Categories
ଆଜିର ଖବର ରାଜ୍ୟ ଖବର

ଟାଟା ପାୱାର ବିରୋଧରେ ଗର୍ଜନ କରିବ ନବନିର୍ମାଣ କୃଷକ ସଂଗଠନ, ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆସନ୍ତାକାଲି ଭୁବନେଶ୍ବରରେ ଗର୍ଜନ କରିବ ନବ ନିର୍ମାଣ କୃଷକ ସଂଗଠନ। ସୋମବାର ସକାଳ 11 ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକ ଆଡିକୁ ଯିବ। ସେଠାରେ ବିକ୍ଷୋଭକାରୀ ବିଧାନସଭା ଘେରାଉ କରିବେ। ଏ ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ଟାଟା ପାୱାର ରାଜ୍ୟର ଶକ୍ତି ବିତରଣ ହାତକୁ ନେବା ପରେ କୃଷକ ତଥା ବିଦ୍ୟୁତ ଗ୍ରାହକଙ୍କୁ ହଇରାଣ କରିବାରେ ଲାଗିଛି। ସେଥିପାଇଁ ଟାଟା ପାୱାର ଫେରିଯିବା ନେଇ ଆନ୍ଦୋଳନ କରାଯିବ। ସେହିପରି ସଂଗଠନର ପୂର୍ବ ଦାବୀ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ମଧ୍ୟ ରହିବ।

ନିକଟରେ ଡ୍ରାଇଭର ସଂଘ ବିଧାନସଭା ଘେରାଉ କରି ପୋଲିସକୁ ଲହୁଲୁହାଣ କରିଦେଇଥିଲେ। ତାହାକୁ ନଜରରେ ରଖି ବର୍ତ୍ତମାନ କୃଷକ ସଂଗଠନ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ବେଳେ ଜଣେ ଏସିପିଙ୍କ ସହ ୨୧ଜଣ ପୋଲିସ ଆହତ

ଭୁବନେଶ୍ବର: ପିଏମଜି ଛକରେ ବିଜେପି ଯୁବ ମୋର୍ଚ୍ଚା ଏବଂ ପୋଲିସ ମଧ୍ୟରେ ହୋଇଥିବା ଖଣ୍ଡ ଯୁଦ୍ଧରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଏ ନେଇ ଡିଜିପି ସୁନୀଲ ବଂଶଲ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନ ବେଳେ ଏସିପି ଅମିତାଭ ମହାପାତ୍ର ମୁଣ୍ଡରେ ଆଘାତ ହୋଇଛି।

ଏଥିସହିତ ଆଉ ତିନିଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସପିଟାଲ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଇନ ଶୃଙ୍ଖଳା ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ ନେତୃତ୍ବରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆଜି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଭୂବନେଶ୍ୱର ରାମମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ।

ଶୋଭାଯାତ୍ରା ପୂର୍ବରୁ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ। ଘଟଣାର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ଉନ୍ମୋଚନ କରିବା ପରିବର୍ତେ ଷଡଯନ୍ତ୍ର ରଚି ଘଟଣାକୁ ଚପାଇ ଦେବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି। ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।

ଆଇନଶୃଙ୍ଖଳା ନେଇ ପୂର୍ବରୁ ପଂଚାୟତ, ବ୍ଲକ ସ୍ତରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶହ ଶହ ଯୁବକ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଘେରାଉ କରିବା ସହ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏଆନ୍ଦୋଳନ ଜାରି ରହିବ ବୋଲି ଆଚାର୍ଯ୍ୟ କହିଛନ୍ତି।

ଏହି ଆନ୍ଦୋଳନରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ଶଂଶାଙ୍କ ରାଜ୍‌, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ୍ ଷଡଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ।

ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭଯାତ୍ରାକୁ ଅଟକାଇ ଥିଲେ। ପୋଲିସ ସହ ଧସ୍ତାଧସ୍ତା କାରଣରୁ ୫୦ରୁ ଅଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଆହତ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ୨ ଦଫା ନେଇ ବିଧାନସଭା ଘେରାଉ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ।

ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁ ନାହିଁ, ଫଳସୁରୁପ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି।

ଏଥି ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ, ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ, କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ। ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି।

ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୨୦ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି, ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଦାବି କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ସଂଘ ସଭାପତି ପଞ୍ଚାନନ ଜେନାଙ୍କ ପ୍ରଚେଷ୍ଟାରେ ୧୦ ହଜାର ଶିକ୍ଷକ ସରକାରଙ୍କ ବିରୁଦ୍ଧରେ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି। ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ସରକାରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ, ବିନୋଦ ମିଶ୍ର, ସତ୍ୟ ଭୂଷଣ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ଏବଂ ହଜାର ହଜାର ଶିକ୍ଷକ ସରକାରଙ୍କୁ ଆନ୍ଦୋଳନ ମାଧ୍ୟ୍ୟମରେ ଚେତାବନ ଦେଇଥିଲେ।

ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀକୁ ମାନି ସରକାର ଆଲୋଚନା ପାଇଁ ଡାକିଥିଲେ। ସଂଘ ପକ୍ଷରୁ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱତୀ ଏସ ଏବଂ ଅତିରିକ୍ତ ଶାସନ ସଚିବ ଅଶ୍ୱନୀ ମିଶ୍ର, ପରାମର୍ଶଦାତା ଖଗେନ୍ଦ୍ର ପାଢ଼ୀଙ୍କ ସହିତ ଆଲୋଚନା କରିଥିଲେ। ସଚିବ ଶିକ୍ଷକଙ୍କ ମୁଖ୍ୟ ଦାବୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ୧୦ ଦିନ ମଧ୍ୟରେ ଚାକିରୀ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସାମୟିକ ସମୟ ପାଇଁ ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଅଛି। ଆଗାମୀ ୧୦ ଦିନ ଭିତରେ ନିୟମିତ ନକଲେ ପୁନଶ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାର ସଂଘ ନିଷ୍ପତ୍ତି ନେଇଅଛି।

Categories
ଫଟୋ ଖବର

ବାହାର ରାଜ୍ୟ ଠିକାଦାରକୁ ବନ୍ଦ ଦାବୀରେ ଓଡିଶା କଣ୍ଟ୍ରାକ୍ଟର ସଂଘ ତରଫରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ALL ODISHA CONTRACTOR ASSOCIATION-10dafa dabi re all odisha contractor association Bidhansabha gherao