ବଢିବ ଶକ୍ତି: ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ମୋର୍ମୁଗାଓ

Published: Dec 18, 2022, 4:33 pm IST

ନୂଆଦିଲ୍ଲୀ: ଚୀନ ସହିତ ବିବାଦ ମଧ୍ୟରେ ଆଜି ଭାରତୀୟ ନୌସେନାକୁ ମିଳିଛି ଆଇଏନ୍‌ଏସ୍‌ ମୋର୍ମୁଗାଓ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପି୧୫ବି ଷ୍ଟିଲ୍‌ଥ ଗାଇଡେଡ୍‌ ମିଶାଇଲ ବିଧ୍ୱଂସକାରୀ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମୋର୍ମୁଗାଓ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇଛନ୍ତି।

ମାଜାଗନ୍‌ ଡକ୍‌ ଶିପ୍‌ବିଲ୍ଡର୍ସ ଲିମିଟେଡ୍‌, ମୁମ୍ବାଇ ଦ୍ୱାରା ନିର୍ମିତ ଏହି ଯୁଦ୍ଧଜାହାଜର ଡିଜାଇନ୍‌ ୱାର୍‌ଶିପ୍‌ ଡିଜାଇନ ବ୍ୟୁରୋ କରିଛି।

ଗତ ବର୍ଷ ଡିସେମ୍ବର ୧୯ରେ ପ୍ରଥମ କରି ଆଇଏନ୍‌ଏସ୍‌ ମୋର୍ମୁଗାଓର ଜଳାବତରଣ କରାଯାଇଥିଲା। ଏହଦିନ ଗୋଆ ପର୍ତ୍ତୁଗାଲ ଶାସନରୁ ସ୍ୱାଧୀନ ହେବାର ୬୦ ବର୍ଷ ପୂରଣ କରିଥିଲା। ଏହି ଶକ୍ତିଶାଳୀ ଯୁଦ୍ଧଜାହାଜର ଲମ୍ବ ୧୬୩ ମିଟର ଏବଂ ପ୍ରସ୍ତ ୧୭ ମିଟର। ଏହାର ଓଜନ ୭,୪୦୦ ଟନ୍‌। ଏଥିରେ ୪ ଶକ୍ତିଶାଳୀ ଗ୍ୟାସ୍‌ ଟର୍ବାଇନ ରହିଥିବାବେଳେ ସମୁଦ୍ରରେ ୩୦ ନଟ୍‌ରୁ ଅଧିକ ବେଗରେ ଗତିକରିପାରିବ। ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମଧ୍ୟ ଏହି ଜାହାଜ ମୁକାବିଲା କରିପାରିବ।

Related posts