦବୀ ର ସୁରକ୍ଷା ପାଇଁ ସେମାନଙ୍କ ସମର୍ଥକ ମାନଙ୍କ ଦ୍ବାରା ଏହି ବୈଠକ ଡକା ଯାଇଥିବା ଏବଂ ସେମାନଙ୍କ ଦ୍ବାରା ପୂର୍ବରୁ କାହାକୁ କେଉ ପଦବୀ ଦିଆଯିବ ତାହା ପୂର୍ବରୁ ସ୍ଥିର ହୋଇଥିବା ଆଲୋଚନା ହେଉଛି। ସମଗ୍ର ଅଞ୍ଚଳର ବ୍ରାହ୍ମଣ ଜାଣିଲେ ହୁଏତ ସେମାନଙ୍କ ସମର୍ଥକ ମାନଙ୍କୁ ପଦବୀ ମିଳି ନ ପାରେ ବୋଲି ଭାବି ଧର୍ମଗଡିଆ ଷ୍ଟାଇଲ ରେ ହାତ ଗଣତି ବ୍ରାହ୍ମଣ ମାନଙ୍କୁ ଏହି ବୈଠକରେ ଡକା ଯାଇ ପ୍ରଥମ ବୈଠକ ରେ ହି ତରବରିଆ ଭାବେ ବ୍ଲକ ଏବଂ ଏନ ଏ ସି ସ୍ତରର କମିଟି ଗଠନ କରାଯାଇଥିବା ଜଣା ପଡିଛି।

ସଙ୍ଗଠନକୁ ବ୍ୟାପକ କରିବା ପାଇଁ ବ୍ଲକ ସ୍ତରରେ ଓ ଏନ ଏ ସି ସ୍ତରରେ ସ୍ଵତନ୍ତ୍ର ଭାବେ ଅଲଗା ଅଲଗା କମିଟି ଗଠନ କରାଯିବାକୁ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ପ୍ରସ୍ତାବ କରାଯାଇଥିଲେ ହେ ତାହା ଆବାହକ ମାନଙ୍କ ଦ୍ବାରା ଗ୍ରହଣୀୟ ହୋଇନଥିବାରୁ ଏବଂ ଏକଚାଟିଆ ଭାବେ ମନମୁଖୀ କାରବାର ଯୋଗୁ ବ୍ଲକ ସ୍ତରର ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଂଗଠନ ତୃଣାମୂଳ ସ୍ତରରୁ ସଂଖ୍ଯାଧିକ ବ୍ୟକ୍ତି ବିଶେଷଙ୍କ ମତାମତ ଅନୁସାରେ ସାର୍ବଜନୀନ କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଗଲେ ସଂଗଠନ ର ସ୍ଥାୟିତ୍ବ ହେଉଥିବା ବେଳେ ଏଠାରେ ନିର୍ଦ୍ଧିଷ୍ଠ ଗୋଷ୍ଠୀ କୈନ୍ଦ୍ରିକ ହେଉଥିବା ଯୋଗୁ ସଂଗଠନ ର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ଏସମ୍ପର୍କରେ ମତାମତ ଦେଲେ ସେହି ଗୋଷ୍ଠୀ ର ସମର୍ଥକ ମାନେ ଭିନ୍ନ କଥା କହି ଦବାଇ ଦେଉଥିବା ର ଆଲୋଚନା ହେଉଛି।

