ରାହୁଲ୍‌ଙ୍କ ଇସ୍ତଫାକୁ ନାମୁଞ୍ଜର କଲେ ସିଡବ୍ଲ୍ୟୁସି

Published: May 25, 2019, 1:38 pm IST

ସପ୍ତଦଶ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ପି. ଚିଦାମ୍ବରମ, ଗୁଲାମ ନବୀ ଆଜାଦ, ମଲିକାର୍ଜୁନ ଖାର୍ଗେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି। ଚଳିତଥର ୟୁପିଏ ୯୨ଟି ଆସନ ପାଇଥିବାବେଳେ କଂଗ୍ରେସ ୫୨ଟି ଆସନ ପାଇଛି। ଅପରପକ୍ଷେ ଦଳର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ କହିଛନ୍ତି। କିନ୍ତୁ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ଇସ୍ତଫାକୁ ଅନୁମୋଦନ କରାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୪୪ ଆସନରେ ବିଜୟୀ ହୋଇଥିଲା। ତେବେ ଦଳର ସାଙ୍ଗଠିନିକ ସ୍ଥିତି ତଥା ତ୍ରୁଟି ବିଚ୍ୟୁତିକୁ ନେଇ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିଲା।

Related posts