Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଉନ୍ନୟନ ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ର ନାପସନ୍ଦ: ଆନ୍ଦୋଳନ ଚେତାବନୀ
ଆଜିର ଖବର

ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଉନ୍ନୟନ ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ର ନାପସନ୍ଦ: ଆନ୍ଦୋଳନ ଚେତାବନୀ

December 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁର ବିକାଶ ପାଇଁ ଶୁଭେଚ୍ଛୁ କମିଟି ଦେଇଥିବା ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ ପକ୍ଷରୁ ସ୍ଥାନୀୟ ରଘୁନାଥ ମଣ୍ଡପ ଠାରେ ଏକ ସାମ୍ବାଦିକ ସମିଳନୀ ଜରିଆରେ ନାପସନ୍ଦ କରାଯାଇଛି। ଆଜି ସନ୍ଧ୍ୟାରେ ଯୁବ ସଂଗଠକ ଅମିତାଭ ପଟ୍ଟଯୋଶୀଙ୍କ ଆବାହକତ୍ବରେ ଆୟୋଜିତ କରାଯାଇଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଭଗବାନ ପ୍ରଧାନ, ରାଜକିଶୋର ସାହୁ, ପ୍ରସନ୍ନ ମାର୍ଥା, ବିପ୍ର ଜେନା, ବିପିନି ବାରିକି, ଏନଏସିର କିଛି କାଉନସିଲରଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

ଅଭିଯୋଗ ମୁତାବକ ଯେଉଁ ଶୁଭେଚ୍ଛୁ କମିଟିକୁ ନେଇ ଜିଲ୍ଲାପାଳ ବୈଠକ କରିଥିଲେ ଏବଂ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ମତାମତ ଲୋଡିଥିଲେ ଉକ୍ତ କମିଟି ବାଣପୁରବାସୀଙ୍କ ବିନା ମତାମତରେ କିଛି ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଥିବାର ଉକ୍ତ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି।

ଉକ୍ତ କମିଟିରେ ବିଶେଷ କରି କ୍ଷତିଗ୍ରସ୍ତ ହେବାକୁ ଥିବା ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ବାସିନ୍ଦା, ଅଞ୍ଚଳର ବୁଦ୍ଧିଜୀବୀ, ମନ୍ଦିର ଗବେଷକ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ବିଶେଷ, ଏନଏସି ର ନିର୍ବାଚିତ କାଉନସିଲର, ଆଇନଜୀବୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସ୍ଥାନ ଦିଆ ନ ଯାଇ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କୁ କମିଟି ସଭ୍ୟ ଭାବରେ ବୈଠକକୁ ନିମନ୍ତ୍ରଣ କରାଯାଇଛି। ଉକ୍ତ କମିଟି କିଏ ଗଠନ କରିଛି ତାହା ରହସ୍ୟମୟ।

ତତସହିତ କମିଟି ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରିବ ନାହିଁ। ଦିଆଯାଇଥିବା ପ୍ରସ୍ତାବକୁ ଯଦି ଗ୍ରହଣକରି ଅନ୍ୟାନ୍ୟ ପ୍ରସ୍ତାବକୁ ଗ୍ରହଣ କରା ନ ଯାଏ ତେବେ ବାଣପୁର ବାସୀ ଏହାକୁ ଜୋରଦାର ବିରୋଧ କରିବେ ବୋଲି ସ୍ୱାଭିମାନ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।ଏଣୁ ବାଣପୁର ବାସୀଙ୍କର ପ୍ରକୃତ ମତାମତ ନେଇ ସର୍ବ ସମ୍ମତରେ ଗ୍ରହଣୀୟ ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି। ଏବଂ ବାଣପୁରକୁ ଉପଖଣ୍ଡ ମାନ୍ୟତା ଭଳି ପ୍ରସ୍ତାବ ଶୁଭେଚ୍ଛୁ କମିଟି କାହିଁକି ଜିଲ୍ଲା ପ୍ରଶାସନ ପାଖରେ ରଖିଲେ ନାହିଁ ବୋଲି ମଞ୍ଚ ପ୍ରଶ୍ନ କରିଛି।

ତତ ସହିତ ବାଣପୁରରେ ୱାର୍ଡ ୱାରୀ ଡ୍ରେନେଜ ନିର୍ମାଣ, ଭୁବନେଶ୍ୱରରୁ ଭାୟା ଗମ୍ଭାରୀମୁଣ୍ଡା ହୋଇ ବାଣପୁରକୁ ଆସୁଥିବା ବସ ତଥା ବିରଜାଈ ଓ ଭଗବତୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାଣପୁର ବାଇପାସ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ ଭଳି ପ୍ରସ୍ତାବକୁ ଗ୍ରହଣ କରି, କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ଓ ସବୁ ବର୍ଗର କର୍ମକର୍ତ୍ତାମାନଙ୍କୁ ବୈଠକରେ ଅନ୍ତର୍ଭୁକ୍ତ କରାଯାଇ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବୈଠକ କରି ମତାମତ ଗ୍ରହଣ କରିବା ପାଇଁ ଆବାହକ ଅମିତାଭ ପଟ୍ଟଯୋଶୀ ଦୃଢ଼ ଦାବି କରିଛନ୍ତି। ଯଦି ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ଏହାକୁ ଉପେକ୍ଷା କରନ୍ତି ତେବେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ହେବ ‘ବାଣପୁର ସ୍ୱାଭିମାନ ମଞ୍ଚ’ ଚେତାବନୀ ଦେଇଛି।

ଜୋରଦାର ବିରୋଧ ବାଣପୁରବାସୀ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Latest News

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.