ଆସାମ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ : ୮୦ ପ୍ରତିଶତ ନମ୍ବର ରଖି ପାଶ୍‌ କଲେ ହିମା ଦାସ

Published: May 25, 2019, 1:28 pm IST
HIMADAS SCORED OVER 80%

ଆସାମ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସୁମଦାୟ ୨ ଲକ୍ଷ ୪୨୧ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କଳାରେ ୧ ଲକ୍ଷ ୮୬ ହଜାର ୧୮୭ ଜଣ, ବିଜ୍ଞାନରେ ୩୭ ହଜାର ୪୫୫ ଏବଂ ୧୮ ହଜାର ୨୯୧ ଜଣ ଛାତ୍ର ଛାତ୍ରୀ ବାଣିଜ୍ୟରେ ପାଶ କରିଛନ୍ତି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ପାଶ ହାର ଯଥାକ୍ରମେ ୭୫.୧୪, ୮୭.୫୯ ଏବଂ ୮୬.୫୯ ପ୍ରର୍ତିଶତ ରହିଛି। କଳାରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ଧିଙ୍ଗ ଏକ୍ସପ୍ରେସ୍‌ ହିମା ଦାସ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାଶ କରିଛନ୍ତି। ୨୦୧୭ରେ ୨୦ ବର୍ଷରୁ କମ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ୪୦୦ ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ୧୯ ବର୍ଷୀୟ ହିମା ଏକ ବର୍ଷ ବିଳମ୍ବରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ତୁର୍କୀରୁ ପ୍ରଶିକ୍ଷଣ ନେଇ ଫେରିବା ପରେ ସାଇ କେନ୍ଦ୍ରରେ ରହି ପରୀକ୍ଷା ଦେଇଥିଲେ ହିମା। ସୂଚନାଯୋଗ୍ୟ ଯେ, ଆହତ ସମସ୍ୟା ଯୋଗୁଁ ହିମା ଦୋହାରେ ଅନୁଷ୍ଠିତ ହେବାକୁ ଥିୁବା ଏସିଆନ୍‌ ଆଥ୍‌ଲେଟିକ୍ ଚାମ୍ପିୟନ୍‌ସିପ୍‌ରେ ଭାଗ ନେଇ ପାରୁ ନାହାନ୍ତି।

Related posts