Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ସମିତିସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ଯୋଗାଣ ସହାୟକ
ଆଜିର ଖବର

ଚିଲିକା: ସମିତିସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ଯୋଗାଣ ସହାୟକ

December 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚିତ ସମିତି ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମାହାଙ୍ଗା ପଡିଛି। ଏହି ମାମଲାରେ ଯୋଗାଣ ସହାୟକ ବନ୍ଧା ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଅଭିଯୋଗ ମୁତାବକ ଚିଲିକା ବ୍ଲକ ହାଟବରଡ଼ି ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଉକ୍ତ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ତେବେ ପିଡ଼ିଏସ ସାମଗ୍ରୀରେ ହେରଫେର ହେଉଥିବା ଜଣାପଡିବାରୁ ମିନତୀ ପୁର୍ବରୁ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ସଞ୍ଜୟ ଆକ୍ରୋଶମୂଳକ ଭାବେ ତାଙ୍କୁ ଦୁର୍ବ୍ୟବହାର ଏବଂ ଜାତିଆଣ ଆକ୍ଷେପ କରିଥିବା ମିନତୀ ଏତଲାରେ ଦର୍ଶାଇଛନ୍ତି।

ସେହିପରି ଭାବେ ବିଗତଦିନରେ ସଞ୍ଜୟ ମିନତୀଙ୍କ ସ୍ୱାମୀ ଶୁକଦେବ ବେହେରାଙ୍କ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହ ଗ୍ରାମର ଜଣେ ଦିବ୍ୟାଙ୍ଗ ଓ ନାବାଳିକାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଶୁକଦେବଙ୍କ ବିରୋଧରେ ଅପପ୍ରଚାର କରିଥିଲେ।  ସଞ୍ଜୟ ପୁର୍ବରୁ ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ ଧମକ ଚମକ ଦେଇଥିବାର ଅଭିଯୋଗ କରିଛନ୍ତି ମିନତୀ। ମିନତୀଙ୍କ ଜୀବନକୁ ବିପଦ ଥିବାରୁ ଏବଂ ସମ୍ମାନ ହାନି ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି।

ଅପରପକ୍ଷରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିବା ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି। ସଞ୍ଜୟଙ୍କ ବିରୁଦ୍ଧରେ କେସ ନମ୍ବର ୮୪୦/୨୨ ରେ ଏକ ଜାତିଆଣ ମାମଲା ରୁଜୁ ହେବା ସହ ବହୁ ଦିଗରେ ତଦନ୍ତ ଜାରି ରହିଥିବାର ଶ୍ରୀ ବିଶ୍ୱାଳ କହିଛନ୍ତି।

ଚିଲିକା ଜାତିଆଣ ଆକ୍ଷେପ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

October 5, 2025

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

October 5, 2025

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ

October 5, 2025
Latest News

ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

October 5, 2025

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

October 5, 2025

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

କେବେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ?: ସବୁ କିଛି ସ୍ପଷ୍ଟ କଲେ ସିଇସି ଜ୍ଞାନେଶ କୁମାର

October 5, 2025

ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.