ନୂତନ ସରକାର ଗଠନ ପାଇଁ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ

Published: May 25, 2019, 6:11 pm IST
NDA parilamentary board meeting

ଶନିବାର ଦିନ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅମିତ ଶାହା, ଲାଲକୃଷ୍ଣ ଆଡଭାନୀ, ନରେନ୍ଦ୍ର ମୋଦି, ରାଜନାଥ ସିଂ, ନୀତିନ ଗଡକରୀ, ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ, ନିତିଶ୍‌ କୁମାର, ପ୍ରକାଶ ସିଂ ବାଦଲ ତଥା ଏନଡିଏର ସମସ୍ତ ନେତୃବୃନ୍ଦଙ୍କ ସହିତ ଏନଡିଏର ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀ ରହିଛନ୍ତି । ଏହି ବୈଠକରେ ଯୋଗଦେଇଛନ୍ତି ଓଡ଼ିଶାର ନବନିର୍ବାଚିତ  ୮ଜଣ ସାଂସଦ । ବିଜେପି ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦି ବିଜେପିର ନେତା ରୂପେ ନିର୍ବାଚିତ ହେବା ସହିତ ଏନଡିଏର ସଂସଦୀୟ ଦଳର ନେତା ରୂପେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

Related posts