Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ
ଆଜିର ଖବର

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

December 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

ଭୁବନେଶ୍ୱର: ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ଆଜି ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ପରିଷଦର କାର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ।

ପରିଷଦର ବୈଠକରେ ରାଜ୍ୟରେ ବୁଣାକାର ଓ କାରିଗରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସଦସ୍ୟମାନେ ଆଲୋକପାତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତାମତ ରଖିଥିଲେ । ବୈଠକରେ ସଭାପତିତ୍ୱ କରି ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁ ରାଜ୍ୟର ସମସ୍ତ ବୁଣାକାର ଓ କାରିଗରମାନଙ୍କର ସମସ୍ୟା ଓ ଉନ୍ନତି ନିମନ୍ତେ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ସରକାରଙ୍କ ସହ ସମନ୍ୱୟ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉକ୍ତ ବୈଠକରେ ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶକ, ବୟନଶିଳ୍ପ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଯୋଗଦେଇ ସଦସ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ପରିଷଦର ସଦସ୍ୟ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ. ଅରବିନ୍ଦ କୁମାର ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026
Latest News

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.