ବିଗତ ଦିନରେ ସମଗ୍ର ଧର୍ମଗଡ ଉପଖଣ୍ଡ ରେ ସମସ୍ତ ବ୍ରାହ୍ମଣ ମାନଙ୍କ ସଂଗଠନ ପାଇଁ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ବାଦ ଦିଆଯାଇ ଚକ୍ରାନ୍ତ କରି ବ୍ଲକ କମିଟି ଡକାଇ ଉପଖଣ୍ଡ କମିଟିକୁ ବଦଲାଇ ଦିଆଯାଇ ସମ୍ପୃକ୍ତ ବ୍ରାହ୍ମଣ ନେତା ମାନେ ଆତ୍ମଘୋଷିତ ଭାବେ ଉପଖଣ୍ଡ ସ୍ତରର ବ୍ରାହ୍ମଣ ନେତା ସାଜିଥିବା ବେଳେ ସେ ସମୟରେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ଚୁପ ରହିଥିବା ଦେଖାଯାଇଥିଲା। ବିଭିନ୍ନ ସମୟରେ ବ୍ରାହ୍ମଣ ମାନଙ୍କ ସାମୁହିକ ବିଷୟ ଉଠିଲେ ତଥା କଥିତ ଏହି ନେତା ମାନେ ଚୁପ ରହୁଥିବା ବେଳେ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଚେଷ୍ଟିତ ଥିବା ଏବଂ ଗତ ପଞ୍ଚାୟତିରାଜ ଓ ସହରାଞ୍ଚଳ ନିର୍ବାଚନ ସମୟରେ ନିଜକୁ ବ୍ରାହ୍ମଣ ନେତା ବୋଲି ପରିଚୟ ଦେଇ ନିଜକୁ ଶୁହାଇବା ଭଳି ଲୋକଙ୍କୁ ପ୍ରାର୍ଥୀ କରାଯିବା ପାଇଁ ସମସ୍ତ ରାଜ ନୈତିକ ଦଳକୁ ଯାଇଥିବା ଜଣାପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଏହାବ୍ୟତୀତ ଯେଉମାନେ ନିଜ ଖର୍ଚ୍ଚରେ ସମାଜ ପାଇଁ କାର୍ଯ୍ୟ କରୁଥିଲେ ଏବଂ ସବୁ ସ୍ତରର ବ୍ରାହ୍ମଣ ମାନଙ୍କୁ ସାମିଲ କରିବାକୁ ଏବଂ ଗରିବ ବ୍ରାହ୍ମଣ ମାନଙ୍କୁ ସବୁ ପ୍ରକାର ସାହାଜ୍ୟ ସହଯୋଗ କରିବାକୁ ମତ ଦେଉଥିଲେ ସେମାନଙ୍କୁ ବାଦ ଦେଇ ବେକ-ଡୋର ଏଣ୍ଟ୍ରି ମାଧ୍ୟମରେ ନେତୃତ୍ବ ନେଉଥିବା ତଥାକଥିତ ଏହି ବ୍ରାହ୍ମଣ ନେତା ମାନେ ମହାସଭାର ହିସାବ ପତ୍ର ମଧ୍ୟ ଅଦ୍ୟାବଧି ସାଧାରଣରେ ପ୍ରକାଶିତ କରି ନ ଥିବା ହେତୁ ପ୍ରତି ପରିବାରରୁ ଚାନ୍ଦା ସଂଗ୍ରହ କାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସ୍ପଷ୍ଟବାଦୀ ଓ ସମାଜ ପାଇଁ ନିଃସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ କୌଣସି ପ୍ରକାରେ ସାମିଲ କରା ନ ଯାଇ କେବଳ ନିଜ ସମର୍ଥକ ମାନଙ୍କ ଉପସ୍ଥିତିରେ ପୂର୍ବ ପ୍ରଯୋଜିତ ଭାବେ କମିଟି ଗଠନ କରିବା ଉଦ୍ଦେଶ୍ୟରେ ଅଶୌଚ ହୋଇଥିବା ସମର୍ଥକ ବ୍ରାହ୍ମଣ ମାନଙ୍କୁ ମଧ୍ୟ ମନ୍ଦିର ମଧ୍ୟରେ ହୋଇଥିବା ଏହି ବୈଠକ ମଞ୍ଚରେ ବସାଇବା ସହ ମହାଦେବଙ୍କ ପ୍ରସାଦ ଖୁଆଇ ଯେନ ତେନ ପ୍ରକାରେ ହେଉ କମିଟି ଗଠନ କରାଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆମେତ କମିଟି ଗଠନ କରୁଛୁ କାହାର କହିବାର କିଛି ଅଧିକାର ନାହି ବୋଲି କୁହାଯାଉଥିବା ହେତୁ ହୁଏତ ସେହି କମିଟି ଗୋଷ୍ଠୀଗତ କମିଟି ହୋଇଥାଇପାରେ ବୋଲି ଅନେକେ ଚୁପ ରହିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଯେଉମାନେ ସେହି ଗୋଷ୍ଠୀକୁ ବିରୋଧ କରିବ ସେମାନକୁ ଦମନ କରାଯିବାକୁ ଶାମ ଦଣ୍ଡ ଭେଦ ଶକ୍ତି ପ୍ରୟୋଗ କରାଯିବା ବ୍ୟବସ୍ଥା କରାଯାଇଥିବା ବିଷଯ ଚାପା ଗୁଞ୍ଜରଣ ସୃଷ୍ଠୀ ହୋଇଥିଲା। ବିଶେଷ କରି କୌଣସି ପ୍ରସ୍ତାବ ଆହ୍ବାନ କରା ନ ଯାଇ ଧର୍ମଗଡ ଉପଖଣ୍ଡ ନେତାଙ୍କ ଇଙ୍ଗିତରେ ତାଙ୍କ ସମର୍ଥକ ଙ୍କ ଦ୍ବାରା ଲେଖା ଯାଇଥିବା କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିବା ହେତୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।

