Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ମଚାରୀଙ୍କୁ ଶକ୍ତିଶାଳୀ ନୁହେଁ ଦକ୍ଷ କରିବା ମୋର ଲକ୍ଷ୍ୟ : ମୋଦି
ଆଜିର ଖବର

କର୍ମଚାରୀଙ୍କୁ ଶକ୍ତିଶାଳୀ ନୁହେଁ ଦକ୍ଷ କରିବା ମୋର ଲକ୍ଷ୍ୟ : ମୋଦି

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସପ୍ତଦଶ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ମତଦାତାମାନେ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶର ଶାସନ ଭାର ଦେଇଛନ୍ତି। ନିର୍ବାଚନରେ ବିଜେପି ୩୦୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୫୩ ଆସନ ହାସଲ କରିଛି। ଏବେ ଦେଶର ନଜର ଶପଥଗ୍ରହଣଠାରୁ ଆରମ୍ଭ କରି ମୋଦୀଙ୍କ ୨ୟ କ୍ୟାବିନେଟ ଗଠନ ଉପରେ ରହିଛି। ତେବେ ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶନିବାର ଉଦବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ କହିଥିଲେ ଯେ, ମୋର ଚିନ୍ତାଧାରା ପିଏମଓକୁ ପ୍ରଭାବୀ କରିବା ନୁହେଁ, ବରଂ ଦକ୍ଷ କରିବା। ପ୍ରଭାବୀ କରିବା ଦ୍ବାରା ଏହା ହୁଏ ଯେ, ଆମେ ନିଜର ଦାୟିତ୍ଵ ଅନ୍ୟମାନଙ୍କ ଉପରେ ଛାଡ଼ି ଦେଇଥାଉ। କିଛି କାମ ଥିଲେ ଜଣେ ବ୍ୟକ୍ତି ଅନ୍ୟକୁ କହିବ ଏଇଟା କରିଦିଅ। ୨ୟ ବ୍ୟକ୍ତି ୩ୟ ବ୍ୟକ୍ତିଙ୍କୁ କହିବ ଭାଇ ଏଇଟା ଜରୁରୀ କାମ, କରିଦିଅ। କିନ୍ତୁ ଦକ୍ଷତାର ଲାଭ ହେଉଛି, ଯେକୌଣସି କାମ ପ୍ରଥମ ବ୍ୟକ୍ତି ପାଖରେ ହିଁ ପୂରା ହୋଇଯାଇଥାଏ। ଏହା ହେଉଛି ଦକ୍ଷ ହେବାର ଫାଇଦା। ମୁଁ ମୋ ଭିତରେ ଥିବା ଛାତ୍ରର ଗୁଣକୁ କେବେ ମରିବାକୁ ଦେବିନାହିଁ। ଏହାକୁ ସର୍ବଦା ଜୀବିତ ରଖିବି। ଏଥିରୁ ମୋତେ ଆପଣମାନଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିବ। ମୁଁ ସବୁବେଳେ ଲୋକଙ୍କଠାରୁ କିଛି ନା କିଛି ଶିଖିଆସିଛି। ଆଗକୁ ବି ଶିଖୁଥିବି ବୋଲି ମୋଦୀ ଉଦବୋଧନ ଦେବା ଅବସରରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କହିଥିଲେ। ଏହା ସହିତ ମୋଦୀ ନିର୍ବାଚନରେ ସଫଳତା ପାଇଁ ପିଏମଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସଫଳତାର ଶ୍ରେୟ କର୍ମଚାରୀଙ୍କୁ ଦେବି ବୋଲି ମୋଦୀ କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026
Latest News

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.