Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ
ଆଜିର ଖବର

ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

September 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହାତୀ ଆତଙ୍କ। ଭରତପୁର-ଚନ୍ଦକା ରାସ୍ତାର ଅନ୍ଧାରୁଆ ଛକ ନିକଟରେ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ହାତୀ ଚଳପ୍ରଚଳ କରୁଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ହାତୀଟିର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଏହା ଛୋଟେଇ ଛୋଟେଇ ଚାଲୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆହତ ଦନ୍ତା ହାତୀଟି ଅନ୍ଧାରୁଆ ଛକ ଉପରେ ବୁଲୁଥିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ହାତୀର ସୁରକ୍ଷା ଏବଂ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ତାକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଏହି ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ହାତୀଟି ପୁଣି ରାସ୍ତା ଉପରକୁ ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ପଠାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଭରତପୁର-ଚନ୍ଦକା ରାସ୍ତା ହାତୀ ଆତଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକାରେ ଜଳପ୍ରଳୟ! ୧୦ରୁ ୧୨ ଫୁଟ ପାଣିରେ ବୁଡ଼ିଲା ସହର, ଡାକ୍ତରଖାନାରେ ଫସିଲେ ପ୍ରସୂତି

October 29, 2026

ବିହାର ରାଜନୀତିରେ ନୂଆ ଝଡ଼! ଜିତିବା ପରେ ନୀରଜ କୁମାରଙ୍କ ବଡ଼ ବୟାନ

October 29, 2026

‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣରେ ସମାବେଶୀ ବିକାଶ ଆମର ଲକ୍ଷ୍ୟ: ଅମିତ ଶାହ

October 29, 2026

ପୋଲିସ ସେବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରମାଣପତ୍ର ଅପଡେଟ୍ ସମୟସୀମା ବୃଦ୍ଧି

October 29, 2026
Latest News

ଆସିକାରେ ଜଳପ୍ରଳୟ! ୧୦ରୁ ୧୨ ଫୁଟ ପାଣିରେ ବୁଡ଼ିଲା ସହର, ଡାକ୍ତରଖାନାରେ ଫସିଲେ ପ୍ରସୂତି

October 29, 2026

ବିହାର ରାଜନୀତିରେ ନୂଆ ଝଡ଼! ଜିତିବା ପରେ ନୀରଜ କୁମାରଙ୍କ ବଡ଼ ବୟାନ

October 29, 2026

‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣରେ ସମାବେଶୀ ବିକାଶ ଆମର ଲକ୍ଷ୍ୟ: ଅମିତ ଶାହ

October 29, 2026

ପୋଲିସ ସେବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରମାଣପତ୍ର ଅପଡେଟ୍ ସମୟସୀମା ବୃଦ୍ଧି

October 29, 2026

ଚାଷୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ପ୍ରଦାନ କରାଯିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.