Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତୀ ଆତଙ୍କ, ୩ ବନ୍ୟ ପ୍ରାଣୀ କର୍ମଚାରୀ ଆହତ
ଆଜିର ଖବର

ହାତୀ ଆତଙ୍କ, ୩ ବନ୍ୟ ପ୍ରାଣୀ କର୍ମଚାରୀ ଆହତ

December 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଖୋରଧା ବନ ଖଣ୍ଡ ଟାଙ୍ଗୀ ରେଂଜର ଅଂଚଳରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ। ଦିନ ବେଳା ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ।  ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି ବିପନ୍ନ ହେଉଛି। ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଅଛି। କିଭଳି ଭଲ ଅମଳ ହେଲେ ବର୍ଷ ଯାକ ଚଳିବ ଚଷା ପୁଅ, ହେଲେ ଚଷା ପୁଅର ସବୁ ଆଶା ଭରସା ଦଳି ମକଚି ହୋଇ ଯାଇଛି ହାତୀ ପଲଙ୍କ ପାଦରେ।

ଆଜି ରାତିରେ ଖୋରଧା ବନ ଖଣ୍ଡ ଟାଙ୍ଗୀ ରେଂଜର ଉଗ୍ରତାରା ଜଙ୍ଗଲରୁ ବାହାରି ଆସି ୧୭ ଟି କିଆ ହାତୀ ପଲ ମଚାଇଛନ୍ତି ଆତଙ୍କ ରାଜ। ଏହି ହାତୀ ପଲରେ ୭ ଛୁଆ ହାତୀ, ୫ ଦନ୍ତା ଓ ୫ ମାଇ ହାତୀ ଥିବା ଦେଖିବାକୁ ମିଳିଛି। ଏହି ହାତୀ ପଲଙ୍କ ପାଦରେ କନ୍ଧନୟାଗଡ, ଚାନ୍ଦପୁର, ଭଜାଗଡ, ମଙ୍ଗଳାଯୋଡି, ଟାଙ୍ଗୀ, ତାରିମୀ, ବଡପାରୀ, ଝରିଆ ଅଦି ଅଂଚଳରେ ଥିବା ଏକର ଏକର ଧାନ ଫସଲ ନଷ୍ଟ ଭଷ୍ଟ ହୋଇ ଯାଇଛି। ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ଚାଷୀ ବନ ଵିଭାଗ ଉପରେ ଦୋଷ ଲଦିଛନ୍ତି ଲୋକେ। ଶହ ଶହ ଚାଷୀ ହାତରେ ଟର୍ଚ ଲାଇଟ୍, ଠେଙ୍ଗା ଆଦି ଧରି ହାତୀ ମାନଙ୍କୁ ଘଉଡାଇବାରେ ଲାଗି ପଡିଛନ୍ତି।

ହାତୀ ପଲଙ୍କୁ ଚାଷୀମାନେ ଘଉଡାଉ ଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ରହି ଯାଇଥିଲେ ହାତୀ ପଲ। ରାସ୍ତାରେ ଶହ ଶହ ଗାଡି ମୋଟର ଯାତାୟତ କରୁଥିବାରୁ ଚିନ୍ତା ବଢି ଯାଇଥିଲା ସମସ୍ତଙ୍କର। ହାତୀ ପଲ କିଭଳି ରାସ୍ତା ଅତିକ୍ରମ ଅତିକ୍ରମ କରିବେ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍., ବନ କର୍ମଚାରୀ, ବନ୍ୟ ପ୍ରାଣୀ କର୍ମଚାରୀ ମିଳିତ ଭାବେ ଜାତୀୟ ରାଜପଥ ଉପରେ ଗାଡି ଚଳା ଚଳକୁ ବନ୍ଦ କରିଥିଲେ। ଫଳରେ ହାତୀମାନେ ରାସ୍ତା ଅତିକ୍ରମ କରି ଝରିଆ ଗ୍ରାମ ଆଡକୁ ପଳାଇଥିଲେ।

ହାତୀ ପଲ ଝରିଆ ଗ୍ରାମ ଆଡକୁ ଯାଉଥିବାର ଗ୍ରାମବାସୀମାନେ ଖବର ପାଇବା ପରେ ନିଜ ଧାନ କ୍ଷେତକୁ ସୁରକ୍ଷା ଦେବା ପାଇଁ ହାତୀ ପଲକୁ ଘଉଡାଇବାରେ ଲାଗି ପଡିଥିଲେ। ଏହି ସମୟରେ ବନ କର୍ମଚାରୀ ମାନେ ପହଂଚି ଯିବାରୁ ଉତ୍ତ୍ୟକ୍ତ ଗ୍ରାମଵାସୀ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୩ ଜଣ ବନ୍ୟ ପ୍ରାଣୀ କର୍ମଚାରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିସ୍ଚିତ ହେଉଥିବା ଜଣା ପଡିଛି।  ତେବେ ଟାଙ୍ଗୀ ବନ ବିଭାଗ ରେଂଜର ଦେବାଶିଷ ଭୋଇ ହାତୀ ଘଉଡାଇବା ପାଇଁ ଆଖି ଦୃଷ୍ଟିଆ ପଦକ୍ଷେପ ନେଉ ନଥିବାରୁ ଚାଷୀ ମାନେ କ୍ଷୁବ୍ଧ ହେଉଛନ୍ତି। ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

କର୍ମଚାରୀ ଆହତ ହାତୀ ଆତଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.