ଧର୍ମଗଡ ଉପଖଣ୍ଡ ସ୍ତରରେ ଯେପରି ପୁରୁଣା କମିଟି ର କାର୍ଯ୍ୟ କର୍ତ୍ତା ମାନଙ୍କୁ କୌଣସି ଭାବରେ ନ ଜଣାଇ ବ୍ଲକ କମିତିରେ ନୂତନ ଉପଖଣ୍ଡ କମିଟି ଗଠନ କରାଗଲା ଠିକ ସେହିପରି ଜୁନାଗଡ ବ୍ଲକ ସ୍ତରରେ ଏନ ଏ ସି ଓ ବ୍ଲକ ର ଦୁଇଟି କମିଟି ତାଥା ଚାରବାହାଲ ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନଙ୍କୁ କୌଣସି ଭାବେ ନଜଣାଇ ସମ୍ପୃକ୍ତ ନେତାମାନଙ୍କୁ ଶୁହାଇବା ଲାଗି ଏକ କମିଟି ଗଠନ କରାଯାଇଥିବା ହେତୁ ସ୍ପଷ୍ଟବାଦୀ ମାନେ ନୀରବ ରହୁଥିବା ଜଣାପଡିଛି।

ଉତ୍କଳି ମାନଙ୍କୁ ବ୍ରାହ୍ମଣ ସମାଜରେ ମିଶାଇବାକୁ ବିରୋଧ କରୁଥିବା ବ୍ରାହ୍ମଣ ନେତା ମାନେ ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ପଦବୀ ପାଇଯିବା ପରେ ନୀରବ ରହୁଥିବା ଏବଂ ଏବେ ଉତ୍କଳି ମାନେ ସେମାନଙ୍କ ଗୋଡାନୀୟା ହେଉଥିବା ଦେଖା ଯାଇଥିଲା। ଅବଶ୍ୟ ସଂଖ୍ୟା କୁ ଗୁରୁତ୍ବ ଦିଆ ନ ଯାଇ ଏକାଧିକ ସଂଗଠନ ହେବାରେ କୌଣସି ବାଧା ନାହି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଯେଉମାନେ ଏକଚାଟିଆ ଭାବେ ନିଜର ଆଧିପତ୍ୟ ଜାହିର କରିବାକୁ ଏଭଳି ଚକ୍ରାନ୍ତ କରୁଛନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ବୋଲି ଅନେକେ ମତ ଦେଉଥିବାର ଆଲୋଚନା ହେଉଛି।

Categories
ଆଞ୍ଚଳିକ

ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ

କଳାହାଣ୍ଡି: ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସ୍ଥାନୀୟ ବ୍ରାହ୍ମନ ପରିବାର ତଥା ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରି ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା।

