ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ତିନି ଜଣ ପିଲାଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଶୁକ୍ରବାର ରାତିରେ 8-10 ବର୍ଷ ବୟସର ତିନି ଜଣ ଶିଶୁଙ୍କୁ ଏକ ବିବାହରୁ ଅପହରଣ କରା ଯାଇଥିଲା । ତିନିଜଣଙ୍କୁ ହତ୍ୟା କରାଯିବା ପରେ ଏକ ଆଖୁ ଖେତର ଟ୍ୟୁବ୍ଓ୍ବେଲ୍ ନିକଟରେ ଫୋପଡା ଯାଇଥିଲା । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ହତ୍ୟା ପୁର୍ବରୁ ଭୟଙ୍କର ଶାରିରୀକ ଯନ୍ତ୍ରଣା ଦିଆଯାଇଥିବା ଅନୁମାନ କରାଯାଉଛି । ଫଇସଲାବାଦର ଏକ ବିବାହ ମଣ୍ଡପରୁ ଏହି ତିନି ପିଲାଙ୍କ ଅପହରଣ କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଏହାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ସାଲେମପୁର ଥାନା ଆରକ୍ଷୀ ଅବଧେଶ ଅବସ୍ଥି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପ୍ରାରମ୍ଭିକ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବାରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Tags: