Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଶକ୍ତି ସଂରକ୍ଷଣ ଦିବସ : ନିଆଁ, ପାଣି, ପବନ ସହିତ ବିଜୁଳି ଚତୁର୍ଥ ଆବଶ୍ୟକତା
ଆଜିର ଖବର

ଜାତୀୟ ଶକ୍ତି ସଂରକ୍ଷଣ ଦିବସ : ନିଆଁ, ପାଣି, ପବନ ସହିତ ବିଜୁଳି ଚତୁର୍ଥ ଆବଶ୍ୟକତା

December 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
energyday
ଜାତୀୟ ଶକ୍ତି ସଂରକ୍ଷଣ ଦିବସ : ନିଆଁ, ପାଣି, ପବନ ସହିତ ବିଜୁଳି ଚତୁର୍ଥ ଆବଶ୍ୟକତା

ଭୁବନେଶ୍ୱର: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଭୁବନେଶ୍ୱରରେ ଆୟୋଜିତ ଏକ ରୋଡ ସୋ ରାଲିକୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ।

ମନ୍ତ୍ରୀ ଶ୍ରୀ ଦେବ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି ବର୍ତ୍ତମାନ ଭଳି ଉଚ୍ଚ ହାରରେ ବିଜୁଳି ଚାହିଦା ବୃଦ୍ଧି ପାଏ ତେବେ ଭବିଷ୍ୟତରେ ବିଜୁଳି ଅଭାବ ଦେଖାଦେବ। ଯେଉଁ ଜିନିଷ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ସେହି ଜିନିଷର ସଂରକ୍ଷଣ କରିବା, ତାହାକୁ ସଂରକ୍ଷିତ କରିବା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ସମସ୍ତଙ୍କର କର୍ତ୍ତବ୍ୟ।

ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି । ତେଣୁ ଶକ୍ତି ସଂରକ୍ଷଣ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବା ନିହାତି ଆବଶ୍ୟକ । ସମଗ୍ର ଓଡିଶାରେ ଶକ୍ତି ସଞ୍ଚୟ ପାଇଁ ଏହି ଜନସଚେତନତା ଅଭିଯାନ ଜାରି ରହିବ ବୋଲି ସେ କହିଥିଲେ।

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନସଚେତନତା ସୃଷ୍ଟି ପାଇଁ ଶକ୍ତି ସଂରକ୍ଷଣ ରାଲିରେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ସହର ଏବଂ ଗ୍ରାମ ପଞ୍ଚାୟତର ପ୍ରମୁଖ ସ୍ଥାନମାନଙ୍କରେ ଶକ୍ତି ସଂରକ୍ଷଣ ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରାଯାଇଛି ।

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଶକ୍ତି ଦକ୍ଷତା ଓ ଶକ୍ତି ସଂରକ୍ଷଣ ଦିଗରେ ଅନନ୍ୟ ଅବଦାନ ପାଇଁ ବିଭିନ୍ନ ବର୍ଗରେ ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେଣ୍ଟର ଫର ଏନଭାୟରନମେଣ୍ଟାଲ ଷ୍ଟଡିଜ୍‌ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଓ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ଭୁବନେଶ୍ୱରସ୍ଥିତ ବିକେ କଲେଜ ଅଫ୍‌ ଆର୍ଟସ ଆଣ୍ଡ କ୍ରାଫଫରେ ଶକ୍ତି ସଂରକ୍ଷଣ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିୟୋଗିତା ଆୟୋଜିତ ହୋଇଥିଲା । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ)- ତଥା- ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶକ୍ତି ଦକ୍ଷତା ଓ ଏହାର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା ଏକ ଅଭିନବ ପଦକ୍ଷେପ ।

ଏହି କାର୍ଯ୍ୟକ୍ରମରେ ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ) ଶ୍ରୀ ସୁରେଶ ଚନ୍ଦ୍ର ମହାରଣା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Latest News

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.