ଜୟନ୍ତ କୁମାର ମୁଣ୍ଡ ଓ ଲିଙ୍ଗରାଜ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀ ସଂଯୋଜୀକା ପ୍ରିୟମ୍ବଦା ଚାନ୍ଦ ଓ ମୀନା ମୁଣ୍ଡ ସମେତ ମହିଳା ଅଂଶ ଗ୍ରହଣ କରିଥିଲେ। ପର୍ଶୁରାମ ସେନା ମୁଖ୍ୟ ସଂଯୋଜକ ବିଶ୍ଵ ରଞ୍ଜନ ପାତ୍ର ଓ ଶାନ୍ତନୁ କୁମାର ମୁଣ୍ଡ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡମ୍ବରୁ ଠାକୁର, ମନୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର,ରାଜାପଣ୍ଡା,ମାନସ ଆଚାର୍ଯ୍ୟ, ଗିରିଜା ଖମାରୀ, ଅଙ୍କିତ ପଣ୍ଡା,ଶାଶ୍ଵତ ପାତ୍ର ସମେତ ପର୍ଶୁରାମ ବାହିନୀ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସୁରେଶ ମୁଣ୍ଡ,ସତ୍ୟ ପଣ୍ଡା, ଭବାନୀ ପାଟଣା ରେ ଗଠିତ ଆଢ଼କ କମିଟି ର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ହର୍ଷବର୍ଦ୍ଧନ ବେହେରା, ଉମେଶ ପଣ୍ଡା,ସୁନୀଲ ପାତ୍ର, ଗୋପି ନାଥ ପଣ୍ଡା, ବ୍ଲକ ସଭାପତି ଜୟନ୍ତ ବେହେରା, ଅଜିତ ପଣ୍ଡା, ବିଭୂତି ପୁରୋହିତ, ହରିହର ପଣ୍ଡା, ଷଷ୍ଠୀ ମୁଣ୍ଡ, ରଜନୀ ଠାକୁର, ପ୍ରସନ୍ନ ଅଗସ୍ତି, ଶ୍ରିମନ୍ତ ପାଢ଼ୀ, ପ୍ରତାପ ମୁଣ୍ଡ, ଆଇନ ପରାମର୍ଶ ଦାତା ଧନଞ୍ଜୟ ପାତ୍ର ତ୍ରିନାଥ ଠାକୁର, କୈଳାସ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସମାଜ ସଂସ୍କାର ଓ ସଂଗଠନ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

କାୟସ୍ତ୍ ପରିବାର, ଚିଦାନନ୍ଦ ପଣ୍ଡା, ଚନ୍ଦନ ଶତପଥୀ, ସଞ୍ଜୀବ ମୁଣ୍ଡ, ପ୍ରମୁଖ କଳାକାର ମାନେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ପରିବେଷଣ କରି ଥିଲେ। ସଂଯୋଜକ ଇଙ୍ଗିତ ପଣ୍ଡା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ହୃଷୀକେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ। ପର୍ଶୁ ରାମ ବାହିନୀ ର ଅକ୍ଲାନ୍ତ ପରିଶ୍ରମ ରେ ବ୍ରାହ୍ମଣ ମାନଙ୍କ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରାହ୍ମଣ ସମାଜ ର ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତାଙ୍କ ବିରୋଧରେ ଏଫ୍ଆଇଆର୍!: ବ୍ରାହ୍ମଣ ସମାଜକୁ ଦେଇଥିଲେ ଆପତ୍ତିଜନକ ବିବୃତ୍ତି

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ଯଦିଓ ସେ ମୋର ୮୬ ବର୍ଷର ପିତା। ଛତିଶଗଡ ସରକାର ପ୍ରତ୍ୟେକ ଜାତି, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ କରନ୍ତି। ପ୍ରକୃତରେ, ମୁଖ୍ୟମନ୍ତ୍ରୀଙ୍କ ପିତା ବ୍ରାହ୍ମଣ ସମାଜ ବିଷୟରେ ଆପତ୍ତିଜନକ କଥା କହିଥିଲେ।

