
ନୂଆଦିଲ୍ଲୀ: ଗୁଜରାଟରେ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ ସେ ରାଜ୍ୟରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି।
ଗୁଜୁରାଟର ଦାୟିତ୍ୱରେ ଥିବା ରଘୁ ଶର୍ମା ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋର ପରାଜୟ ପାଇଁ ମୁଁ ଦାୟୀ ଅଟେ ଏବଂ ଏହି କାରଣରୁ ମୁଁ ମୋର ପଦବୀରୁ ଇସ୍ତଫା ଦେଉଛି। ଆପଣ ମୋର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ।
ଗୁଜୁରାଟ ନିର୍ବାଚନ ଫଳାଫଳରେ ଗତ ୨୭ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।