Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ର ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ର ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା

December 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ନିରୀକ୍ଷଣ ସମୟରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ଏବଂ ମହତ୍ତ୍ୱ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ।

ବିକାଶମୂଳକ କାର୍ଯ୍ୟକୁ ଧ୍ୟାନରେ ରଖି ଶ୍ରୀ ସୁନକର ସୂଚନା ଦେଇଛନ୍ତି ଯେ ଏହି ଷ୍ଟେସନ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସମଗ୍ର ଭାରତରେ ରେଳ ଯାତ୍ରୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୁବିଧା ସହିତ ଉନ୍ନତମାନର ଯାତ୍ରୀ ପରିସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନ କରିବା ପରିକଳ୍ପନାର ଏକ ଅଂଶ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ କାର୍ଯ୍ୟକାରୀତା ସମ୍ବନ୍ଧରେ ନଜର ରଖିଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ୍ୟତା ପାଉଅଛି। ଏହି ଷ୍ଟେସନ ନିର୍ମାଣର ଶୀଘ୍ର କାର୍ଯ୍ୟ ସମ୍ପାଦନ ଓ କାର୍ଯ୍ୟକାରିତା ପାଇଁ ଶ୍ରୀ ବୈଷ୍ଣବ ମଧ୍ୟ ଜୋର ଦେଇଛନ୍ତି ବୋଲି ଶ୍ରୀ ସୁନକର କହିଛନ୍ତି।

ଶ୍ରୀ ସୁନକର ମଧ୍ୟ ଭିତ୍ତିଭୂମି ବିକାଶ ସହ ଜଡିତ ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, କନକୋର୍ସ, ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାଞ୍ଚ କରିଥିଲେ ଯାହା ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକ। ଏହା ବ୍ୟତୀତ ପ୍ରକଳ୍ପର ଦୈନନ୍ଦିନ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ସାଇଟ ଅଫିସ, ଷ୍ଟେସନ ପରିଷ୍କାର ପରିଚ୍ଛନ୍ନତା, ଯାତ୍ରୀଙ୍କ ସୁବିଧା ମଧ୍ୟ ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚ ସମୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ମୁଖ୍ୟାଳୟ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ରୂପ ନାରାୟଣ ସୁନକର
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.