ଜାମିନ ପାଇଲେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଂଜନ ସେଠୀ

Published: Dec 14, 2022, 6:41 pm IST

ଭୁବନେଶ୍ବର: ଶେଷରେ ଜାମିନ ପାଇଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ। ଏକ ହତ୍ୟାକାଣ୍ଡ ଘଟଣାରେ ଭଦ୍ରକ ଜେଲରେ ଅଛନ୍ତି ନିରଞ୍ଜନ। ପୂର୍ବରୁ ତଳ କୋର୍ଟ ଦ୍ୱାରା ଜାମିନ ନାକଚ ହୋଇଥିଲେ ହେଁ ହାଇକୋର୍ଟ ଦ୍ୱାରା ଜାମିନ ମିଳିଛି। ତେବେ ଏ ପର୍ଯ୍ୟନ୍ତ ଜାମିନ ନିର୍ଦ୍ଦେଶ ଜେଲକୁ ଆସି ନ ଥିବାରୁ ସେ ମୁକୁଳି ପାରି ନାହାଁନ୍ତି।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ସେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ। ଏଥି ସହିତ ସେତେବେଳେ ରାଜ କମ୍ୟୁନିକେସନର ମାଲିକ ରଂଜନ ଦାସ ମଧ୍ୟ ଗିରଫ ହୋଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ମଧ୍ୟ ଗିରଫ ହୋଇଛନ୍ତି।

Related posts