ଟାଟା ପାୱାର ବିରୋଧରେ ଗର୍ଜନ କରିବ ନବନିର୍ମାଣ କୃଷକ ସଂଗଠନ, ପ୍ରସ୍ତୁତି ଶେଷ

Published: Mar 19, 2023, 6:49 pm IST

ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆସନ୍ତାକାଲି ଭୁବନେଶ୍ବରରେ ଗର୍ଜନ କରିବ ନବ ନିର୍ମାଣ କୃଷକ ସଂଗଠନ। ସୋମବାର ସକାଳ 11 ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକ ଆଡିକୁ ଯିବ। ସେଠାରେ ବିକ୍ଷୋଭକାରୀ ବିଧାନସଭା ଘେରାଉ କରିବେ। ଏ ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ଟାଟା ପାୱାର ରାଜ୍ୟର ଶକ୍ତି ବିତରଣ ହାତକୁ ନେବା ପରେ କୃଷକ ତଥା ବିଦ୍ୟୁତ ଗ୍ରାହକଙ୍କୁ ହଇରାଣ କରିବାରେ ଲାଗିଛି। ସେଥିପାଇଁ ଟାଟା ପାୱାର ଫେରିଯିବା ନେଇ ଆନ୍ଦୋଳନ କରାଯିବ। ସେହିପରି ସଂଗଠନର ପୂର୍ବ ଦାବୀ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ମଧ୍ୟ ରହିବ।

ନିକଟରେ ଡ୍ରାଇଭର ସଂଘ ବିଧାନସଭା ଘେରାଉ କରି ପୋଲିସକୁ ଲହୁଲୁହାଣ କରିଦେଇଥିଲେ। ତାହାକୁ ନଜରରେ ରଖି ବର୍ତ୍ତମାନ କୃଷକ ସଂଗଠନ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Related posts