Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ
ଆଞ୍ଚଳିକ

ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି: ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସ୍ଥାନୀୟ ବ୍ରାହ୍ମନ ପରିବାର ତଥା ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରି ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା।

ଜୟନ୍ତ କୁମାର ମୁଣ୍ଡ ଓ ଲିଙ୍ଗରାଜ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀ ସଂଯୋଜୀକା ପ୍ରିୟମ୍ବଦା ଚାନ୍ଦ ଓ ମୀନା ମୁଣ୍ଡ ସମେତ ମହିଳା ଅଂଶ ଗ୍ରହଣ କରିଥିଲେ। ପର୍ଶୁରାମ ସେନା ମୁଖ୍ୟ ସଂଯୋଜକ ବିଶ୍ଵ ରଞ୍ଜନ ପାତ୍ର ଓ ଶାନ୍ତନୁ କୁମାର ମୁଣ୍ଡ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଡମ୍ବରୁ ଠାକୁର, ମନୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର,ରାଜାପଣ୍ଡା,ମାନସ ଆଚାର୍ଯ୍ୟ, ଗିରିଜା ଖମାରୀ, ଅଙ୍କିତ ପଣ୍ଡା,ଶାଶ୍ଵତ ପାତ୍ର ସମେତ ପର୍ଶୁରାମ ବାହିନୀ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସୁରେଶ ମୁଣ୍ଡ,ସତ୍ୟ ପଣ୍ଡା, ଭବାନୀ ପାଟଣା ରେ ଗଠିତ ଆଢ଼କ କମିଟି ର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ହର୍ଷବର୍ଦ୍ଧନ ବେହେରା, ଉମେଶ ପଣ୍ଡା,ସୁନୀଲ ପାତ୍ର, ଗୋପି ନାଥ ପଣ୍ଡା, ବ୍ଲକ ସଭାପତି ଜୟନ୍ତ ବେହେରା, ଅଜିତ ପଣ୍ଡା, ବିଭୂତି ପୁରୋହିତ, ହରିହର ପଣ୍ଡା, ଷଷ୍ଠୀ ମୁଣ୍ଡ, ରଜନୀ ଠାକୁର, ପ୍ରସନ୍ନ ଅଗସ୍ତି, ଶ୍ରିମନ୍ତ ପାଢ଼ୀ, ପ୍ରତାପ ମୁଣ୍ଡ, ଆଇନ ପରାମର୍ଶ ଦାତା ଧନଞ୍ଜୟ ପାତ୍ର ତ୍ରିନାଥ ଠାକୁର, କୈଳାସ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସମାଜ ସଂସ୍କାର ଓ ସଂଗଠନ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

କାୟସ୍ତ୍ ପରିବାର, ଚିଦାନନ୍ଦ ପଣ୍ଡା, ଚନ୍ଦନ ଶତପଥୀ, ସଞ୍ଜୀବ ମୁଣ୍ଡ, ପ୍ରମୁଖ କଳାକାର ମାନେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ପରିବେଷଣ କରି ଥିଲେ। ସଂଯୋଜକ ଇଙ୍ଗିତ ପଣ୍ଡା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ହୃଷୀକେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ଥିଲେ। ପର୍ଶୁ ରାମ ବାହିନୀ ର ଅକ୍ଲାନ୍ତ ପରିଶ୍ରମ ରେ ବ୍ରାହ୍ମଣ ମାନଙ୍କ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରାହ୍ମଣ ସମାଜ ର ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଥିଲା।

ବ୍ରାହ୍ମଣ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.