ନନ୍ଦ କୁମାର ବଘେଲଙ୍କ ବିବୃତ୍ତି ପରେ ବ୍ରାହ୍ମଣ ସମାଜ କ୍ରୋଧିତ ହୋଇଛି। ବିରୋଧୀ ଦଳ ବିଜେପି ନନ୍ଦ କୁମାର ବଘେଲଙ୍କ ବିବୃତ୍ତିକୁ ନିରନ୍ତର ନିନ୍ଦା କରୁଛି ଏବଂ ବିରୋଧ କରୁଛି। ବ୍ରାହ୍ମଣ ସମ୍ପ୍ରଦାୟ ମଧ୍ୟ ଖୋଲାଖୋଲି ବିରୋଧ କରୁଛନ୍ତି। ଶନିବାର ଦିନ ଏକ ରାଲିରେ ନନ୍ଦ କୁମାର ବଘେଲଙ୍କ ଚିତ୍ରକୁ ଟାଣି ନିଆଯାଇଥିଲା। ଲୋକମାନେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଶନିବାର ଛତିଶଗଡରେ ବିଜେପି ବ୍ୟାପାର ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରୀଙ୍କ ‘ଛେପ’ ବକ୍ତବ୍ୟକୁ କୃଷକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ଏବଂ ବିଜେପି ଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଅଞ୍ଚଳର ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ବିଜେପି ଏକ ଚିନ୍ତନ ଶିବୀର ଆୟୋଜନ କରିଥିଲା। ଶିବିରର ଶେଷ ଦିନରେ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରୀ ବସ୍ତର ଡିଭିଜନର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଥରେ ବିଜେପି କର୍ମୀମାନେ ଛେପ ପକାଇଲେ ଭୁପେଶ ବଘେଲ ଏବଂ ତାଙ୍କର ସମସ୍ତ କ୍ୟାବିନେଟ ଧୋଇ ହୋଇଯିବ। ପୁରନ୍ଦେଶ୍ୱରୀଙ୍କ ବିବୃତ୍ତି ପରେ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି ଯେ, ବିଜେପିରେ ଯୋଗଦେବା ପରେ ପୁରନ୍ଦେଶ୍ୱରୀଙ୍କ ମାନସିକ ସ୍ଥିତି ଏହି ସ୍ତରକୁ ଆସିଛି।

Categories
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସମିକ୍ଷା ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ।

ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି ଯାଇଥିବାବେଳେ ଏମାନେ କିପରି ଭାବରେ ପୁଣିଥରେ ସ୍ୱାବଲମ୍ବି ହୋଇପାରିବେ ସେଦିଗରେ ଏବଂ ମାନବ ସମ୍ବଳ ଅଧିକାର ସଂସ୍ଥା ର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲା।

ମନ୍ଦିର ସେବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ମାସିକ ସହାୟତା ରାଶି ପ୍ରଦାନ, ବୟୋଜ୍ୟେଷ୍ଠଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ମନ୍ଦିର ସେବକ କାର୍ଡ ପ୍ରଦାନ ବ୍ୟବସ୍ଥା, ସନ୍ତାନ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ।, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ନିଜର ହକ୍, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ମନ୍ଦିର ସେବକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ,ଗୃହହୀନ ମାନଙ୍କ ପାଇଁ ନୂତନ ଗୃହର ବ୍ୟବସ୍ଥା,ରୋଜଗାର ପାଇଁ ଋଣ ବ୍ୟବସ୍ଥା ,କନ୍ୟା ବିବାହ ଓ ପୁତ୍ର ବ୍ରତପୋନୟନ ପାଇଁ ସହାୟତା ବ୍ୟବସ୍ଥା ଆଦି ବିଷୟରେ। ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜର ସଂପାଦକ ଶ୍ରୀ ଡୋଲାମଣି ରଥ, ଯୁଗ୍ମ ସଂପାଦକ ଶ୍ରୀ ଉମା ଶଙ୍କର ମିଶ୍ର ,କୋଷାଧ୍ୟକ୍ଷ ଶ୍ରୀ ଅରୁଣ ଦାଶ ଶର୍ମା, ମାନବ ସମ୍ବଳ ଅଧିକାର ସଂସ୍ଥାର କଳାହାଣ୍ଡି ପ୍ରଭାରୀ ଶ୍ରୀ ଚିତ୍ରସେନ୍ ଦାଶ ଓ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ନନ୍ଦ ତଥା ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।