Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଦିଆଗଲା ଦକ୍ଷତା ବୃଦ୍ଧି ତାଲିମ ଶିବିର
ଆଜିର ଖବର

କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଦିଆଗଲା ଦକ୍ଷତା ବୃଦ୍ଧି ତାଲିମ ଶିବିର

December 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Krushi Equipments
କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଦିଆଗଲା ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭୁବନେଶ୍ୱର: କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକଫର, ପାୱାର ଟିଲର, ପମ୍ପସେଟ୍‌, ରିପର୍ସ ପାୱାର ଉଇଡର୍‌ ଆଦି କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷିତ ଓ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଆଜି ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

କୃଷି ଭବନଠାରେ ଆୟୋଜିତ ତାଲିମ ଶିବିରର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଯୁବକଯୁବତୀମାନଙ୍କର ଦକ୍ଷତା ବୃଦ୍ଧିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ନିଗମ ପକ୍ଷରୁ ରାଜ୍ୟର ବେରୋଜଗାର ଶିକ୍ଷିତ ଯୁବକଯୁବତୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ବିନା ଦେୟରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି।

ଏହା ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହିତ ଚାଷୀମାନେ ସୁବିଧାରେ କୃଷି ଯନ୍ତ୍ରପାତିର ମରାମତି କରାଇପାରିବେ। ଏଥି ପାଇଁ ଚାଷୀମାନଙ୍କୁ ଆଉ ସହରକୁ ଯିବାକୁ ପଡ଼ିବ ନାହିଁ । ନିଗମ ପକ୍ଷରୁ ଏପରି ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଚାଷୀମାନଙ୍କ ନିମନ୍ତେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ନିଗମର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ବେଜ୍‌, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ପ୍ରମୁଖ ମତପ୍ରକାଶ କରିଛନ୍ତି।

ଚଳିତ ବର୍ଷ ନିଗମ ପକ୍ଷରୁ ୧୮୦ ଜଣ ଯୁବକଯୁବତୀଙ୍କୁ ୬ଟି ବ୍ୟାଚ୍‌ରେ ତାଲିମ ପ୍ରଦାନ କରାଯିବ। ପ୍ରତି ବ୍ୟାଚ୍‌ରେ ୩୦ ଜଣ ଲେଖାଏଁ ଯୁବକଙ୍କୁ ୧୨ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଗତବର୍ଷ ମଧ୍ୟ ନିଗମ ଦ୍ୱାରା ରାଜ୍ୟର ୧୨୦ ଜଣ ବେରୋଜଗାର ଓ ଶିକ୍ଷିତ ଯୁବକଯୁବତୀଙ୍କୁ ବିନାଦେୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୋନାଲିକା, କାମ୍‌କୋ, ଭିଏସ୍‌ଟି, ହୋଣ୍ଡା, କିର୍ଲୋସ୍କାର ବ୍ରଦର୍ସ, ଓଡ଼ିଶା ଫାର୍ମ ମେସିନାରୀ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ସେଣ୍ଟର, ଭୁବନେଶ୍ୱର ଆଦି ଅନୁଷ୍ଠାନର ବୈଷୟିକ ଅଧିକାରୀଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୨୧୦୦ଟି ଟ୍ରାକଫର, ୬୦୦ଟି ପାୱାର ଟିଲର୍‌ ବିକି୍ର ନିମନ୍ତେ ଓ ୬୯୨୫ଟି ମାଇକ୍ରୋ ରିଭର ଲିଫ୍‌ଟ୍‌ ପ୍ରକଳ୍ପ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ପକ୍ଷରୁ ୩ଟି ଜିଲ୍ଲାରେ ୭୪୬୭ଟି ନୂତନ କ୍ଲଷ୍ଟର ମାଇକ୍ରୋ ରିଭର ଲିଫଟ୍‌ ପ୍ରକଳ୍ପ ଏବଂ ୨୪୦ଟି କ୍ଲଷ୍ଟର ସୋଲାର ରିଭର ଲିଫଟ୍‌ ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଛ। ସାର, କୀଟନାଶକ ଓ ନଳକୂପ, ଡିଜେଲ୍‌ ପମ୍ପସେଟ୍‌ ବିକି୍ର ସହିତ ନିଗମ ପକ୍ଷରୁ ଗୋଖାଦ୍ୟ ଉତ୍ପାଦନ ଓ ବିକି୍ରର ମଧ୍ୟ ବ୍ୟବସ୍ଥା ରହିଛି।

ଏଥି ସହିତ ଓଡ଼ିଶା କୃଷି ଶିଳ୍ପ ନିଗମ ରାଜ୍ୟ ସରକାରଙ୍କୁ ନିୟମିତ ଲାଭାଂଶ ପ୍ରଦାନ କରିଆସୁଛି । ନିଗମ ପକ୍ଷରୁ ୨୦୧୮ ମସିହାରେ ୬ କୋଟି ୨୦ ଲକ୍ଷ ୭୩ ହଜାର ଟଙ୍କା, ୨୦୨୨ ମସିହାରେ ୨ କୋଟି ୫୨ ଲକ୍ଷ ୧୭ ହଜାର ଟଙ୍କା ଏବଂ ୩ କୋଟି ୧୦ ଲକ୍ଷ ୩୬ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ପ୍ରଦାନ କରାଯାଇଛି । ଏଥି ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଆସୁଛି । ଉଦଘାଟନୀ ଉତ୍ସବରେ ନିଗମର ବରିଷ୍ଠ ଅଧିକାରୀ ଓ ତାଲିମ ପାଇବାକୁ ଥିବା ଯୁବକଯୁବତୀମାନେ ଯୋଗଦେଇଥିଲେ ।

BJP Ads
କୃଷି ଯନ୍ତ୍ରପାତି
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
BJP Ads
Latest News

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.