ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭା ଭଙ୍ଗ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଉପଦେଶରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିବା ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା ୨୦୧୯ ଲୋକସଭାରେ ବିଜୟ ହାସଲ କରିଥିବା ପ୍ରାର୍ଥୀ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାମୂହିକ ଭାବେ ଇସ୍ତଫା ପତ୍ର ଦେଇଥିଲେ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ପରିଷଦଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ନୂତନ ପ୍ରଧାନମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ନିଜ ପଦବୀରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତି ଭବନର ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି କ୍ୟାବିନେଟ୍ର ସୁପାରିଶ୍କୁ ସ୍ବୀକାର କରି ସମ୍ବିଧାନ ୮୫ର ଆର୍ଟକିଲ୍ର ୨(ବି)ର ସହ ଉପବନ୍ଧକୁ ଉପଯୋଗ କରି ୧୬ତମ ଲୋକସଭା ଭାଙ୍ଗିବାକୁ ଅନୁମୋଦନ କରିଛନ୍ତି । ଏହି ଲୋକସଭାର କାର୍ଯ୍ୟକାଳ ଜୁନ୍ ୩ ତାରିଖରେ ସମାପ୍ତ ହେବାକୁ ରହିଛି ।
୧୬ତମ ଲୋକସଭା ଭଙ୍ଗ କରିବାକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
Published:
May 25, 2019, 5:40 pm IST
Tags: