Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ୨ ଦଫା ନେଇ ବିଧାନସଭା ଘେରାଉ
ଆଜିର ଖବର

ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ୨ ଦଫା ନେଇ ବିଧାନସଭା ଘେରାଉ

December 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ।

ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁ ନାହିଁ, ଫଳସୁରୁପ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି।

ଏଥି ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ, ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ, କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ। ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି।

ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୨୦ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି, ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଦାବି କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ସଂଘ ସଭାପତି ପଞ୍ଚାନନ ଜେନାଙ୍କ ପ୍ରଚେଷ୍ଟାରେ ୧୦ ହଜାର ଶିକ୍ଷକ ସରକାରଙ୍କ ବିରୁଦ୍ଧରେ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି। ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ସରକାରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ, ବିନୋଦ ମିଶ୍ର, ସତ୍ୟ ଭୂଷଣ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ଏବଂ ହଜାର ହଜାର ଶିକ୍ଷକ ସରକାରଙ୍କୁ ଆନ୍ଦୋଳନ ମାଧ୍ୟ୍ୟମରେ ଚେତାବନ ଦେଇଥିଲେ।

ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀକୁ ମାନି ସରକାର ଆଲୋଚନା ପାଇଁ ଡାକିଥିଲେ। ସଂଘ ପକ୍ଷରୁ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱତୀ ଏସ ଏବଂ ଅତିରିକ୍ତ ଶାସନ ସଚିବ ଅଶ୍ୱନୀ ମିଶ୍ର, ପରାମର୍ଶଦାତା ଖଗେନ୍ଦ୍ର ପାଢ଼ୀଙ୍କ ସହିତ ଆଲୋଚନା କରିଥିଲେ। ସଚିବ ଶିକ୍ଷକଙ୍କ ମୁଖ୍ୟ ଦାବୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ୧୦ ଦିନ ମଧ୍ୟରେ ଚାକିରୀ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସାମୟିକ ସମୟ ପାଇଁ ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଅଛି। ଆଗାମୀ ୧୦ ଦିନ ଭିତରେ ନିୟମିତ ନକଲେ ପୁନଶ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାର ସଂଘ ନିଷ୍ପତ୍ତି ନେଇଅଛି।

ଓଡିଶା ବିଧାନସଭା ଘେରାଉ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.