Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!, ନାକଟିଦେଉଳ ଅଂଚଳରେ ହାତୀ ଆତଙ୍କ, ବନବିଭାଗ ନାକେଦମ୍

କନ୍ଦର୍ପ ବେହେରା

ରେଢ଼ାଖୋଲ: କିଛିଦିନ ହେଲା ନାକଟିଦେଉଳ ବ୍ଲକ୍ ଅଂଳରେ ଏକ ଦନ୍ତା ହାତୀ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ତାକୁ ଘଉଡାଇବାରେ ବିଫଳ ହୋଇଛି।

ପ୍ରକାଶ ଯେ,ଏକ ଦନ୍ତା ହାତୀ କିଛି ଦିନ ହେଲା ନାକଟିଦେଉଳ, ରେଢ଼ାଖୋଲ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଂଚଳରେ ଥିବା ଗାଁ ମାନଙ୍କୁ ଆସି ଘର ଭାଙ୍ଗିବା ସହ ଘର ଭିତରୁ ଧାନ ବସ୍ତା ଟେକି ନେଉଥିବା ଜଣା ପଡ଼ିଛି।

ଗତକାଲି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ବ୍ରହ୍ମଣୀପାଲି ଗ୍ରାମର ଭରତ ଶବରଙ୍କ ଘର ଭାଙ୍ଗି ନାରଖାର କରିଦେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲଦାର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଘର ଛପର ପାଇଁ ପୋଲିଥିନ୍ ପଠାଇଥିବା ବେଳେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ ଚାଉଳର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଗ୍ରାମରେ ଥିବା ବନସୁରକ୍ଷା ସମିତିର ସଭ୍ୟମାନେ ଘର ତିଆରୀ କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଇ ଦନ୍ତା ହାତୀଟି ଲୋକମାନଙ୍କର ଘର ଦ୍ବାର ଭାଙ୍ଗୀ ଦେଉଥିବା ବେଳେ ତାକୁ ଘଉଡାଇବାରେ ବନବିଭାଗ ନାକେଦମ୍ ହୋଇପଡ଼ିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆତଙ୍କ, ୩ ବନ୍ୟ ପ୍ରାଣୀ କର୍ମଚାରୀ ଆହତ

ରଣପୁର: ଖୋରଧା ବନ ଖଣ୍ଡ ଟାଙ୍ଗୀ ରେଂଜର ଅଂଚଳରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ। ଦିନ ବେଳା ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ।  ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି ବିପନ୍ନ ହେଉଛି। ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଅଛି। କିଭଳି ଭଲ ଅମଳ ହେଲେ ବର୍ଷ ଯାକ ଚଳିବ ଚଷା ପୁଅ, ହେଲେ ଚଷା ପୁଅର ସବୁ ଆଶା ଭରସା ଦଳି ମକଚି ହୋଇ ଯାଇଛି ହାତୀ ପଲଙ୍କ ପାଦରେ।

ଆଜି ରାତିରେ ଖୋରଧା ବନ ଖଣ୍ଡ ଟାଙ୍ଗୀ ରେଂଜର ଉଗ୍ରତାରା ଜଙ୍ଗଲରୁ ବାହାରି ଆସି ୧୭ ଟି କିଆ ହାତୀ ପଲ ମଚାଇଛନ୍ତି ଆତଙ୍କ ରାଜ। ଏହି ହାତୀ ପଲରେ ୭ ଛୁଆ ହାତୀ, ୫ ଦନ୍ତା ଓ ୫ ମାଇ ହାତୀ ଥିବା ଦେଖିବାକୁ ମିଳିଛି। ଏହି ହାତୀ ପଲଙ୍କ ପାଦରେ କନ୍ଧନୟାଗଡ, ଚାନ୍ଦପୁର, ଭଜାଗଡ, ମଙ୍ଗଳାଯୋଡି, ଟାଙ୍ଗୀ, ତାରିମୀ, ବଡପାରୀ, ଝରିଆ ଅଦି ଅଂଚଳରେ ଥିବା ଏକର ଏକର ଧାନ ଫସଲ ନଷ୍ଟ ଭଷ୍ଟ ହୋଇ ଯାଇଛି। ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ଚାଷୀ ବନ ଵିଭାଗ ଉପରେ ଦୋଷ ଲଦିଛନ୍ତି ଲୋକେ। ଶହ ଶହ ଚାଷୀ ହାତରେ ଟର୍ଚ ଲାଇଟ୍, ଠେଙ୍ଗା ଆଦି ଧରି ହାତୀ ମାନଙ୍କୁ ଘଉଡାଇବାରେ ଲାଗି ପଡିଛନ୍ତି।

ହାତୀ ପଲଙ୍କୁ ଚାଷୀମାନେ ଘଉଡାଉ ଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ରହି ଯାଇଥିଲେ ହାତୀ ପଲ। ରାସ୍ତାରେ ଶହ ଶହ ଗାଡି ମୋଟର ଯାତାୟତ କରୁଥିବାରୁ ଚିନ୍ତା ବଢି ଯାଇଥିଲା ସମସ୍ତଙ୍କର। ହାତୀ ପଲ କିଭଳି ରାସ୍ତା ଅତିକ୍ରମ ଅତିକ୍ରମ କରିବେ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍., ବନ କର୍ମଚାରୀ, ବନ୍ୟ ପ୍ରାଣୀ କର୍ମଚାରୀ ମିଳିତ ଭାବେ ଜାତୀୟ ରାଜପଥ ଉପରେ ଗାଡି ଚଳା ଚଳକୁ ବନ୍ଦ କରିଥିଲେ। ଫଳରେ ହାତୀମାନେ ରାସ୍ତା ଅତିକ୍ରମ କରି ଝରିଆ ଗ୍ରାମ ଆଡକୁ ପଳାଇଥିଲେ।

ହାତୀ ପଲ ଝରିଆ ଗ୍ରାମ ଆଡକୁ ଯାଉଥିବାର ଗ୍ରାମବାସୀମାନେ ଖବର ପାଇବା ପରେ ନିଜ ଧାନ କ୍ଷେତକୁ ସୁରକ୍ଷା ଦେବା ପାଇଁ ହାତୀ ପଲକୁ ଘଉଡାଇବାରେ ଲାଗି ପଡିଥିଲେ। ଏହି ସମୟରେ ବନ କର୍ମଚାରୀ ମାନେ ପହଂଚି ଯିବାରୁ ଉତ୍ତ୍ୟକ୍ତ ଗ୍ରାମଵାସୀ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୩ ଜଣ ବନ୍ୟ ପ୍ରାଣୀ କର୍ମଚାରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିସ୍ଚିତ ହେଉଥିବା ଜଣା ପଡିଛି।  ତେବେ ଟାଙ୍ଗୀ ବନ ବିଭାଗ ରେଂଜର ଦେବାଶିଷ ଭୋଇ ହାତୀ ଘଉଡାଇବା ପାଇଁ ଆଖି ଦୃଷ୍ଟିଆ ପଦକ୍ଷେପ ନେଉ ନଥିବାରୁ ଚାଷୀ ମାନେ କ୍ଷୁବ୍ଧ ହେଉଛନ୍ତି। ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।