Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ଜଗନ ମୋହନ ରେଡ୍ଡି
ଆଜିର ଖବର

ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ଜଗନ ମୋହନ ରେଡ୍ଡି

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
jagan mohan
jagan mohan

ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଓ୍ୱାଇଏସଆର୍ କଂଗ୍ରେସ ସଭାପତି ଜଗନ ରେଡ୍ଡୀ।  ଶନିବାର ଦିନ ଓ୍ୱାଇଏସଆର୍ କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନୀ ଫଳାଫଳରେ ଯେତେବେଳ ସମସ୍ତ ଫୋକ୍‌ସ୍‌ ବିଜେପି ଉପରେ ରହିଥିଲା, ସେତେବେଳ ଆନ୍ଧ୍ରପ୍ରଦେଶର ବିଧାନସଭା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସନରେ ଥିବା ଟିଡିପକୁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ବହୁମତ ଦ୍ବାରା ଗାଦିଚ୍ୟୁତ କରିଦେଇଥିଲା । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ୧୭୫ ବିଧାନସଭା ଆସନରୁ ୧୫୨ଟି ଆସନ ଜିତିଥିଲା । ତେଲୁଗୁ ଦେଶମ୍‌ ପାର୍ଟିର ଅବସ୍ଥା ବେଶ୍‌ ନିରାଶଜନକ ରହିଥିଲା । ସେହିପରି ରାଜ୍ୟରେ ୨୫ ସାଂସଦ ଆସନରୁ ଓ୍ୱାଇଏସଆର୍ ୨୨ଟି ଏବଂ ଟିଡିପି ୩ଟି ଆସନ ପାଇଛନ୍ତି। ଏହି ଅବସରରେ ଜଗନ ମୋହନ କହିଛନ୍ତି ଯେ, ଚନ୍ଦ୍ରବାବୁଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି । ୨୦୧୪ରେ ଚନ୍ଦ୍ରବାବୁ ଓ୍ବାଇଏସ୍‌ଆର୍‌ କଂଗ୍ରେସର ୨୩ ଜଣ ବିଧାୟକଙ୍କୁ କିଣି ନେଇଥିଲେ । ସେହିପରି ୩ଜଣ ସାଂସଦଙ୍କୁ ମଧ୍ୟ ଅବୈଧ ରୂପେ ହଟାଇଥିଲେ । ଚଳିତ ଥର ଟିଡିପି ଲୋକସଭାରେ ୩ଟି ଆସନ ଓ ବିଧାନସଭାରେ ୨୩ଟି ଆସନ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026
Latest News

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.