ସାବଧାନ!, ନାକଟିଦେଉଳ ଅଂଚଳରେ ହାତୀ ଆତଙ୍କ, ବନବିଭାଗ ନାକେଦମ୍

Published: Jan 24, 2023, 8:41 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: କିଛିଦିନ ହେଲା ନାକଟିଦେଉଳ ବ୍ଲକ୍ ଅଂଳରେ ଏକ ଦନ୍ତା ହାତୀ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ତାକୁ ଘଉଡାଇବାରେ ବିଫଳ ହୋଇଛି।

ପ୍ରକାଶ ଯେ,ଏକ ଦନ୍ତା ହାତୀ କିଛି ଦିନ ହେଲା ନାକଟିଦେଉଳ, ରେଢ଼ାଖୋଲ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଂଚଳରେ ଥିବା ଗାଁ ମାନଙ୍କୁ ଆସି ଘର ଭାଙ୍ଗିବା ସହ ଘର ଭିତରୁ ଧାନ ବସ୍ତା ଟେକି ନେଉଥିବା ଜଣା ପଡ଼ିଛି।

ଗତକାଲି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ବ୍ରହ୍ମଣୀପାଲି ଗ୍ରାମର ଭରତ ଶବରଙ୍କ ଘର ଭାଙ୍ଗି ନାରଖାର କରିଦେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲଦାର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଘର ଛପର ପାଇଁ ପୋଲିଥିନ୍ ପଠାଇଥିବା ବେଳେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ ଚାଉଳର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଗ୍ରାମରେ ଥିବା ବନସୁରକ୍ଷା ସମିତିର ସଭ୍ୟମାନେ ଘର ତିଆରୀ କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଇ ଦନ୍ତା ହାତୀଟି ଲୋକମାନଙ୍କର ଘର ଦ୍ବାର ଭାଙ୍ଗୀ ଦେଉଥିବା ବେଳେ ତାକୁ ଘଉଡାଇବାରେ ବନବିଭାଗ ନାକେଦମ୍ ହୋଇପଡ଼ିଥିବା ସୂଚନା ମିଳିଛି।

Related posts